Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାନ୍ଧବୀଙ୍କ ଘରୁ ଯୁବତୀଙ୍କୁ ଉଠାଇନେଲା ପୋଲିସ, ସମଲିଙ୍ଗୀ ସମ୍ପର୍କରୁ ଛାଡିଥିଲେ ଘର, କେରଳ ଘରୁ ଫେରାର ହୋଇ ଚେନ୍ନାଇରେ ଲିଭ୍ ଇନରେ ଥିଲେ

27/10/2020 at 10:24 PM

ଚେନ୍ନାଇ, ୨୭|୧୦: ଚେନ୍ନାଇର ନୁନଗାବକମରେ ରହୁଥିବା ଜଣେ ଯୁବତୀଙ୍କୁ ସମଲିଙ୍ଗୀ ପାର୍ଟନରଙ୍କଠାରୁ ପୋଲିସ ଉଦ୍ଧାର କରିଛି । ତେବେ ପୋଲିସର ଏହି ଆକ୍ସନ ପରେ ପ୍ରଶ୍ନ ଉଠାଇଛନ୍ତି ପାର୍ଟନରଙ୍କ ଓକିଲ । ସମଲିଙ୍ଗୀ ସମ୍ପର୍କ ଆିନ ସମ୍ମମ ହୋଇଥିବା ବେଳେ ପୋଲିସ କଣ ପାଇଁ ଉଭୟଙ୍କୁ ପୃଥକ କଲା ତାକୁ ନେଇ ମଧ୍ୟ ପୋଲିସକୁ ଓକିଲଜଣଙ୍କ ପ୍ରଶ୍ନ କରିଛନ୍ତି ।

ସୂଚନାନୁସାରେ, ଚେନ୍ନାଇର  ନୁନଗାବକମରେ ଏକାଠି ରୁହନ୍ତି ରେଜିନା ଓ ଅନନ୍ୟା(ଛଦ୍ମନାମ) ।ରେଜିନା  ତାମିଲନାଡୁର ହୋଇଥିବା ବେଳେ ଅନନ୍ୟା କେରଳର । ଉଭୟଙ୍କ ମଧ୍ୟରେ ଟିକଟକରୁ ସମ୍ପର୍କ ଗଢି ଉଠିଥିଲା । ଗତ କିଛି ଦିନ ହେବ ଉଭୟ ଗୋଟିଏ ଘରେ ରହୁଥିଲେ । ତେବେ ସୋମବାର ହଠାତ ପୋଲିସ ଆସି ଅନନ୍ୟାଙ୍କୁ ନେଇ ଯାଇଥିଲା । କାରଣ ଅନନ୍ୟାଙ୍କ ପରିବାର ଲୋକେ ଉଭୟଙ୍କ ସମ୍ପର୍କକୁ ଗ୍ରହଣ କରିପାରି ନଥିଲେ ।

ଅନନ୍ୟାଙ୍କୁ ଉଦ୍ଧାର କରିବାକୁ ପୋଲିସ ପ୍ରାୟ ୫୦୦ କିମି ବୁଲିଥିଲା । ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ରେଜିନାଙ୍କ ଓକିଲ ଅକିଲା ଆରଏସ । ସେ ପ୍ରଶ୍ନ କରିଛନ୍ତି ଯେ, ଅନନ୍ୟା ନିଜ ଇଚ୍ଛାରେ ଘର ଛାଡି ରେଜିନାଙ୍କ ସହ ରହୁଥିଲେ ।

ରେଜିନା କହିଛନ୍ତି ଯେ, ସେ ଓ ଅନନ୍ୟାଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଛି । ଉଭୟ ୨୦ ଦିନ ଧରି ଏକାଠି ରହୁଥିଲେ । ଅନନ୍ୟା ନିଜ ଇଚ୍ଛାରେ ତାଙ୍କ ସହ ରହୁଥିଲେ । ଅନନ୍ୟା ସାବାଳିକା । ତାଙ୍କର ନିଜେ ନିଷ୍ପତ୍ତି ନେବାର ଅଧିକାର ରହିଛି । ଏହି ଘଟଣା ପରେ ରେଜିନାଙ୍କ ଓକିଲ ପୋଲିସକୁ ଫୋନ୍ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ।

ସେହିପରି ବରିଷ୍ଠ ଓକିଲ ସୁଧା ରାମଲିଙ୍ଗମ କହିଛନ୍ତି ଯେ, ପୋଲିସ ପ୍ରଥମେ ଅନନ୍ୟାଙ୍କ ବୟାନ ରେକର୍ଡ କରିବାର ଥିଲା । ଏହାସହ କୋର୍ଟରେ ମଧ୍ୟ ଉପସ୍ଥିତ କରିଥାନ୍ତା । ଏପରି ନକରି ରେଜିନାଙ୍କଠାରୁ ଦୂରେଇ ନେବା ନିନ୍ଦନୀୟ ।

ସୂଚନାଯୋଗ୍ୟ, ଅନନ୍ୟା ଘର ଛାଡିବା ପରେ ପରିବାର ଲୋକେ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିଲା ।

   Related Posts