ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବେ ଦାୟିତ୍ବ ନେଲେ ପ୍ରଫେସର ଉମାବଲ୍ଲଭ ମହାପାତ୍ର

Published By : Prameya-News7 Bureau | April 20, 2021 IST

ବଲାଙ୍ଗିର ୨୦।୪: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବରେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ କୁଳପତି ତଥା ସମ୍ବଲପୁର ଗଙ୍ଗାଧର ବିଶ୍ବବିଦ୍ୟାଳୟର କୁଳପତି ଏନ.ନାଗରଜ୍ଜୁଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଏହା ପୂର୍ବରୁ ପ୍ରଫେସର ମହାପାତ୍ର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ବୁଲି ଦେଖିବା ସହ ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟ, ଲାଇବ୍ରେରୀ, ଲ୍ୟାବ, କମ୍ପ୍ୟୁଟର ବିଭାଗ ବୁଲି ଦେଖିଥିଲେ । ବିଶ୍ବବିଦ୍ୟାଳୟର ଚାରିଆଡେ ବୁଲିବା ସହ ଶିକ୍ଷାନୁଷ୍ଠାନର ଜମି ସମ୍ପର୍କରେ ଜାଣିବା ପାଇଁ ନିଜେ ବୁଲି ଦେଖିଥିଲେ । ଶେଷରେ ମଧ୍ୟାହ୍ନ ସାଢ଼େ ୧୨ଟାର ପୂର୍ବତନ ଭାରପ୍ରାପ୍ତ କୁଳପତିଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କଲେ ।

ଏହି ଅବସରରେ ପ୍ରଫେସର ମହାପାତ୍ର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ଏକ ମଡେଲ ଶିକ୍ଷାନୁଷ୍ଠାନ ଭାବରେ ଗଢ଼ି ତୋଳିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଏଥି ସହିତ ବିଶ୍ବବିଦ୍ୟାଳୟର ଅନେକ ଭିତ୍ତିଭୂମି ରହିଛି । ତାକୁ ସଠିକ୍ ଭାବରେ ବିନିଯୋଗ କରି କେବଳ ଡିଗ୍ରୀଧାରୀ ନୁହେଁ ବରଂ ଭଲ ମଣିଷ ବାହାର କରିବାକୁ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.