Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଶ୍ରେଣୀରେ ଭୁଲରେ କହିଦେଲେ ଚୀନ୍‌ ଶବ୍ଦ, ବିଶ୍ବବିଦ୍ୟାଳୟରୁ ତଡ଼ା ଖାଇଲେ ପ୍ରଫେସର୍‌

11/09/2020 at 3:36 PM

ନୂଆଦିଲ୍ଳୀ ୧୧/୦୯: କରୋନା ଭୂତାଣୁ ଉତ୍ପତିସ୍ଥଳ ଚୀନ । ଚୀନର ଉହାନ ସହରରୁ କରୋନା ଭାଇରସ୍‌ର ଜନ୍ମ । ପରେ ସାରା ବିଶ୍ବରେ ଏହା କିଭିଳି ସଂହାରଲୀଳା ଚଳାଇଛି ତାହା କାହାକୁ ଅଛପା ନାହିଁ। କରୋନା ପାଇଁ ବହୁ ବିକଶିତ ଦେଶ ବି ତ୍ରାହି ତ୍ରାହି ଡାକୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ଆାମେରିକା । ପ୍ରଥମେ ଟ୍ରେଡ୍ ଓ୍ବାର ଆଉ ଏବେ କରୋନା ପାଇଁ ଆମେରିକା ଓ ଚୀନ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି । ଏଭଳି ବିବାଦ ସମୟରେ ଜଣେ ଆମେରିକୀୟ ପ୍ରଫେସର ଶ୍ରେଣୀରେ ଚୀନ ଭାଷା ପ୍ରୟୋଗ କରି ଅସୁବିଧାରେ ପଡ଼ିଛନ୍ତି । ଏପରିକି ତାଙ୍କୁ ବିଶ୍ବବିଦ୍ୟାଳୟରୁ ତଡ଼ା ଖାଇବାକୁ ପଡ଼ିଛି।

ଶ୍ରେଣୀ ଗୃହରେ ପାଠ ପଢ଼ାଉଥିବା ବେଳେ ପ୍ରଫେସର୍‌ ଗ୍ରେଗ୍‌ ପ୍ୟାଟେନ୍‌ ନାଗେ,ନାଗେ, ନାଗେ… ବୋଲି କହିଥିଲେ। ଏହା ଏକ ଚୀନ ଶବ୍ବ ଏବଂ ଏହାର ବ୍ୟବହାର କୌଣସି ବିଷୟରେ ମନେ ନପଡ଼ିଲେ କରାଯାଏ। ଏଭଳି ଶବ୍ଦ ଶୁଣି ଡିନ୍‌ଙ୍କ ପାଖରେ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ। ତେବେ ଏଭଳି ଏକ ଅଭିଯୋଗ ଶୁଣିବା ପରେ ଡିନ୍‌ ଜାଫ୍ରେ ଗ୍ୟାରେଟ ପ୍ରଫେସରଙ୍କୁ ଶ୍ରେଣୀରେ ପଢ଼ାଇବାକୁ ବାରଣ କରିଥିଲେ।

ଜାଫ୍ରେ ଗ୍ୟାରେଟ୍‌ଙ୍କ ମତରେ, ଶ୍ରେଣୀରେ ଚୀନ ଶବ୍ଦ କହିବା ଦ୍ବାରା ପିଲାଙ୍କ ଉପରେ ନକାରତ୍ମକ ପ୍ରଭାବ ପଡ଼ିବ। ଏଭଳି ଶବ୍ଦ ବ୍ୟବହାର ନିଷିଦ୍ଧ ବୋଲି ସେ କହିଥିଲେ। ସେପଟେ ଏହି ଖବର ଏବେ ଚୀନରେ ପ୍ରସାରିତ ହେବା ପରେ ଏହି ଘଟଣାକୁ ନେଇ ସେଠା​ରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଜଣାପଡ଼ିଛି।

   Related Posts