Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋସମ୍ପଦ ଓ ଗୋଚାଷୀଙ୍କ ଉପରେ କରୋନା ପାହାର: ହଜାର ହଜାର ଲିଟର କ୍ଷୀର ନଷ୍ଟ ହେଉଛି, ଗୋରୁଙ୍କ ପାଇଁ ବି କିଣି ହେଉନି ଖାଦ୍ୟ

16/05/2020 at 4:55 PM

ଝାରସୁଗୁଡା, ୧୬|୦୫:  ଲକଡାଉନ ଅନେକ ଲୋକଙ୍କ ରୋଜଗାର ଛଡାଇ ନେଇଥିଲା ବେଳେ ଏହାର ସବୁଠାରୁ ଅଧିକ ଶିକାର ହେଉଛନ୍ତି ଗୋରୁ ବ୍ୟବସାୟୀ।ଗୋଟିଏ ପଟେ କ୍ଷୀର ବେପାର ଠପ୍ ତ ଅନ୍ୟପକ୍ଷରେ ଗାଇଗୋରୁ ଖାଇବାକୁ ନ ପାଇ ପ୍ରାଣ ହରାଇଲେଣି।ଏଭକି ସ୍ଥିତରେ ସେମାନଙ୍କ ଗୁହାରି ଶୁଣିବା କିଏ ତାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

ଚାକିରୀ ଅଭାବରୁ ଗାଈ ଚାଷ ଜରିବାକୁ ଆଗଭର ହୋଇଥିଲେ । ଗାଈ ଚାଷ କରିବା ଯୋଗୁଁ ଦୁଗ୍ଧ ଉତ୍ପାଦନ କରି ଗାଈ ଗୋରୁଙ୍କ ଖାଦ୍ୟ ଯୋଗାଡ କରିବା ପରେ ଯାହା ଦୁଇ ପଇସା ବଞ୍ଚେ ସେଥିରେ ନିଜ ଗୁଜୁରାଣ ମେଣ୍ଟାଉଥିଲେ।କିନ୍ତୁ ଲକଡାଉନର ୫୫ ଦିନ ପରେ ବି ଦୋକାନ ବଜାର ନ ଖୋଲିବାରୁ ଉତ୍ପାଦିତ କ୍ଷୀର ବିକ୍ରି ହୋଇ ପାରୁନି।ଦୈନିକ ଶହ ଶହ ଲିଟର କ୍ଷୀର ଢାଳିବାକୁ ପଡୁଛି।ଏପରିସ୍ଥିତିରେ ଗାଈ ଖାଇବେ କଣ ,ଆମେ ବଂଚିବୁ କିପରି ବୋଲି ପ୍ରଶ୍ନ କରିଛନ୍ତି ଦୁଗ୍ଧ ଚାଷୀ। ଏହିପରି ସ୍ଥିତି ଉପୁଜିଛି ଝାରସୁଗୁଡାରେ। ପରିସ୍ଥିତି ଏପରି ହୋଇଛି ଯେ ଗାଇଙ୍କୁ ଅର୍ଥାଭାବରୁ ଠିକ ଭାବେ ଖାଦ୍ୟ ଯୋଗାଇ ଦେଇ ପାରୁନାହାନ୍ତି ଗାଈ ରଖୁଥିବା ଚାଷୀ।ଲକଡାଉନ ଯୋଗୁଁ ପୋଲିସର କଡା ଚେକିଂ ପାଇଁ ଗାଈର ଶରୀର ଅସୁସ୍ଥ ହେଲେ କେହି ଚିକିତ୍ସକ ଆସିଲେ ନାହିଁ କିମ୍ବା ଔଷଧ ମଧ୍ୟ ମିଳିଲାନି।ଯାହା ଫଳରେ ଅନେକ ଚାଷୀଙ୍କ ବହୁ ସଂଖ୍ୟକ ଗାଈ ମୃତ୍ୟୁ ବରଣ କରିଛନ୍ତି।ଯାହାଦ୍ୱାରା ଗୋରୁଚାଷୀ କ୍ଷତି ର ସମ୍ମୁଖୀନ ହୋଇଛନ୍ତି।

ଝାରସୁଗୁଡା ଜିଲାରେ ଦୈନିକ ୩୫ ହଜାର ଲିଟର କ୍ଷୀଉର ଉତ୍ପାଦନ ହେଉଛି।ଏଥି ମଧ୍ୟରୁ ମାତ୍ର  ୧୨୦୦ ଲିଟର କ୍ଷୀର ଓମଫେଡ୍ ସଂଗ୍ରହ କରୁଥିବା ବେଳେ ବାକି ପ୍ରାୟ ୩୪ ହଜାର ଲିଟର କ୍ଷୀର ବିକ୍ରି ପାଇଁ ସ୍ଥାନୀୟ ମାର୍କେଟ ଉପରେ ନିର୍ଭର କରନ୍ତି ଦୁଗ୍ଧ ଚାଷୀ।କିନ୍ତୁ ବର୍ତ୍ତମାନ ଲକଡାଉନ ଯୋଗୁଁ ହୋଟେଲ ବନ୍ଦ ଥିବାରୁ କ୍ଷୀର ବିକ୍ରୀ ହୋଇ ପାରୁ ନଥିବା ବେଳେ ଯାତାୟତ କଟକଣାରୁ ସାଧାରଣ ଖାଉଟି ଙ୍କ ନିକଟରେ ଦୁଗ୍ଧ ଜାତ ଦ୍ରବ୍ୟ ପହଞ୍ଚି ପାରୁନି। ଫଳରେ କ୍ଷତି ସାହୁଥିବା ଦୁଗ୍ଧ ଚାଷୀ ଗାଇଙ୍କୁ ଆବଶ୍ୟକତା ଅନୁସାରେ ଖାଇବାକୁ ଦେଇ ନ ପାରିବାରୁ କିଛି ବ୍ୟବସାୟୀଙ୍କ ଗାଈ ମଧ୍ୟ ମୃତ୍ୟୁ ବରଣ କଲେଣି।ତେଣୁ ଗାଇଙ୍କୁ ବଞ୍ଚାଇବା ବର୍ତ୍ତମାନ ସବୁଠାରୁ ଅଧିକ ଚ୍ୟାଲେଞ୍ଜ ହେଲାଣି ବୋଲି କହୁଛନ୍ତି ବ୍ୟବସାୟୀ।ଏପରିସ୍ଥିତିରେ ଦୁଗ୍ଧ ଚାଷୀ ଅନ୍ୟ ଉପାୟ ନ ପାଇ ଆବଶ୍ୟକ ଠାରୁ କମ ଦୁଗ୍ଧ ଆମଦାନୀ କରୁଥିବା ବେଳେ ତାହା ମଧ୍ୟ ବିକ୍ରି ନହେବାରୁ ଅନ୍ୟ ପନ୍ଥା ନ ପାଇ ବିକଳରେ ଖୁଆ ଓ ପନିର ପ୍ରସ୍ତୁତ କରି ରଖୁଛନ୍ତି।

   Related Posts