କରୋନା ଭାଙ୍ଗିଦେଇଛି ମେରୁଦଣ୍ଡ : ଦିନେ ଅନ୍ୟର ଖୁସିରେ ବାଜା ବଜାଇ ଆନନ୍ଦ ଦେଉଥିବା ବାଜା ବାଲା ଏବେ ବସିଛନ୍ତି ହାତବାନ୍ଧି

Published By : Prameya-News7 Bureau | September 13, 2020 IST

ଚଣ୍ଡିଖୋଲ ୧୩।୦୯: ସଂଙ୍କଟରେ ବୃତ୍ତି । ଇତିମଧ୍ୟରେ କରୋନା କଟକଣାକୁ ୬ ମାସ ପୁରିସାରିଲାଣି । ବିବାହ, ବ୍ରତ, ଶୋଭାଯାତ୍ରାରେ ଆଗରେ ବାଜା ବଜାଇ ସଂଗୀତର ତାଳେ ତାଳେ ପ୍ରତିପକ୍ଷକୁ ଆନନ୍ଦ ଦେଉଥିବା ବାଜା ବାଲା ଏବେ ହାତବାନ୍ଧି ବସିଛନ୍ତି। କରୋନା କଟକଣା ଯୋଗୁଁ ହାତ ଖାଲି । ଯାହା କିଛି ରୋଜଗାର କରୁଥିଲେ, କଷ୍ଟେମଷ୍ଟେ ଚଳି ଯାଉଥିଲେ। କିନ୍ତୁ ଏବେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଏହି ଲୋକେ ।

{"id":329023,"sizeSlug":"large"}

ଯାଜପୁର ଜିଲ୍ଲା ବଡ଼ଚଣ ବ୍ଲକ ଭରତପୁର ପଞ୍ଚାୟତର ପ୍ରାୟ ୫୦ପରିବାର ରୁହନ୍ତି । ପାଖାପାଖି ଏହି ପରିବାରରେ ୨୫୦ ଲୋକ ମଧ୍ୟ ରୁହନ୍ତି । । ବିବାହ, ବ୍ରତ,ଶୋଭାଯାତ୍ରାରେ ଆଗରେ ବାଜା ବଜାଇ ସଂଗୀତର ତାଳେ ତାଳେ ପ୍ରତିପକ୍ଷକୁ ଆନନ୍ଦ ଦେଉଥାନ୍ତି । କିନ୍ତୁ ଏବେ କରୋନା କଟକଣା ଯୋଗୁଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଉପରେ ରୋକ ଲାଗିଛି । ଯାହାଫଳରେ କି ଏମାନେ ଏବେ ହାତବାନ୍ଧି ବସିଛନ୍ତି ।

{"id":329024,"sizeSlug":"large"}

କାମଧନ୍ଦା ଅଭାବରୁ ଘରେ ବସି ଅଭାବକୁ ଆମନ୍ତ୍ରଣ କରୁଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ଯାହା କିଛି ଚାଉଳ ଏବଂ ଡାଲି ମିଳୁଛି । ତାହା ଅଭାବୀ ସଂସାରକୁ ପାଇବବା କିପରି । ସମୁଦ୍ରକୁ ସଂଙ୍ଖେ ପରି ମନେ ହେଉଛି । ବହୁ ପରିବାର ଏବେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ତେଣୁ ସରକାରଙ୍କ ପକ୍ଷରୁ କିଛି ସହଯୋଗ ପ୍ରଦାନ ପାଇଁ ନିବେଦନ କରିଛନ୍ତି ।

{"id":329027,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.