ଏମିତି ସ୍କୁଲ, ଯେଉଁଠି ପାଳି କରି ଆସନ୍ତି ସାର୍ , ଘର ଝାଡୁ କରନ୍ତି ଛାତ୍ରଛାତ୍ରୀ : ସବୁଠି ଦୁର୍ନୀତି

Published By : Prameya-News7 Bureau | January 21, 2020 IST

ସୋର ୨୧।୦୧: ବାଟବଣା ହେଉଛି ଶିକ୍ଷା। ସ୍କୁଲକୁ ଆସୁ ନାହାନ୍ତି ଛାତ୍ରଛାତ୍ରୀ, ଯେଉଁ ଛାତ୍ରଛାତ୍ରୀ ସ୍କୁଲ ଆସୁଛନ୍ତି, ସେମାନଙ୍କୁ ଶିକ୍ଷକମାନେ ସ୍କୁଲ କାମରେ ନିୟୋଜିତ କରାଯାଉଛି। ମଧ୍ୟାହ୍ନ ଭୋଜନ ହଡପ ହେବାର ଅଭିଯୋଗ ମଧ୍ୟ ଆସୁଛି। ବିଦ୍ୟାଳୟକୁ ପାଳି କରି ଆସୁଛନ୍ତି ଶିକ୍ଷକ। ହଷ୍ଟେଲ ଅଛି କିନ୍ତୁ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନାହାନ୍ତି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବାଲେଶ୍ବର ଜିଲା ଔପଦା ପାହାଡ ପାଦଦେଶରେ ରାଣୀ ପୋଖରୀ ଉନ୍ନିତ ପ୍ରାଥମିକ ବିଦ୍ୟାଳୟରୁ ।

{"id":214252,"sizeSlug":"large"}

 ବ୍ଳକରୁ ମାତ୍ର ୩୦ କିଲୋମିଟର ଦୂରରେ ଏହି ସ୍କୁଲ ରହିଛି । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରତ୍ୟେହ ଦର୍ଶ।ଯାଉଛି ୧୫୩ ଓ  ଶିକ୍ଷକ ସଂଖ୍ୟା ୫ ରହିଛି ।  କିନ୍ତୁ ବିଡମ୍ବନାର ବିଷୟ  ପ୍ରତେକ ଦିନ ୩୦ଜଣ ଛାତ୍ରଛାତ୍ରୀ ଆସନ୍ତି । ଏହାସହିତ ପ୍ରତିଦିନ ଅତି ବେଶିରେ ଆସନ୍ତି ଦୁଇ ଜଣ ଶିକ୍ଷକ ।  ସେଥିରେ ପୁଣି ପାଳି କରି ପ୍ରତ୍ୟେହ ଦୁଇ ଜଣ ଶିକ୍ଷକ ଆସନ୍ତି ବୋଲି ଅଭିଯୋଗ ଆସୁଛି। ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ପ୍ରତ୍ୟେହ ୧୫୦ ଦେଖାଯାଉଛି  । କନିତୁ ଉପସ୍ଥିତ ରହୁଛନ୍ତି ଛାତ୍ରଛାତ୍ରୀ ୩୦। ତେବେ  ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ୍ନ ଭୋଜନ ହଡପର ଅଭିଯୋଗ ହେଉଛି ।  ସ୍କୁଲକୁ ଆସୁଥିବା ଶିକ୍ଷକମାନେ ୟୁନିଫର୍ମ ଆଦୌ ପିନ୍ଧନ୍ତି ନାହଁ। ସ୍କୁଲର ଛାତ୍ରମାନେ ଝାଡୁ ଠାରୁ ଆରମ୍ଭ କରି ସମସ୍ତ କାମ କରନ୍ତି । ସାମ୍ବାଦିକଙ୍କୁ ଦେଖି ଶିକ୍ଷକ ଛାତ୍ରଙ୍କ ହାତରୁ ଝାଡୁ ଛଡାଇ ନେଉଛନ୍ତି ।

{"id":214253,"sizeSlug":"large"}

ପାହାଡର ପାଦଦେଶର ୧୦ ଗାଁରୁ ଜନଜାତି ପିଲା ସ୍କୁଲକୁ ଅଧ୍ୟୟନ ପାଇଁ ଆସୁଥିବାର ଦର୍ଶ।ଯାଇଛି। ସ୍କୁଲକୁ ଛାତ୍ରଛାତ୍ରୀ ନଆସି ଗାଁର ସବୁ ବଳେ ଖେଳୁଥିବାର ଦେଖବାକୁ ମିଳୁଛି। ସେହିପରି ୧ବର୍ଷ ଧରି ସ୍କୁଲରେ ଚାଳୁଥିବା ହଷ୍ଟେଲରେ ଆଦୌ ଛାତ୍ରଛାତ୍ରୀ ରହୁନଥତ୍ବାର ଜଣା ପଡିଛି । ପିଲାଙ୍କ ପାଇଁ ଡାଲମା ରନ୍ଧା ହୋଇଥିବା ବଳେ ଦୁଇ ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଘାଣ୍ଟ ତରକାରୀ ରନ୍ଧା ଯାଇଥିବା ଦେଖାଯାଇଥିଲା ।  ବର୍ଷବର୍ଷ ଧରି ଏହି ସ୍କୁଲକୁ ଜିଲା ପ୍ରଶାସନ ପକ୍ଷରୁ ତଦାରଖ ମଧ୍ୟ କରାଯାଉନି।

{"id":214254,"sizeSlug":"large"}

ସୋମବାର ସାମ୍ବାଦିକମାନେ ସ୍କୁଲକୁ ଯାଇଥତ୍ଲେ ଏହିସବୁ ଅବସ୍ଥା ସ୍କୁଲରେ ଦେଖତ୍ବାକୁ ମିଳିଥତ୍ଲା। ସେପଟେ ଔପଦା ବିଇଓ ବିଜୟ କୁମାର ଗିରି ଘଟଣା ସମ୍ପର୍କରେ କହିଛନ୍ତି ଯେ, ପଲ୍ସ ପୋଲିଓ ଯୋଗୁ ଛାତ୍ରଛାତ୍ରୀ ସଂଖ୍ୟା କମ ରହିଛି।  ସ୍କୁଲରେ ଛାତ୍ର କାମ କରୁଥିବା ସମ୍ପର୍କରେ ତଦାରଖ କରାଯିବ ବୋଲି କହିଛନ୍ତି । ଶିକ୍ଷାଦାନ ଦେଉଥିବା ଶିକ୍ଷକଙ୍କୁ ପଚାରିବାରୁ ଶିକ୍ଷକମାନେ ପିନ୍ଧି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.