Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ସ୍ତ୍ରୀ-ପିଲାଙ୍କୁ ହତ୍ୟା କରି ପ୍ରଫେସର ଫେରାର, ନିଜେ ହ୍ବାଟ୍‌ସଆପ୍‌ରେ ସାନ ଭାଇକୁ ଦେଲେ ସୂଚନା

3/12/2021 at 10:49 PM

କାନପୁର ୦୩/୧୨: ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ମାରି ଫେରାର ହୋଇଗଲେ ପ୍ରଫେସର। ଅବସାଦ ଯୋଗୁଁ ସେମାନଙ୍କୁ ହତ୍ୟା କରିଥିବା ନେଇ ସାନଭାଇକୁ ହ୍ବାଟ୍ସଆପ୍‌ରେ ଜଣାଇ ପ୍ରୋଫେସର କେଉଁ ଆଡ଼େ ଚାଲିଯାଇଛନ୍ତି। ସାନ ଭାଇଠୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ଶବ ଉଦ୍ଧାର କରିବା ସହ ସେଠାରୁ ଏକ ଡାଏରୀ ପାଇଛି। ସେଥିରେ ଅବସାଦ ଯୋଗୁଁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ଏଭଳି ଏକ ଭୟଙ୍କର ଘଟଣା ଶୁକ୍ରବାର ଦିନ କାନପୁରର କଲ୍ୟାଣପୁର ଅଞ୍ଚଳରେ ଥିବା ଡିଭିନିଟି ଫ୍ଲାଟରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ରାମା ମେଡିକାଲ୍‌ କଲେଜର ଫରେନ୍ସିକ୍‌ ଡିପାର୍ଟମେଣ୍ଟ ମୁଖ୍ୟ ପ୍ରୋଫେସର ସୁଶିଲ ସିଂହ ନିଜର ସ୍ତ୍ରୀ, ପୁଅ ଏବଂ ଝିଅଙ୍କୁ ହତ୍ୟା କରିଛନ୍ତି। ତାଙ୍କ ସ୍ତ୍ରୀ ଚନ୍ଦ୍ରପ୍ରଭା  (୪୮) ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ୧୮ ବର୍ଷୀୟ ପୁଅ ଶିଖର ସିଂହ କ୍ଲାଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲା । ତାଙ୍କର ୧୬ ବର୍ଷୀୟା ଝିଅ ଖୁସୀ ଦଶମ ଶ୍ରେଣୀର ଛାତ୍ରୀ ଥିଲେ।  ଶୁକ୍ରବାର ସନ୍ଧ୍ୟାରେ ସୁଶିଲ ନିଜ ସାନ ଭାଇ ଡାକ୍ତର ସୁନୀଲଙ୍କୁ ହ୍ବାଟସଆପ୍‌ରେ ମେସେଜ୍‌ କରିଥିଲେ। ଡିପ୍ରେସନ୍‌ରେ ଆସି ଚନ୍ଦ୍ରପ୍ରଭା, ଶିଖର ଏବଂ ଖୁସୀକୁ ହତ୍ୟା କରିଛି। ଏନେଇ ପୋଲିସକୁ ସୂଚନା ଦେ ବୋଲି ସୁଶିଲ ମେସେଜ୍‌ କରିଥିଲେ। ଏମିତି ଏକ ମେସଜ୍‌ ପାଇବା ପରେ ସୁନୀଲ ଭୟରେ ମେଡିକାଲ୍‌ ଛାଡ଼ି ସିଧା ବଡ଼ ଭାଇ  ରହୁଥିବା ଫ୍ଲାଟରେ ପହଞ୍ଚିଥିଲେ।

ଫ୍ଲାଟର କବାଟ ବାହାର ପଟୁ ବନ୍ଦ ଥିବାରୁ ସେ ସିକ୍ୟୁରିଟି ଗାର୍ଡଙ୍କ ସହାଯ୍ୟରେ କବାଟ ଭାଙ୍ଗି ଭିତରେ ପଶିଥିଲେ। ସତକୁ ସତ ଘର ଭିତରେ ମା, ପୁଅ ଏବଂ ଝିଅଙ୍କ ଶବ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିବା ସେ ଦେଖିବାକୁ ପାଇଥିଲେ। ପରେ ସୁନୀଲ ଏନେଇ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ କମିଶନର ଅସୀମ ଅରୁଣ, ଅତିରିକ୍ତ କମିଶନର ଆନନ୍ଦ ପ୍ରକାଶ ତିଓ୍ବାରୀ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ।

୩ ଜଣଙ୍କ ମୃତଦେହ ଜବତ କରିବା ସହ ପୋଲିସକୁ ଘଟଣାସ୍ଥଳରୁ ଏକ ଡାଏରୀ ମିଳିଥିଲା। ଏଥିରେ ଡିପ୍ରେସନରେ ଆସି ସ୍ତ୍ରୀ-ପିଲାଙ୍କୁ ମାରିଥିବା ନେଇ ସୁଶିଲ ଲେଖିଛନ୍ତି। ଏହା ସହ ପରିବାରର ହତ୍ୟା ନେଇ ଅନ୍ୟ କଥା ମଧ୍ୟ ଲେଖା ଅଛି। ପୋଲିସ କମିଶନର ଅସୀମ ଅରୁଣଙ୍କ ଅନୁସାରେ, ପ୍ରୋ. ସୁଶିଲ ସିଂହ ଫେରାର ଅଛନ୍ତି। ମାମଲାର ବିଭିନ୍ନ ଦିଗ ଉପରେ ପୋଲିସ ଯାଞ୍ଚ କରୁଛି ।

   Related Posts