Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ହ୍ୱାଟସଆପ୍ ୟୁଜରଙ୍କ ପାଇଁ ବଡ ବିପଦ, ଜାରି ହେଲା ଚେତାବନୀ

14/07/2020 at 9:29 AM

ନୂଆଦିଲ୍ଲୀ, ୧୪|୦୭:  ହ୍ୱାଟସଆପ୍ ୟୁଜରଙ୍କ ପାଇଁ ଏକ ବିପଦ । ୟୁଜର୍ସଙ୍କୁ ହ୍ୱାଟସଆପ୍‌ର ଫେକ୍ ଭର୍ସନ୍ ପାଇଁ ଆଲର୍ଟ ଜାରି କରାଯାଇଛି । ଏହି ମେସେଜିଂ ଆପ୍‌ ସହ ଜଡିତ ସମସ୍ତ ଅପଡେଟ୍‌କୁ ଟ୍ରାକ୍ କରୁଥିବା ଆପ୍ ଓ୍ୱାବେଟା ଇନଫୋ ଏନେଇ ଚେତାବନୀ ଜାରି କରିଛି । ଟ୍ୱିଟ୍‌ରେ ସୁରକ୍ଷାକୁ ନେଇ ମୋଡିଫାଏଡ୍ ଭର୍ସନକୁ ବିକଳ୍ପ କୁହାଯାଇ ପାରିବ ନାହିଁ ବୋଲି ସଂସ୍ଥା କହିଛି ।

ଟ୍ୱିଟ୍‌ରେ କୁହାଯାଇଛି ଯେ, ହ୍ୱାଟସଆପ୍‌ର ମୋଡିଫାଏଡ୍ ଭର୍ସନ ଆକର୍ଷକ ଲାଗିଥାଏ, କିନ୍ତୁ ଏହା ଠିକ୍ ନୁହେଁ । ଡାଟା ଲିକ୍ ହେବାର ରିସ୍କ ରହିଛି । ଏହି ମୋଡିଫାଏଡ୍ ଆପ୍‌ ଜରିଆରେ ହ୍ୟାକର୍ସମାନେ ସହଜରେ ୟୁଜରଙ୍କୁ ଶିକାର କରିପାରିବେ । ଏହି ଫେକ୍ ହ୍ୱାଟସଆପ୍ ଡେଭଲପମେଣ୍ଟ୍ ଦ୍ୱାରା ତଥ୍ୟ ଚୋରୀର ଭୟ ରହିଛି । ହ୍ୟାକର୍ସମାନେ ଆକାଉଣ୍ଟକୁ ଆକସେସ୍ କରିବା ସହ ମେସେଜ୍ ସିନ୍ ଓ ଏଡିଟ୍ କରିପାରିବେ ।

ଏଥିରେ ଆହୁରି କହାଯାଇଛି ଯେ, ମୋଡିଭାଏଡ୍ ଆପ୍‌କୁ କମ୍ପାନୀ ଭେରିଫାଏଡ୍ କରିନାହିଁ । ଅନେକ ୟୁଜର ଏହାକୁ ବ୍ୟବହାର କରୁଛନ୍ତି । ସେମାନଙ୍କ ଆକାଉଣ୍ଟ ବ୍ୟାନ୍ କରାଯାଇପାରେ । କିଛି ୟୁଜର୍ସ ଅଧିକ ଫିଚର୍ ଲୋଭରେ ଏହି ଭର୍ସନକୁ ବ୍ୟବହାର କରିଥାନ୍ତି । ଯାହା ନିରାପଦ ନୁହେଁ ।

ହ୍ୱାଟସଆପ୍‌ର ଅଫିସିଆଲ୍ ଭର୍ସନକୁ ଆପଲ୍ ଷ୍ଟୋର ବା ଗୁଗୁଲ ପ୍ଲେଷ୍ଟୋରରୁ ଡାଉନଲୋଡ୍ କରିହେବ । ଏଥିପାଇଁ ହ୍ୱାଟସଆପ୍‌ର ବିଟା ଭର୍ସନ ମଧ୍ୟ ରହିଛି ।

   Related Posts