Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ପ୍ରଫେସର ଅଶୋକ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର କୁଳପତି

7/03/2020 at 6:47 PM

ଭୁବନେଶ୍ୱର, ୦୭/୦୩ : ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)ର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଦୁଇ ବର୍ଷ ତଳେ ନୂଆଦିଲ୍ଲୀ ସ୍ଥିତ ଏମ୍‌ସର ସ୍ନାୟୁବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ଅବସର ନେଇଥିଲେ । ଏହା ପୂର୍ବରୁ ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଥିଲେ ।

୨୦୧୭ ମସିହାରେ ପ୍ରଫେସର ମହାପାତ୍ର ଏବଂ ତାଙ୍କ ଟିମ୍ ଓଡ଼ିଶ।।ର କନ୍ଧମାଳ ଜିଲ୍ଲାର ଯୋଡା ମୁଣ୍ଡ ଥିବା ଶିଶୁ ଜଗାବଳିଆଙ୍କର ସଫଳ ଅସ୍ତ୍ରୋପଚାର କରିଥିଲେ। ସେହି ଅସ୍ତ୍ରୋପଚାରରେ ଦୁଇ ଶିଶୁଙ୍କୁ ଅଲଗା କରିବା  ସଫଳ ହୋଇଥିଲା । ଜଗାବଳିଆ( ଦୁଇ ଶିଶୁ)ଙ୍କ ମୁଣ୍ଡରେ ଗୋଟିଏ ଶିରା ଦ୍ୱାରା ରକ୍ତ ପ୍ରବାହ ହେଉଥିଲା । ତେଣୁ ଏହି ଅସ୍ତ୍ରୋପଚାରରେ ଏମ୍‌ସର ଶିରାବ୍ୟାଙ୍କରୁ ଏକ ଶିରା ଅଣାଯାଇ ବଳିଆର ମୁଣ୍ଡରେ ପ୍ରତ୍ୟାରୋପଣ କରାଯାଇଥିଲା । ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ଶିରା ପ୍ରତ୍ୟାରୋପଣ କରାଯାଇଥିଲା । ଏହି ବିରଳ ଏବଂ ଅନନ୍ୟ ଅସ୍ତ୍ରୋପଚାରର ଶ୍ରେୟ ପ୍ରଫେସର ଅଶୋକ ମହାପାତ୍ର ଏବଂ ତାଙ୍କ ଟିମକୁ ଦିଆଯାଏ।

୧୯୭୫ ମସିହାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ୍ କଲେଜରୁ ସ୍ନାତକ ଡିଗ୍ରୀ କରିବା ସହ ପ୍ରଫେସର ମହାପାତ୍ର ୧୯୭୯ରେ ଏମ୍‌ଏସ୍ ଏବଂ ୧୯୮୨ରେ ନ୍ୟୁରୋ ସର୍ଜରୀରେ ଏମ୍‌.ସିଏଚ୍ ଡିଗ୍ରୀ ଏମ୍ସରୁ ହାସଲ କରିଥିଲେ । ସେ ୧୯୮୩ ମସିହାରେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଏଗ୍‌ଜାମିନେସନ୍‌ରେ ସ୍ନାୟୁଶଲ୍ୟରେ ଡିଏନ୍‌ବି କରିଥିଲେ । ତା’ପରେ ସେ ଏମ୍ସ ନୂଆଦିଲ୍ଲୀର ସ୍ନାୟୁଶଲ୍ୟ ବିଭାଗରେ ଆସିଷ୍ଟାଂଟ ପ୍ରଫେସର ଭାବେ ଯୋଗ ଦେଇଥିଲେ ଏବଂ ୧୯୯୫ରୁ ୨୦୦୬ ପର୍ଯ୍ୟନ୍ତ ସେହି ବିଭାଗର ମୁଖ୍ୟଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ଦେଶ ସମେତ ସାରା ବିଶ୍ୱରେ ଶିଶୁ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ମହାପାତ୍ରଙ୍କର ୬୦୦ ରୁ ଊର୍ଦ୍ଧ୍ୱ ରିସର୍ଚ୍ଚ ପେପର୍ ଏବଂ ୧୫ଟି ପୁସ୍ତକ ପ୍ରକାଶିତ ହୋଇଛି । ସେ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ର ନିର୍ଦ୍ଦେଶକ ଏବଂ ନୂଆଦିଲ୍ଲୀ ଏମ୍ସର ଡିନ୍ (ରିସର୍ଚ୍ଚ) ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିଛନ୍ତି । ପ୍ରଫେସର ମହାପାତ୍ରଙ୍କର ଶିଶୁ ସ୍ନାୟୁ ଅସ୍ତ୍ରୋପଚାର, ମସ୍ତିଷ୍କ ଆଘାତ ଏବଂ ସ୍କଲ୍‌ବେସ୍ ସର୍ଜରୀ କ୍ଷେତ୍ରରେ ବିଶେଷ ଦକ୍ଷତା ରହିଛି ।

ପ୍ରଫେସର ମହାପାତ୍ର ନ୍ୟୁରୋ ଅଟୋଲୋଜି କ୍ଷେତ୍ରରେ ଗବେଷଣା ପାଇଁ ଡଃ ଜିଓ ଭି. ଦେଶା ସ୍ୱର୍ଣ୍ଣପଦକ ଏବଂ ଫାର୍ମାକୋଲୋଜି କ୍ଷେତ୍ରରେ ଗବେଷଣା ପାଇଁ ସ୍ୱର୍ଣ୍ଣପଦକ ଭଳି ଅନେକ ପୁରସ୍କାରରେ ସମ୍ବାନିତ ହୋଇଛନ୍ତି । ବିଶିଷ୍ଟ ଡାକ୍ତରୀ ଶିକ୍ଷକ ଭାବେ ସେ ୨୦୦୭ ମସିହାରେ ଡକ୍ଟର ବି.ସି. ରୟ ଜାତୀୟ ପୁରସ୍କାର ହାସଲ କରିଛନ୍ତି । କୁଳପତି ଭାବେ ନିଯୁକ୍ତ ହେବା ପରେ ପ୍ରଫେସର ମହାପାତ୍ରଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜରଞ୍ଜନ ନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ତାଙ୍କୁ ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଚିଫ୍ ଭିଜିଲାନ୍ସ ଅଫିସର ଯୁଗଳ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଫେସର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

   Related Posts