ପ୍ରଫେସରଙ୍କୁ ଆମେରିକୀୟ କୋର୍ଟଙ୍କ ୨୧୯ ବର୍ଷ ଜେଲଦଣ୍ଡାଦେଶ, ଚୀନକୁ ପଠାଉଥିଲେ କ୍ଷପଣାସ୍ତ୍ର ଜ୍ଞାନ କୌଶଳ

Published By : Prameya-News7 Bureau | July 07, 2019 IST

ଲସଏଞ୍ଜେଲସ୍ : ଚୀନକୁ ସାମରିକ ପ୍ରୟୋଗ ସମ୍ପର୍କିତ ଚିପ୍ ତସ୍କରୀ ମାମଲାରେ ଲସଏଞ୍ଜେଲସ୍ ସ୍ଥିତ ଏକ କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଜନୈକ ପ୍ରଫେସରଙ୍କୁ ଆମେରିକୀୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିପାଇଁ କୋର୍ଟ ପ୍ରଫେସରଙ୍କୁ ସର୍ବାଧିକ ୨୧୯ ବର୍ଷ ଜେଲଦଣ୍ଡାଦେଶ କରିଥିବା ଅଧିକାରୀ ଚଳିତ ସପ୍ତାହରେ ଜାରୀ ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି।  ଲସ୍ଏଞ୍ଜେଲସ୍ ଜୁରୀ ଗତମାସରେ  ୱାଇ-ଚି ସିହ ନାମକ ଏହି ଚୀନା ଇଲେକ୍ଟ୍ରିକ୍ ଇଞ୍ଜିନିୟର ଓ ସାହୟକ ଅଧ୍ୟାପକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏକ ଅବୈଧ ରପ୍ତାନୀ ସମେତ ଏକାଧିକ ଠକେଇ ପାଇଁ ୧୮ କାଉଣ୍ଟ ଦୋଷୀ କରାଯାଇଛି।

ଅଭିଯୋଜନା ପ୍ରସିକ୍ୟୁଟରଙ୍କ ଅନୁସାରେ ଚିପ୍ ପାଇଁ ସିହ ଏକ ଆମେରିକୀୟ ସେମିକଣ୍ଡକ୍ଟର ଚିପ୍ ନିର୍ମାତାଙ୍କୁ ଧୋକା ଦେବାରେ କିଏତ ଅହଂମାଇ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହାୟତା ନେଇଥିଲେ। ଅହଂମାଇ ନିଜକୁ ଜଣେ ଗ୍ରାହକ ଭାବେ ଉପସ୍ଥାପିତ କରି  ଅନାମଧେୟ କମ୍ପାନୀରୁ ଚିପ୍ ଡିଜାଇନ ହାସଲ କରିବା ପରେ ଉତ୍ପାଦକୁ ଅବୈଧ ଭାବେ ଚୀନ ରପ୍ତାନୀ କରାଯାଇଥିଲା। ଚିପ୍ ଗୁଡିକୁ ସିହ ଚୀନର ଯେଉଁ କମ୍ପାନୀକୁ ପଠାଇଥିଲେ ପୂର୍ବରୁ ସେ ତାର ଅଧ୍ୟକ୍ଷ ଥିଲେ। ଏହି ଯୋଜନା ପାଇଁ ସେ ଯୁକ୍ତରାଷ୍ଟ୍ରସ୍ଥିତ ଏକ ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ପୈଠ କରିଥିବା ବେଳେ ଏଥି ନିମନ୍ତେ ଚୀନର ଅନ୍ୟ ଏକ କମ୍ପାନୀ ପାଣ୍ଠି ପ୍ରଦାନ କରିଥିବା  ପ୍ରୋସିକ୍ୟୁଟର ଏକ ବୟାନରେ କହିଛନ୍ତି। ତାଙ୍କ ବୟାନ ଅନୁସାରେ ଯୋଜନାରେ ଚୋରାଯାଇଥିବା ଚିପ୍ ଗୁଡିକ କ୍ଷପଣାସ୍ତ୍ର, କ୍ଷପଣାସ୍ତ୍ର ଗାଇଡାନ୍ସ ପ୍ରଣାଳୀ, ଫାଇଟର ଜେଟ୍, ଇଲେକ୍ଟ୍ରୋନିକ ୱାରଫେୟାର , ଇଲେକ୍ଟ୍ରୋନିକ ୱାରଫେୟାର ମୁକାବିଲା ପ୍ରଣାଳୀ ଓ ରାଡାର ନିମନ୍ତେ ଉପଯୋଗ ହୋଇଥାଏ ।

ଚୀନ ଓ ଆମେରିକା ବିବାଦର ଏବେ ମୁଖ୍ୟ ବିନ୍ଦୁ  ହେଉଛି ଔଦ୍ୟୋଗିକ ଗୁଇନ୍ଦାଗିରି। ଅତୀତରେ ଆମେରିକା ହୁଏୱି ସମେତ ପ୍ରମୁଖ ଚୀନା କମ୍ପାନୀମାନଙ୍କ ବିରୋଧରେ ଆମେରିକୀୟ ବ୍ୟବସାୟର ଜ୍ଞାନକୌଶଳ ଚୋରି ଅଭିଯୋଗ ଆଣିଥିଲା। ଏଥିରେ କ୍ଷପଣାସ୍ତ୍ର ଜ୍ଞାନକୌଶଳ ଚିପ ଚୋରି ମାମଲା ଆଗକୁ ହେବାକୁ ଯାଉଥିବା ଚୀନ-ଆମେରିକା ବ୍ୟାପାରିକ ବାର୍ତ୍ତାକୁ ଉଷ୍ମ କରିପାରେ ବୋଲି ଏବେ ଆଶଙ୍କା କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.