Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କିଏ ଏହି ପ୍ରଫେସର ଆନନ୍ଦ ତେଲତୁମ୍ବଡେ? ଯାହାଙ୍କ ବିରୋଧରେ ରହିଛି ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ରଚିବା ଅଭିଯୋଗ

24/04/2020 at 4:22 PM

ନୂଆଦିଲ୍ଲୀ, ୨୪|୦୪: ଫେବ୍ରୁଆରୀ ୩, ୨୦୧୯ରେ ମୁମ୍ବାଇ ବିମାନବନ୍ଦରରୁ ୬୮ ବର୍ଷୀୟ ମ୍ୟାନେଜମେଣ୍ଟ ପ୍ରଫେସର ଆନନ୍ଦ ତେଲତୁମ୍ବଡେଙ୍କୁ ଗିରଫ କରାଯାଇଥିଲା । ସେ ଟଙ୍କା ପାଇଁ ମାଓବାଦୀ ଗତିବିଧୀକୁ ପ୍ରୋତ୍ସାହନ ଦେଉଥିବା ତାଙ୍କ ବିରୋଧରେ ଅଭିଯୋଗ ଥିଲା । ଏପରିକି ସେ କିଛି ଛାତ୍ରଙ୍କୁ ଏଥିାପାଇଁ ପ୍ୟାରିସ ନେବାକୁ ମଧ୍ୟ ଯୋଜନା କରୁଥିଲେ ।  ଏବେ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଯାଇଥିବା ଓକିଲ କହିଛନ୍ତି । ଏହାସହ କୋର୍ଟ ମହାରାଷ୍ଟ୍ର ପୋଲିସକୁ ଅଦାଲତ ଅବମାନନା କରି ଗିରଫ କରିଥିବାରୁ ସମାଲୋଚନା କରିଥିଲେ । ଆସନ୍ତୁ ଜାଣିବା କିଏ ଏହି ପ୍ରଫେସର ।

ଆନନ୍ଦ ହେଉଛନ୍ତି ଗୋଆ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଜଣେ ପ୍ରଫେସର । ସେ ୩୦ରୁ ଅଧିକ ବହି ଲେଖିସାରିଛନ୍ତି । ସେ ଜଣେ ମାନବାଧିକାର କାର୍ଯ୍ୟକର୍ତ୍ତା ମଧ୍ୟ । ଦଳିତ ଓ ନିଷ୍ପେସିତଙ୍କ ପାଇଁ ସେ ଲଢେଇ କରିଥାନ୍ତି। ସେ ନିଜେ ମଧ୍ୟ ଏକ ଦଳିତ ପରିବାରରୁ ଆସିଛନ୍ତି । ପ୍ରାରମ୍ଭିକ ଶିକ୍ଷାଲାଭ ପରେ ସେ ମେକାଲିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ଆଇଆଇଏମ ଅହମ୍ମଦାବାଦ ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ପିଏଚଡି ଲାଭ କରିଥିଲେ । ସେ ଭୀମରାଓ ଆମ୍ବେଦକରଙ୍କ ନାତୁଣୀ ରମା ଆମ୍ବେଦକରଙ୍କୁ ବିବାହ କରିଥିଲେ ।

କଣ ମାମଲା

ଜାନୁଆରୀ ୧, ୨୦୧୮ରେ ଭୀମା କୋରେଗାଓଁ ଯୁଦ୍ଧକୁ ୨୦୦ ବର୍ଷ ପୂରଣ ହୋଇଥିଲା । ଏହାର ଠିକ ପୂର୍ବଦିନ ଅର୍ଥାତ ଡିସେମ୍ବର ୩୧, ୨୦୧୭ରେ ଶନିବାରଓ୍ୱାଡାରେ ଏକ ବୈଠକ ବସିଥିଲା ।  ଏଥିରେ ଗୁଜୁରାଟର ବିଧାୟକ ଜିଗ୍ନେଶ ମେଓ୍ୱାଣୀ, ରୋହିତ ବେମୁଲା, ମାନବାଧିକାର କର୍ମୀ ସୋନୀ ସୋରୀ, ପ୍ରକାଶ ଅମ୍ବଡେକର, ଭୀମ ଆର୍ମୀର ବିନୟ ରତନ ସିଂ, ଉମର ଖାଲିଦ ଆଦି ସାମିଲ ହୋଇଥିଲେ । ତେବେ ୧ ତାରିଖରେ ଏଠାରେ ହିଂସା ହୋଇଥିଲା । ଜଣେ ବ୍ୟକ୍ତି ପ୍ରାଣ ମଧ୍ୟ ହରାଇଥିଲେ । ତେଣୁ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଭଙ୍ଗ ହୋଇଥିଲା ।  ଏହି ଘଟଣା ପାଇଁ ପୋଲିସ ସମ୍ଭାଜୀ ଭିଡେ ଓ ମିଲିନ୍ଦ ଇକବାଟେକୁ ଗିରଫ କରିଥିଲା । କିଛି ଦିନ ରେ ଯାଚ କମିଟି ଉଭୟଙ୍କୁ ମୁକ୍ତ କରିଥିଲା । ଅଧିକ ତଦନ୍ତ ପରେ ଏହି କାର୍ଯ୍ୟକ୍ରମ ପାଇଁ ମାଓବାଦୀଙ୍କ ଟଙ୍କା ଲାଗିଥିବା ପୋଲିସକୁ ସୂଚନା ମିଳିଥିଲା । ଏହାସହ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚାଯାଇଥିବା ରିପୋର୍ଟ ମିଳିଥିଲା । ଏହାପରେ ପୋଲିସ ଜୁନ ୨୦୧୮ରେ ସୁରେନ୍ଦ୍ର ଗାଡଲିଙ୍ଗ, ସୁଧୀର ଧାବଲେ, ସୋମା ସେନଙ୍କୁ ଗିରଫ କରିଥିଲା । ପରେ ଅଗଷ୍ଟରେ ବରବର ରାଓ, ସୁଧା ଭରଦ୍ୱାଜ, ଗୌତମ ନକଲଖା ଓ ବନ୍ନନ ଗୋନସାଲବେଜଙ୍କୁ ଗିରଫ କରିଥିଲା ।

ଏହାପରେ ଅଧିକ ତଦନ୍ତ କରି ପୋଲିସ ଅଗଷ୍ଟ ୨୯, ୨୦୧୮ରେ ଆନନ୍ଦ ତେଲତୁମ୍ବଡେଙ୍କ ଘରେ ରେଡ୍ କରିଥିଲା । ହିଂସା ସୃଷ୍ଟି ସହ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା । ଗିରପ ହେବା ପୂର୍ବରୁ ସେ ଆଗୁଆ ଜାମିନ ପାଇଥିଲେ । ତେବେ ତାଙ୍କୁ ଫେବ୍ରୁଆରୀ ୩ରେ ଗିରଫ କରାଯାଇଥିଲେ ମଧ୍ୟ କୋର୍ଟ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ସରକାରଙ୍କ ବିରୋଧରେ ଅତ୍ୟାଚାର ଓ ପ୍ରତାରଣାର ଶିକାର ହୋଇଥିବା ଅଭିଯୋଗ ଲଗାଇଥିଲେ । ୨୦୧୯ରେ କିଛି ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଫୋନରେ ଇସ୍ରାଏଲ୍ କମ୍ପାନୀର ଗୁଇନ୍ଦା ସଫ୍ଟଓୟାର ମିଳିଥିଲା । ଏଥିରେ ପେଗାସସ୍ ସଫ୍ଟଓୟାର ସାମିଲ ଥିଲା ।

ତେବେ ଆନନ୍ଦ ଦୋଷୀ ନା ନିର୍ଦ୍ଦୋଷ ତାହା ସ୍ପଷ୍ଟ ହୋଇ ନାହିଁ । ତାଙ୍କର ଏକ ସ୍ତମ୍ଭ ଦି ଓୟାରରେ ପ୍ରକାଶିତ ହୋଇଥିଲା ।  ଦୀର୍ଘ ଦିନ ଧରି ତାଙ୍କ ଭାଇ ମିଲିନ୍ଦ ତେଲତୁମ୍ବଡେ ସିପିଆଇ ମାଓବାଦୀର ମହାରାଷ୍ଟ୍ର ରାଜ୍ୟ କମିଟି ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଅର୍ଥାତ ସେ ଜଣେ ମାଓବାଦୀ । ତାଙ୍କ ଉପରେ ୫୦ ଲକ୍ଷର ପୁରସ୍କାର ରାଶି ରହିଛି ।

   Related Posts