ପୁଲଓ୍ବାମାରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ୨୨ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ ଫିଲ୍ମ ‘‘ନୋଟବୁକ୍’’ର ନିର୍ମାତା

Published By : Prameya-News7 Bureau | February 19, 2019 IST

ମୁମ୍ବାଇ ୧୯/୨: ୨୦୧୯ଫେବୃୟାରୀ ୧୪ତାରିଖରେ ପୁଲଓ୍ବାମାରେ ସିଆରପିଏଫ ବାହିନୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ଦେଶ ନିନ୍ଦା କରୁଛି। ଫିଲ୍ମ ‘‘ନୋଟବୁକ୍’’ର ନିର୍ମାତା ସଲମାନ ଖାନ୍ ଫିଲ୍ମସ୍ ଏବଂ ସିନେ ୧ ଷ୍ଟୁଡିଓସ୍ ସହିଦଙ୍କ ପରିବାରକୁ ୨୨ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ନିଷ୍ପତି ନେଇଛି।

{"id":86849,"width":593,"height":395}

ଫିଲ୍ମ ନିର୍ମାତାଙ୍କ କହିବାନୁସାରେ ‘‘ନୋଟବୁକ’’ର ସୁଟିଙ୍ଗ୍ ୨୦୧୮ରେ ଅକ୍ଟୋବର-ନଭେମ୍ବର ମାସରେ ସମ୍ପୂର୍ଣ୍ଣ ଭାବରେ କାଶ୍ମୀରରେ ହୋଇଯାଇଥିଲା। ଆମ ପୂରା ଟିମ୍ ମୁଖ୍ୟ ରୂପରେ ଘାଟିରେ ଭାରତୀୟ ସେନା,ସିଆରପିଏଫ ଏବଂ କାଶ୍ମୀର ଲୋକଙ୍କ ପ୍ରୟାସ କାରଣରୁ ଫିଲ୍ମର ସୁଟିଙ୍ଗକୁ ସଫଳତାର ସହ ସାରି ପାରିଲୁ। ସେମାନେ ଏହା ସୁନିଶ୍ଚିତ କରିଥିଲେ ଯେ ଅତି କଠିନ ପରିସ୍ଥିତିରେ ମଧ୍ୟ ଏହି ସ୍ଥାନରେ ଆଇନ୍ ବ୍ୟବସ୍ଥା ସଜାଗ ଥିଲା। ସହିଦ ହୋଇଥିବା ଆମ ଦେଶର ବୀର ଜବାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଏବଂ ଏହି କଠିନ ପରିସ୍ଥିତିରେ ଆମେ ସହିଦଙ୍କ ପରିବାର ଲୋକଙ୍କ ସହ ରହିଛୁ।

{"id":86850,"width":596,"height":447}

‘‘ନୋଟବୁକ୍’’ ୨୦୧୯ରେ ରିଲିଜ ହେଉଥିବା ବଲିଉଡ ରୋମାନ୍ସ-ଡ୍ରାମା ଫିଲ୍ମ ଯେଉଁଥିରେ ଜାହିର ଇକବାଲ ଏବଂ ପ୍ରନୂତନ ବେହେଲ ମୁଖ୍ୟ ଭୂମିକାରେ ନଜର ଆସିବେ।

{"id":86852,"width":594,"height":446}

ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିତିନ କକ୍କରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ସଲମାନ ଖାନ୍,ମୁରାଦ ଖେତାନି ଏବଂ ଆଶ୍ବିନ ବର୍ଦ୍ଦେଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି।  ‘‘ନୋଟବୁକ୍’’ ଚଳିତ ବର୍ଷ ମାର୍ଚ ୨୯ରେ ରିଲିଜ ହେବାକୁ ଯାଉଛି।

{"id":86853,"width":594,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.