ଷ୍ଟଣ୍ଟ ମ୍ୟାନଙ୍କ ସୁପର ଲଭ୍, ଦେହରେ ନିଆଁ ଲଗାଇ ପ୍ରେମିକାଙ୍କୁ କଲେ ପ୍ରେମ ନିବେଦନ

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨।୦୮: ପ୍ରେମିକ ନିଜର ପ୍ରେମିକାକୁ ପ୍ରେମ ନିବେଦନ କରିବା ପାଇଁ ଅନେକ ଅଭିନବ ପନ୍ଥା ଏବଂ ଭିନ୍ନ ଭିନ୍ନ ଶୈଳୀ ଆପଣାଇଥାନ୍ତି। କିଏ କଣ କେତେ ପ୍ରକାର ଜିନିଷ ଦେଇ ନିଜର ଗାର୍ଲଫ୍ରେଣ୍ଡକୁ ପ୍ରୋପଜ୍ କରିଥାନ୍ତି। ଏମିତି ଜଣେ ପେଶାଦାର ଷ୍ଟଣ୍ଟମ୍ୟାନ୍ ଯିଏ ନିଜ ଶରୀରରେ ନିଆଁ ଲଗାଇ ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଛନ୍ତି। ଏହି ସମୟର ଦୃଶ୍ୟ  ଯେମିତି ଦର୍ଶନୀୟ ଥିଲା ସେତିକି ମଧ୍ୟ ଚକିତପୂର୍ଣ୍ଣ ଥିଲା।

ଫୁଟେଜ୍‌ରେ ଦେଖିବାକୁ ମିଳିଛି ୫୨ ବର୍ଷୀୟ ରିକି ଆସ୍ ନିଜର ପ୍ରିୟତମାକୁ ଏକ ଅଭିନବ ଶୈଳୀରେ ବିବାହ ପ୍ରସ୍ତାବ ଦେଉଛନ୍ତି। ଏହି ସମୟରେ ସେ ଆଣ୍ଠୁ ମାଡି ତଳେ ବସିଛନ୍ତି। ତାଙ୍କ ଗୋଡଠୁ ନେଇ ଶରୀର ପର୍ଯ୍ୟନ୍ତ ନିଆଁ ଜଳୁଛି ଏବଂ ହାତରେ ସେ ମୁଦି ଧରିଛନ୍ତି।

ରିକିଙ୍କ ୪୮ ବର୍ଷୀୟ ପ୍ରେମିକା କ୍ୟାଟ୍ରିନା ଜଣେ କରୋନା ଭାଇରସ ନର୍ସ ଭାବେ କାର୍ଯ୍ୟରତ। ସେ ରିକିଙ୍କ ଏହି ଅଦ୍ଭୁତପୂର୍ଣ୍ଣ ଷ୍ଟଣ୍ଟ ଦ୍ଵାରା ବିବାହ ପ୍ରସ୍ତାବ ଦେଉଥିବା ଦେଖି ହତବାକ୍ ହୋଇ ପଡିଥିଲେ ଏବଂ ଶେଷରେ ରିକିଙ୍କ ପ୍ରସ୍ତାବ ସ୍ଵୀକାର କରି ହଁ କହିଥିଲେ।

{"id":313616,"sizeSlug":"large"}

କ୍ୟାଟ୍ରିନା ଭାବୁଥିଲେ ତାଙ୍କ ସାମ୍ନାରେ ଯାହା ହେଉଛି କେବଳ ଏକ ଷ୍ଟଣ୍ଟ। ସେ ଏହାକୁ ଏକ କେବଳ ଫଟୋ ସୁଟ୍ ଭାବୁଥିଲେ। ସେ ଭାବିନଥିଲେ ଯେ, ରିକି ବାସ୍ତବରେ ତାଙ୍କୁ ପ୍ରୋପଜ କରିବେ। ସେ କହିଛନ୍ତି ଯେ, ଜଣେ ନର୍ସ ଭାବେ ଏମିତି ଭଲ ପାଇବା ମିଳିବା ମୋ ପାଇଁ ବଡ ଆଉ କଣ ହୋଇପାରେ। ରିକି ନିଜର ପ୍ରସ୍ତାବକୁ ଏମିତି ଉପସ୍ଥାପନ କଲେ ଯେମିତି ଷ୍ଟେଜରେ କାହାଣୀ ଚାଲୁଥିଲା।

{"id":313617,"sizeSlug":"large"}

ରିକି ଯେବେ ନିଜ ଦେହରେ ନିଆଁ ଲଗାଉଥିଲେ, ମୁଁ ଦେଖିଲି ସେ ପକେଟ୍‌ରେ ତାଙ୍କ ହାତ ରହିଥିଲା। ମୁଁ ଭାବିଲି ତୁମେ କଣ କରୁଛ, ନିଜର ହାତ ପକେଟ୍‌ରୁ କାଢ। ଅଚାନକ ରିକି ପକେଟ୍‌କୁ ମୁଦି କାଢିଥିଲେ। କ୍ୟାଟ୍ରିନା କେଣ୍ଟରେ ଓ୍ଵିଲିୟମ  ହାର୍ଭେ ହସ୍ପିଟାଲରେ କରୋନା ୟୁନିଟ୍‌ରେ ନର୍ସ ଭାବେ କାମ କରନ୍ତି। ସେ କହିଛନ୍ତି ବାସ୍ତବରେ ପ୍ରେମ ଜାହିର କରିବାରେ ଏହା ଏକ ଅଭିନବ ଶୈଳୀ ଥିଲା।

ଉଲ୍ଲେଖନୀୟ ରିକି ଲୋକପ୍ରିୟ ଫିଜି ପେୟ ବିଜ୍ଞାପନରେ ‘ଟାଙ୍ଗୋ ମ୍ୟାନ’ର ଭୂମିକା ନିଭାଇଥିଲେ। ଟିମ୍ ବର୍ଟନର ବ୍ଲକବଷ୍ଟର ସ୍ଲିପି  ହଲରେ ଷ୍ଟଣ୍ଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.