ଜଳୁଛି ଶିମିଳିପାଳ: ଧୂଆଁ ବଳୟରେ ସୀମାନ୍ତ ଗ୍ରାମ, ଅଣନିଶ୍ୱାସୀ ଲୋକେ

Published By : Prameya-News7 Bureau | March 10, 2021 IST

ପାଟଣା, ୧୦/୦୩: ଗତ କିଛିଦିନ ଧରି ଶିମିଳିପାଳ ବନାଞ୍ଚଳ ଜଳୁଥିବା ବେଳେ ଏହାର ପ୍ରଭାବରେ ଚତୁର୍ଦ୍ଦିଗ ଧୁଆଁରେ ଆଚ୍ଛାଦିତ ହୋଇପଡିଛି ।  ଶିମିଳିପାଳର ସୀମାନ୍ତରେ ଥିବା ଗ୍ରାମଗୁଡିକ ଧୁଆଁର ବଳୟ ଭିତରେ ରହିବା ଭଳି ମନେ ହେଉଛି । ଏହି ଧୁଆଁ ଏବେ ସାରା ଅଞ୍ଚଳରେ କୁହୁଡିର ଭ୍ରମ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।

ଧୂଆଁ ପ୍ରଭାବରେ ଲୋକଙ୍କ ଆଖି ପୋଡୁଥିବା ଲୋକେ ପ୍ରକାଶ କରିଛନ୍ତି । ବିଶେଷ କରି ପାଟଣା ରେଞ୍ଜ ଦାମାହୁଦା, ମାଛଗଡ଼, ଗୋଜାପଥର, ବେଲସରେଇ, ଉଚ୍ଚାଟାଙ୍ଗର ଆଦି ଗ୍ରାମର ଲୋକେ ଏଥିରେ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

ଲୋକେ ନିଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବେଳେ ରାସ୍ତାରେ ଯାଉଥିବା ବାଇକ ଚାଳକମାନେ ଭଲ ଭାବେ ଦେଖି ପାରୁନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତିଶୀଘ୍ର ନିଆଁକୁ ଆୟତ୍ତ ନକରାଗଲେ ଏହାର କୁପ୍ରଭାବ  ଜୀବଜଗତ ଓ ପରିବେଶ  ଉପରେ ପଡିବ ବୋଲି ଆଶଙ୍କା  ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.