ବିଶ୍ବ ଐତିହ୍ୟ ସହର ହେବ ଶ୍ରୀକ୍ଷେତ୍ର, ଶ୍ରୀ ସେତୁ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Published By : Prameya-News7 Bureau | December 23, 2019 IST

ପୁରୀ ୨୩।୧: ଶ୍ରୀକ୍ଷେତ୍ର ବିଶ୍ବ ଐତିହ୍ୟ ସହର ହେବ । ଏଥିପାଇଁ ପୁରୀରେ ଉଛେଦ ପ୍ରକ୍ରିୟା ଜାରି ରହିଛି । ସେହିପରି ଶ୍ରୀ ସେତୁ ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ଜାରି ହୋଇଛି ବିଜ୍ଞପ୍ତି । ଏହାସହ ଏସଆଇଏ ସର୍ବେକ୍ଷଣ ଆରମ୍ଭ କରାଯାଇଛି ।

{"id":201654,"sizeSlug":"large"}

ଶ୍ରଦ୍ଧାଳୁ ମାନେ ଆଉ ଗାଡ଼ି ଧରି ଶ୍ରୀକ୍ଷେତ୍ର ଭିତରକୁ ପ୍ରବେଶ କରିବେ ନାହିଁ। ଶ୍ରୀସେତୁ ଦେଇ ସିଧାସଳଖ ମଙ୍ଗଳାଘାଟ ଛକରୁ ଜଗନ୍ନାଥ ବଲ୍ଲଭରେ ପହଞ୍ଚିବେ। ତେଣୁ ଏବେ ଶ୍ରୀସେତୁ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ଅବଢ଼ାର ଯୋଜନାରେ ୧୯ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇ ସାରିଛନ୍ତି।

{"id":201655,"sizeSlug":"large"}

ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀସେତୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ଜାରି ହୋଇଛି ବିଜ୍ଞପ୍ତି । ପ୍ରକଳ୍ପ ପାଇଁ ବିଜ୍ଞପ୍ତି ପ୍ରକାଶିତ ଦିବସ ଠାରୁ ୪୫ ଦିନ ମଧ୍ୟରେ ଏସଆଇଏ ସର୍ବେକ୍ଷଣ ଶେଷ କରାଯିବ । କ୍ଷେତ୍ର ପରିଦର୍ଶନ ସହ ପ୍ରଭାବିତ ବ୍ୟକ୍ତଙ୍କ ସହ ଆଲୋଚନା କରାଯିବ । ଏହାସହ ଶତକଡ଼ା ୨୫ ଭାଗ ପ୍ରଭାବିତଙ୍କ ସହ ଗ୍ରାମସଭାରେ ଶୁଣାଣି କରାଯିବ । 

{"id":201656,"sizeSlug":"large"}

ଶ୍ରୀସେତୁଟି ଟ୍ରମ୍ପେଟ ବ୍ରିଜ ଡ଼ିଜାଇନରେ କରାଯିବ। ସବୁଦାୟ ୩୪ ଏକର ୨୪୬ ଡ଼ିସିମିଲ ବେସରକାରୀ ଏବଂ  ୩ ଏକର ୭୩୮ ଡ଼ିସିମିଲ ସରକାରୀ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ଲଗାଯାଇଛି । ତେବେ ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ଲୋକେ କିଭଳି ଥଇଥାନ ହେବେ ଓ ସେମାନଙ୍କୁ ସରକାର କଣ ଆର୍ଥିକ ଅନୁଦାନ ଦେବେ ତାକୁ ନେଇ ଚିନ୍ତାରେ ସମସ୍ତେ । ସରକାରଙ୍କ ଏହି ବିକାଶମୂଳକ କାର୍ଯ୍ୟକୁ ବିସ୍ଥାପିତମାନେ ସ୍ବାଗତ କରିଥିବା ବେଳେ ଆଗ ଥଇଥାନ କରାଯାଉ ବୋଲି ଦାବି ଜଣାଇଛନ୍ତି ।

{"id":201657,"sizeSlug":"large"}

ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆରମ୍ଭ କରିବାକୁ ଚାଲିଛି ଉଛେଦ । ଏବେ ସହର ଭିତରୁ ଉଛେଦ ପରେ ସହର ବାହାରେ ଶ୍ରୀସେତୁ ପ୍ରକଳ୍ପକୁ ନେଇ ହେବ ଉଚ୍ଛେଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.