ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଥ ହଡପ ମାମଲା, ବୁକ୍ କିପରଙ୍କୁ ତାଲା ପକାଇଲେ ମହିଳା

Published By : Prameya-News7 Bureau | January 04, 2021 IST

ତେଲକୋଇ, ୦୪|୦୧: କେନ୍ଦୁଝର ଜିଲ୍ଲା  ତେଲକୋଇ ବ୍ଲକ ଅନ୍ତର୍ଗତ ଦେଉଳଡିହା ପଞ୍ଚାୟତରେ ଅର୍ଥ ହଡପ ଅଭିଯୋଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଷ୍ଟର ବୁକ କିପରଙ୍କୁ ମହିଳାମାନେ ତାଲା ପକାଇ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଦେଉଳଡିହା ପଞ୍ଚାୟତର ୫ଟି ଗାଁରେ ୧୦୨ଟି ସ୍ୱୟଂସହାୟକ ଗୋଷ୍ଠୀ ରହିଛି । ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ଆୟ ବ୍ୟୟର ହିସାବ ନିକାଶ ପାଇଁ ଏମବିକେ ନିଯୁକ୍ତି କରାଯାଇଛି । ତେବେ ଏମବିକେ ଭାବେ ନିଯୁକ୍ତ ହୋଇଥିବା ବସୁନ୍ଧରା ମହାନ୍ତ ବର୍ଷେ ହେବ ସଠିକ ହିସାବ ନଦେଇ ଠକି ଚାଲିଥିବା ଅଭିଯୋଗ ହୋଇଥିଲା  । ପ୍ରାୟ ୧୨ ଲକ୍ଷ ଟଙ୍କା ହିସାବ ନଦେଇ ହଡପ ହୋଇଥିବା ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ଗତ ଡିସେମ୍ବର ୨୧ ତାରିଖରେ ସ୍ଥାନୀୟ ବିଡ଼ିଓଙ୍କୁ ମଧ୍ୟ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ସୋମବାର ଦିନ ୧୨ଟା ସମୟରେ ବସୁନ୍ଧରା ଅଫିସ ଆସିଥିବା ବେଳେ ମହିଳାମାନେ ହିସାବ ଦେବାକୁ କହିଥିଲେ ।ତେବେ  ହିସାବ ଦେବିନାହିଁ କହି ସ୍ୱୟଂସହାୟକ ଗୋଷ୍ଠୀର ସଭାପତି ଲୀଳାବତୀ ମହାକୁଡ଼ଙ୍କୁ ବସୁନ୍ଧରା ମାଡ ମାରିଥିଲେ ।ଏଥିରେ ଉତ୍ୟକ୍ତ ମହିଳା ଗୋଷ୍ଠୀ ବସୁନ୍ଧରାଙ୍କୁ ଅଫିସ ଭିତରେ ତାଲା ପକାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.