“ଇସ୍ତଫା ଦିଅ ଇମ୍ରାନ ଖାନ୍ , ନହେଲେ ତୁମକୁ ଜୋର ଜବରଦସ୍ତି ହଟେଇଦେବୁ ଗାଦିରୁ”, ଟଳମଳ ଇମ୍ରାନ ଖାନଙ୍କ ପ୍ରଧାନମନ୍ତ୍ରୀ ଚୌକୀ

Published By : Prameya-News7 Bureau | November 01, 2019 IST

ଇସଲାମବାଦ୧|୧୧: ଇସ୍ତଫା ଦିଅ ଇମ୍ରାନ ଖାନ୍ । ନହେଲେ ତୁମକୁ ଜୋର ଜବରଦସ୍ତି ହଟେଇଦେବୁ ଗାଦିରୁ । ଏକଥା ଭାରତ କି ଆମେରିକା ସରକାର କହୁନାହାଁନ୍ତି ଏକଥା କହୁଛନ୍ତି ଖୋଦ୍ ପାକିସ୍ଥାନର ଧାର୍ମିକ ନେତା ଏବଂ ବିରୋଧିଦଳ ।

{"id":177720}

ପାକିସ୍ଥାନର ଦକ୍ଷିଣପନ୍ଥି ମୌଲାନା ଫଜଲୁର ରେହମାନ ଏଥିପାଇଁ ବାହାର କରିଛନ୍ତି ଆଜାଦୀ ମାର୍ଚ୍ଚ । ସେଥିରେ ସାମିଲ ହୋଇଛନ୍ତି ବିରୋଧି ଦଳ । ମୌଲାନା ଫଜଲୁର ରେହମାନଙ୍କର ପାକିସ୍ଥାନ ଲୋକଙ୍କ ଉପରେ ଅଖଣ୍ଡ ପ୍ରଭାବ ଥିବାରୁ ବିରୋଧି ମୌକା ଦେଖି ତାଙ୍କ ସହ ହାତ ମିଳାଇଛନ୍ତି ।

{"id":177721}

ହଜାର ହଜାର ଲୋକ ଏବେ ଇସଲାମବାଦରେ ଠୁଳ ହେଲେଣି । ବିଶାଳ ରାଲି ବାହାରିଛି ସିନ୍ଧ୍ ପ୍ରଦେଶରୁ । ସୁକୁର, ମୁଲତାନ, ଲାହୋର ଦେଇ ରାଲି ଚାଲିଛି ପାକିସ୍ଥାନର ରାଜଧାନୀ ଇସଲାମ ବାଦରେ । ୨୦୧୮ ନିର୍ବାଚନରେ ରିଗିଂ କରି ଇମ୍ରାନ ପ୍ରଧାନମନ୍ତ୍ରୀ ଚଉକି ହାତେଇଛନ୍ତି ବୋଲି ଅଭିଯୋଗ ଆଣି ତାକୁ ଗାଦିରୁ ହଟାଇବାକୁ ଏହି ରାଲି ବାହାର କରାଯାଇଛି ।

{"id":177722}

ରାଲିରେ ହଜାରହଜାର ଲୋକ ସାମିଲ ଥିବାରୁ ପାକିସ୍ଥାନର ଅନ୍ତରୀଣ ରାଜନୀତି ବି ସରଗରମ ହେଲାଣି । କାଳେ କିଛି ଅଘଟଣ ଘଟିବ ସେନେଇ ଇମ୍ରାନଙ୍କ ସରକାର ବି ଟେନସନରେ । ସେଥିପାଇଁ ରାଲିକୁ ଭଣ୍ଡୁର କରିବାରୁ ଇସଲାମବାଦର ସବୁ ପ୍ରମୁଖ ରାସ୍ତାକୁ ବନ୍ଦ କରିଦେଇଛନ୍ତି ସରକାର । କେତେକ ରାସ୍ତାକୁ ଖୋଳି ବି ଦିଆଯାଇଛି ଯେଭଳି ଆଜାଦୀ ରାଲି ଇସଲାମବାଦରେ ପହଁଚି ପାରିବନି ।

{"id":177724,"width":589,"height":393}

ବିରୋଧିଙ୍କ ଅଭିଯୋଗ, ଇମ୍ରାନ ପାକିସ୍ଥାନର ଅର୍ଥନୀତିକୁ ଦୁର୍ବଳ କରିଦେଲେଣି । ତାଙ୍କ ଦୁର୍ବଳ ପ୍ରଶାସନ ପାଇଁ ଲୋକେ ଅତିଷ୍ଠ । ସେ କେବଳ କିଛି ରାଷ୍ଟ୍ରଙ୍କ ହାତରେ ପୁତଳିକା ସାଜି ବସିଛନ୍ତି । ତେଣୁ ଇମ୍ରାନ ଇସ୍ତଫା ଦିଅନ୍ତୁ । ନହେଲେ ପାକିସ୍ଥାନରେ ଭୟଙ୍କର ସ୍ଥିତି ଉପୁଜିବ ।

{"id":177725}

ବିଶାଳ ରାଲିକୁ ଦେଖି ଭୟଭୀତ ଇମ୍ରାନ ଖାନଙ୍କ ସରକାର ଏଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛନ୍ତି । ନିଜେ ଇମ୍ରାନ ଖାନ୍ କହିଛନ୍ତି ଯେ ବିରୋଧି ତାଙ୍କୁ କ୍ଷମତାରୁ ହଟିବାକୁ ବ୍ଲାକମେଲ୍ କରୁଛନ୍ତି । ବିରୋଧିଙ୍କ ନେତାମାନେ ଜେଲ୍ ରେଥିବାରୁ ସେମାନଙ୍କୁ ମୁକୁଳାଇବାକୁ ଏଭଳିକରି ସରକାରଙ୍କ ଉପରେ ଚାପ ପକାଯାଉଛି ।

{"id":177729}

ପାକିସ୍ଥାନର ଅବସ୍ଥା ଏବେ ସଂଗୀନ । କାଶ୍ମିର ପ୍ରସଙ୍ଗରେ ସାରା ବିଶ୍ବରେ ପାକିସ୍ଥାନ କୂଟନୀତି ଫେଲ ମାରିବା ପରେ ଏହାକୁ ନେଇ ସ୍ଥାନୀୟ ରାଜନୀତି ହଲଚଲ । ଅର୍ଥନୀତି ଅବସ୍ଥା ସଂଗୀନ । ସେପଟେ ଦେଶଭିତରେ ଯେଭଳି ଇମ୍ରାନଙ୍କ ବିରୋଧରେ ସବୁ ବିରୋଧି ଏକ ହୋଇ ରଣ ହୁଁକାର କରୁଛନ୍ତି ସେଥିରୁ ଇମ୍ରାନ ଖାନ ମୁକୁଳିବା ମୁସ୍କିଲ । ଅବଶ୍ୟ ଏହା ଭାରତ ପାଇଁ ଭଲ ଖବର ନିଶ୍ଚୟ ।….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.