‘ପିଏଚଡି ପାସ କରିବାର ଅଛି ତ ମୋ ସହ ହୋଟେଲରେ ରହିବାକୁ ପଡିବ, ସମୁଦ୍ରରେ ସ୍ନାନ କରିବାକୁ ହେବ’ ବୋଲି ଛାତ୍ରୀଙ୍କୁ କହିଥିବା ଅଧ୍ୟାପକ ନିଲମ୍ବିତ

Published By : Prameya-News7 Bureau | January 13, 2019 IST

ରାଜକୋଟ ୧୩/୧: ଗୁଜୁରାଟର ସୈାରାଷ୍ଟ୍ର ୟୁନିଭର୍ସିଟିର ଜଣେ ଅଧ୍ୟାପକଙ୍କ ନାଁରେ ଯୈାନ ଶୋଷଣ  କରିବା ବିରୋଧରେ ଅଭିଯୋଗ ହୋଇଛି। ଜୀବ ବିଜ୍ଞାନର ଅଧ୍ୟାପକ ନିଲେଶ ପାଞ୍ଚାଲଙ୍କୁ ଜଣେ ଯୁବତୀଙ୍କ ଅଭିଯୋଗ ପରେ ନିଲମ୍ବିତ କରାଯାଇଛି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ପାଞ୍ଚାଲ ଯୁବତୀଙ୍କୁ କହିଥିଲେ ଯଦି ପିଏଚଡି ପାସ୍ କରିବାର ଅଛି ତେବେ ତାଙ୍କ ସହ କାରରେ ଡିଉର ହୋଟେଲ୍ ଯିବାକୁ ପଡ଼ିବ। ପାଞ୍ଚାଲ ତାଙ୍କ ସହ ହୋଟେଲରେ ଶୋଇବାକୁ ଏବଂ ସମୁଦ୍ରରେ ଗାଧୋଇବାକୁ ମଧ୍ୟ କହିଥିଲେ।

ପୀଡ଼ିତା ଯୁବତୀଜଣକ ତାଙ୍କ ସହ ହୋଇଥିବା ଅତ୍ୟାଚାର ବିଷୟରେ କହିଛନ୍ତି। ୨୦୧୪ମସିହାରେ ପାଞ୍ଚାଲ ଯୁବତୀଙ୍କୁ କହିଥିଲେ ଯେ ଯଦି ପାସ୍ ହେବାର ଅଛି ତେବେ ମୋ ସହ ଡିଉ ଆସି ହୋଟେଲରେ ରହିବାକୁ ପଡ଼ିବ। ଯୁବତୀ ଜଣକ ତାଙ୍କ କଳା କାରନାମା ପାଇଁ ସେଠାରେ ପିଏଚଡି କରିବା ଛାଡ଼ି ଦେଇଥିଲେ। ସେ ସେଠାରେ ପିଏଚଡି  କରୁଥିଲେ। ଏଥିପାଇଁ ବିଭିନ୍ନ ଗଛର ନମୂନା ନେବା ପାଇଁ ତାଙ୍କୁ ଡିଉ ପଠାଯାଇଥିଲା। ସେ ଡିଉ ଯିବା ପରେ ପାଞ୍ଚାଲ ସେଠାରେ ପହଞ୍ଚିଥିଲେ ଏବଂ ଜବରଦସ୍ତି ତାଙ୍କୁ ନାଗଓ୍ବା ବିଚ୍ ନେଇଯାଇଥିଲେ। ସେଠାରେ ସେ ନିଜ ସହ ସମୁଦ୍ରରେ ଗାଧୋଇବାକୁ ବାଧ୍ୟ କରିଥିଲେ। ଯୁବତୀଜଣକ ମନା କରିବାରୁ ସେ ରାଗିଯାଇଥିଲେ। କହିଥିଲେ ତୁମେ ଗୋଟିଏ ବି ଗଛର ନମୁନା ନେଇପାରିନାହଁ। ଯଦି ପାସ୍ ହେବାର ଅଛି ତେବେ ପୁଣି ଥରେ ମୋ କାରରେ ଆସି ମୋ ସହ ଡିଉ ହୋଟେଲରେ ରହିବାକୁ ପଡ଼ିବ।

ଏହା ପରେ ପୀଡ଼ିତା କହିଥିଲେ ଯେ ସେ ତୁରନ୍ତ ସବୁ କଥା ତାଙ୍କ ବାପାଙ୍କୁ କହିଥିଲେ। ବାପା କହିବାରୁ ସେ ସେଠାରେ ପିଏଚଡି  ଛାଡ଼ି ଦେଇଥିଲେ। ସାହସ କରି ସେ ୟୁନିଭର୍ସିଟିରେ ଅଭିଯୋଗ କରିଥିଲେ। ୩ଥର ଏପରି ହେବା ପରେ ଅଭିଯୋଗ ଲେଖା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.