କେରଳ ସୁନା ସ୍ମଗଲିଂର ଗୁମର ଖୋଲିଲା, ଗୋଟିଏ ଡିପ୍ଲୋମାଟିକ ରୁଟ୍‌ରେ ଆସିଥିଲା ୧୮୦ କେଜି

Published By : Prameya-News7 Bureau | July 20, 2020 IST

କୋଚି ୨୦।୦୭: କେରଳର ସୁନା ଚୋରାଚାଲାଣ ମାମଲାରେ ତଦନ୍ତ ଅଧିକାରୀ କୂଟନୈତିଜ୍ଞ ଚ୍ୟାନେଲ ମାଧ୍ୟମରେ ୧୮୦ କିଲୋଗ୍ରାମ ସୁନାର ତସ୍କରି କରାଯାଇଥିବା ପ୍ରମାଣ ପାଇଛନ୍ତି। ଏହି ମାମଲା ତିରୁଅନନ୍ତପୁମର ବିମାନ ବନ୍ଦରରେ ଜବତ ହୋଇଥିବା ୩୦ କିଲୋଗ୍ରାମ ସୁନା ଘଟଣା ସହ ସମ୍ବନ୍ଧିତ। ୟୁଏଇର କନସୁଲେଟର ଜଣେ ଅଧିକାରୀଙ୍କୁ କୂଟନୈତିଜ୍ଞ ଦର୍ଶାଇ ସାମଗ୍ରୀ ଭାବରେ ଏହି ସୁନାକୁ ପଠାଇଥିଲେ।

ସୂତ୍ର ଅନୁଯାୟୀ ପୋଲିସକୁ ଏହାର ପ୍ରମାଣ ମିଳିଛି ଯେ ଗତ ବର୍ଷ ୨୦୧୯ ଜୁଲାଇରୁ ଏ ପର୍ଯ୍ୟନ୍ତ କୂଟନୈତିଜ୍ଞ ଚ୍ୟାନେଲ ମାଧ୍ୟମରେ ଅତି କମରେ ୧୮୦ କିଲୋଗ୍ରାମ ସୁନାର ଚୋରା ଚାଲାଣ କରାଯାଇଥିଲା। ଏହି ସମୟରେ ତସ୍କରି ପାଇଁ ଅତି କମରେ ୨୦ ଥର  କୂଟନୈତିଜ୍ଞ ରୁଟ୍‌ର ବ୍ୟବହାର କରାଯାଇଥିଲା।

ତଦନ୍ତକାରୀ ସଂସ୍ଥା ବର୍ତ୍ତମାନ ଚୋରା ସୁନା ଉଦ୍ଧାର ପ୍ରକ୍ରିୟାରେ ଅଛନ୍ତି। ଦେଶ ଛାଡିଥିବା ୟୁଏଇ କୂଟନୀତିଜ୍ଞ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ। ସୂତ୍ରରୁ ପ୍ରକାଶ ଯେ ବ୍ୟାଗେଜ୍ ଯେତେବେଳେ ବି ଥିରୁଅନନ୍ତପୁରମ୍ ବିମାନବନ୍ଦରରେ ପହଞ୍ଚେ ସେତେବେଳେ ଏହା କୂଟନୀତିଜ୍ଞଙ୍କ ନାମରେ ପହଞ୍ଚିଥାଏ।

ଅଧିକ ତଥ୍ୟ ପାଇଁ ମୁଖ୍ୟ ଅଭିଯୁକ୍ତ ସ୍ଵପ୍ନା ସୁରେଶ, ସନ୍ଦୀପ ଓ ରମିଜକୁ ଜେରା କରାଯାଉଛି। ସନ୍ଦୀପ ଓ ରମିଜ ପ୍ରଥମେ ଅତି ସତର୍କତାତ ସହ ସୁନାର ବିତରଣ କରିଥିଲେ। ଏହା ପରଠୁ କୂଟନୈତିଜ୍ଞ ନାମରେ ସୁନାର ଚୋରାଚାଲାଣ କରାଯାଇଥିଲା।

ଏହା ମଧ୍ୟରେ ତଦନ୍ତକାରୀ ଦଳ ସ୍ଵପ୍ନା ସୁରେଶ ଓ ସନ୍ଦୀପ ନାୟରକୁ ଏର୍ଣ୍ଣାକୁଲମରୁ ତିରୁଅନନ୍ତପୁରମ ଆଣିଛି। ଉଭୟଙ୍କ ଫ୍ଲାଟ୍ ଓ କାର୍ଯ୍ୟାଳୟ ସହିତ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ସୀମା ଶୁଳ୍କା ଓ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି(ଏନଆଇଏ) ଏହି ମାମଲାର ତଦନ୍ତ କରୁଛି। ସ୍ଵପ୍ନା ଆଇଟି ବିଭାଗରେ କାମ କରୁଥିଲା। ସୁନା ତସ୍କରି କାମରେ ତାଙ୍କର ସଂଶ୍ଳିଷ୍ଟତା ଜଣା ପଡିବା ପରେ ତାଙ୍କର ଚୁକ୍ତି ସମାପ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.