୨୦୨୦-୨୧ ବର୍ଷ ପାଇଁ ପ୍ରସ୍ତୁତ ହେଉଛି ବଜେଟ୍‌, ଆପଣ ବି ଦେଇପାରିବେ ସରକାରଙ୍କୁ ପରାମର୍ଶ

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬/୧୧: ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କେନ୍ଦ୍ର ସରକାର ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥି ପାଇଁ ତାମାମ ସଂଗଠନ ପାଖରୁ ପରାମର୍ଶ ମାଗୁଛନ୍ତି ସରକାର। କେବଳ ସଂଗଠନ କାହିଁକି ଦେଶର ସାଧାରଣ ଜନତା ବି ନିଜର ପରାମର୍ଶ ବଜେଟ୍‌ ତିଆରି ପାଇଁ ସରକାରଙ୍କୁ ଦେଇପାରିବେ।

ବଜେଟ ପ୍ରସ୍ତୁତ ପୂର୍ବରୁ  କେନ୍ଦ୍ର ଅର୍ଥମନ୍ତ୍ରୀ ଦେଶର ପ୍ରମୁଖ ସେକ୍ଟରକୁ ନିଜର ପରାମର୍ଶ ପ୍ରଦାନ କରିବାକୁ କହିଥିବା ବେଳେ ଏହାର ସମୀକ୍ଷା ପରେ ବଜେଟ୍‌ ପ୍ରସ୍ତୁତ କରାଯିବ। ଉଦ୍ୟୋଗ, କୃଷକ ସଂଗଠନ, କାରବାର ସହ ଜଡ଼ିତ କମ୍ପାନୀ, କର୍ମଚାରୀ ସଂଗଠନ, ରାଜନୈତିକ ଦଳଗୁଡ଼ିକୁ ବି ସରକାର ପରାମର୍ଶ ଦେବାକୁ କହିଛନ୍ତି।

ତେବେ ବଜେଟ୍‌ ପ୍ରସ୍ତୁତି​‌ରେ ସରକାର ଦେଶର ପ୍ରତି ନାଗରିଙ୍କ ପରାମର୍ଶକୁ ବି ବଚାରକୁ ନେଉଛନ୍ତି। MyGov ପ୍ଲାଟଫର୍ମରେ ବଜେଟ୍‌ ପାଇଁ ଏକ ମାଇକ୍ରୋସାଇଟ୍‌ ଲଞ୍ଚ କରିଛନ୍ତି ସରକାର। ଏହା ମାଧ୍ୟମରେ ଦେଶବାସୀଙ୍କୁ ନିଜର ପରାମର୍ଶ ଦେବାକୁ କୁହାଯାଇଛି। ଏଥିରେ ରେଜିଷ୍ଟେ୍ରସନ୍‌ କରି ଆପଣ ମଧ୍ୟ ବଜେଟ୍‌ ପ୍ରସ୍ତୁତି ପାଇଁ ନିଜର ପରାମର୍ଶ ଦେଇପାରିବେ। ତେବେ ଏହି ପୋର୍ଟାଲରେ ପରାମର୍ଶ ଦେବାର ଶେଷ ତାରିଖ ୩୦ ନଭେମ୍ବର ଧାର୍ଯ୍ୟ କରାଯାଇଛି।

କରୋନାର ଭୟାବହତାକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସରକାର ପ୍ରଥମ ଥର ସମସ୍ତ ଇଣ୍ଡଷ୍ଟ୍ରିକୁ ଅନଲାଇନ୍‌ ଇମେଲ୍‌ ମାଧ୍ୟମରେ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି। ପୂର୍ବରୁ  ଇଣ୍ଡଷ୍ଟ୍ରିଗୁଡ଼ିକର ପ୍ରତିନିଧି ନିଜର ପରାମର୍ଶକୁ ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ସରକାରଙ୍କ ପାଖରେ ରଖୁଥିଲେ। କିନ୍ତୁ ଏଥର ସ୍ବତନ୍ତ୍ର ଇମେଲ୍‌ ଜାରି କରାଯାଇଛି ଯେଉଁଥିରେ ସେମାନେ ନିଜର ପ୍ରେଜେଣ୍ଟେସନ୍‌ ବା ପରାମର୍ଶ ଦେଇପାରିବେ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.