Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପେଶା ଶିକ୍ଷଦାନ,କିନ୍ତୁ ନିଶା ବାଲୁକା କଳା- ଓଡ଼ିଶାର କଳାସଂସ୍କୃତିକୁ ନେଇ ବାଲୁକା କଳାକୃତୀ

24/10/2019 at 5:00 PM

ବଲାଙ୍ଗୀର ୨୪।୧୦ –  ବାଲିରେ କଳାକୃତି ।ପଶ୍ଚିମ ଓଡିଶାର ପର୍ବପର୍ବାଣିକୁ ନିଖୁଣ ଭାବରେ ବାଲିରେ ଦର୍ଶାଇଛନ୍ତି ବଲାଙ୍ଗୀରର ସ୍ୟାଣ୍ଡ ଆର୍ଟିଷ୍ଟ ଓମ୍ ପ୍ରକାଶ ସାହୁ । ତେବେ ଓଡିଶାର କଳାସଂସ୍କୃତିକୁ ନେଇ ବାଲୁକା କଳା ତିଆରି କରିବାକୁ ଇଛା ରଖିଥିବା ଓମ୍ ଙ୍କ ପାଇଁ ଅର୍ଥ ସାଜିଛି ବାଧକ । ବଲାଙ୍ଗୀରରୁ ଦେଖିବା ଜଣେ ଶିକ୍ଷକଙ୍କ ନିଆରା ସୌଉକ୍ ।

ପେଶା ଶିକ୍ଷଦାନ।କିନ୍ତୁ ନିଶା ବାଲୁକା କଳା । ସ୍କୁଲ ଛୁଟି ହେବା ମାତ୍ରେ ବାଲିରେ ଗଢି ବସନ୍ତି ଆକର୍ଷଣୀୟ କଳାକୃତି ।ଶିକ୍ଷା ସହ ବାଲୁକା କଳା ପ୍ରତି ତାଙ୍କର ରହିଛି ଦୁର୍ବଳତା । ବଲାଙ୍ଗୀର ଜିଲ୍ଲା ରାଜୀବ ନଗରର ସରକାରୀ ଶିକ୍ଷକ ଓମ୍ ପ୍ରକାଶ ସାହୁଙ୍କ କଥା ।ନିଜ ଘରେ ସେ ବିଭିନ୍ନ ପ୍ରକାର ସ୍ୟାଣ୍ଡ ଆର୍ଟ କରିଛନ୍ତି । ପୁରାତନ ଓଡିଶାର ଚିତ୍ର ସହ ସେତେବେଳର ଲେ।କଙ୍କ ଜୀବନ ଶୈଳୀକୁ ନିଖୁଣ ଭାବରେ ବାଲିରେ ଦର୍ଶାଇଛନ୍ତି ।ଏଥି ପାଇଁ ଅନେକ ସ୍ଥାନରୁ ପୁରସ୍କୃତ ହେ।ଇଛନ୍ତି ଓମ୍ ।

ଆଗକୁ ବିଶ୍ବ ରେକର୍ଡ କରିଥିବା ଜର୍ମାନିର ୫୭ ଫୁଟର ସ୍ତୁପ ଠାରୁ ୧୦ ଫୁଟ ବଡ ସ୍ତୁପ ତିଆରି କରି ଗିନିଜ ଓ୍ବାର୍ଲଡ ରେକର୍ଡ କରିବାକୁ ଲକ୍ଷ ରଖିଛନ୍ତି ଏହି ବାଲୁକା ଶିଳ୍ପୀ ।କିନ୍ତୁ ଏଥି ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ । ପାଖାପାଖି ୨୫ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଏବେ ସେ ସରକାରଙ୍କ ଉପରେ ଭରସା କରିଛନ୍ତି ।ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦେଇଛନ୍ତି ଡାଇଗ୍ରାମ ।

ଓମ୍ ପ୍ରକାଶଙ୍କ ଏହି ନିଆରା କଳାକୃତି ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି । କିନ୍ତୁ ସରକାରୀ ପ୍ରେ।ତ୍ସାହନ ମିଳିଲେବାଲୁକା କଳାକୁ ନେଇ ସମଗ୍ର ରାଜ୍ୟର ନାଁ କରିବାକୁ ଆଶା ରଖିଛନ୍ତି ଏହି ବାଲୁକା ଶିଳ୍ପୀ ।

   Related Posts