ଚତୁର୍ଥ ଟେଷ୍ଟ ନେଇ ଆଶଙ୍କା : ପର୍ଯ୍ୟଟକଙ୍କ ବୟକଟ୍ ଧମକ, ସେପଟେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ଭାରତୀୟ ଟିମ୍ ନାରାଜ୍

Published By : Prameya-News7 Bureau | January 03, 2021 IST

ଜୋହାନ୍ସବର୍ଗ, ୦୩/୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ସିଡନୀ ଓ ଚତୁର୍ଥ ଟେଷ୍ଟ ବ୍ରିସବେନରେ ଖେଳାଯିବ । କିନ୍ତୁ ଟିମ୍ ଇଣ୍ଡିଆ ଚତୁର୍ଥ ଟେଷ୍ଟ ପାଇଁ ବ୍ରିସବେନ୍ ଯିବାକୁ ଚାହୁଁ ନଥିବା ଖବର ଆସିଛି । ଏହା ପଛରେ ରହିଥିବା ସବୁଠାରୁ ବଡ କାରଣ ହେଉଛି କ୍ୱାରେଣ୍ଚାଇନ୍ ସମସ୍ୟା । କାରଣ ସିଡନୀରେ ଗତ କିଛିଦିନ ହେବ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି ।

ଟିମ୍ ଇଣ୍ଡିଆ ନିଶ୍ଚିତ ଥିଲା ଯେ ଅଷ୍ଟ୍ରେଲିଆରେ ପହଁଚିବା ପରେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । ପରେ ଗତବିଧିରେ କଟକଣା ରହିବ ନାହିଁ । କିନ୍ତୁ ବ୍ରିସବେନରେ ପହଁଚିବା ପରେ ପୁଣି କ୍ୱାରେଣ୍ଟାଇନରେ ଖେଳାଳିଙ୍କୁ ରହିବାକୁ ପଡିପାରେ । ତାଙ୍କ ଯାତ୍ରା ହୋଟେଲ ଓ ଷ୍ଟାଡିୟମ ଯାଏଁ ହିଁ ସୀମିତ ରହିବ । ତେଣୁ ଖେଳାଳିମାନେ ସିଡନୀରେ ରହିବାକୁ ଚାହାଁନ୍ତି । ସେହିପରି ଦର୍ଶକମାନେ ମଧ୍ୟ ଖୁସି ନାହାଁନ୍ତି । ପର୍ଯ୍ୟଟକ ଓ ଦର୍ଶକମାନେ ଖେଳ ଦେଖିବା ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ଚାହୁଁନାହାଁନ୍ତି । ଫଳରେ ସେମାନେ ବୟକଟ୍ ଧମକ ଦେଇଛନ୍ତି ।

କ୍ରିକବଜକୁ ବିସିସିଆଇର ଜଣେ ଅଧିକାରୀ, ଅଷ୍ଟ୍ରେଲିଆ ପହଁଚିବା ପୂର୍ବରୁ ଖେଳାଳି ଦୁବାଇରେ ୧୪ ଦିନ କ୍ୱାରେଣ୍ଚାଇନରେ ରହିଥିଲେ । ଅଷ୍ଟ୍ରେଲିଆରେ ପୁଣି ଆଉ ୧୪ ଦିନ । ଅର୍ଥାତ ଗୋଟିଏ ମାସ ଧରି ବସି ରହିବା । ଏବେ ଗସ୍ତ ଶେଷ ହେବାକୁ ଯାଉଛି । ଖେଳାଳିମାନେ ଆଉ ଏକାନ୍ତବାସରେ ରହିବାକୁ ପସନ୍ଦ କରୁନାହାଁନ୍ତି । ଦଳ ସୋମବାର ସିଡନୀ ଯାତ୍ରା କରିବ । ଏହାପରେ ୭ ତାରିଖରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ସେଠାରେ ପହଁଚିବା ପରେ ଚାଟାର୍ଡ ଫ୍ଲାଇଟରେ ଦଳ କ୍ୱିନ୍ସଲାଣ୍ଡ ଗସ୍ତ କରିବ ।

ଏହା ପରେ ବି ଅଷ୍ଟ୍ରେଲିଆର ବିଭିନ୍ନ ସହର ନ୍ୟୁ ସାଉଥ ଓ୍ୱେଲସ୍ ସହ ନିଜର ସୀମାକୁ ବନ୍ଦ ରଖିଛନ୍ତି । ଏହି ସ୍ଥାନ କରୋନା ମହାମାରୀରୁ ମୁକୁଳିପାରି ନାହିଁ । ସାଉଥ ଅଷ୍ଟ୍ରେଲିଆ ଓ ଭିକ୍ଟୋରିଆ ମଧ୍ୟ ନିଜ ନିଜର ସୀମାକୁ ବନ୍ଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.