ଏୟାରଫୋର୍ସ ଅଫିସର ଦୁଷ୍କର୍ମ ମାମଲା: ଡ୍ରିଙ୍କ୍‌ସରେ ନିଶା ଦେଇ ମହିଳା ଅଫିସରଙ୍କ ରୁମ୍‌ ଭିତରେ ପଶି..., ଦାଖଲ ହେଲା ପ୍ରମାଣ

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ, ୩୦/୦୯: ଦୁଷ୍କର୍ମ ମାମଲାରେ ଜଣେ ବାୟୁସେନା ଅଧିକାରୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାମରେ ଜଣେ ମହିଳା ସହକର୍ମୀ ଯୌନ ଶୋଷଣ ଅଭିଯୋଗ କରିଥିବା ବେଳେ ଏନେଇ ପ୍ରମାଣ ମଧ୍ୟ ଦାଖଲ କରାଯାଇଛି ।

ଘଟଣା ଅନୁସାରେ ଜଣେ ମହିଳା ବାୟୁସେନା ଅଧିକାରୀ କୋଏମ୍ୱାଟୋରର ବାୟୁସେନା ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରଶିକ୍ଷଣ ନେବାବେଳେ ଜଣେ ସହକର୍ମୀ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଥିଲେ । ପୋଲିସ୍‌ ପାଖରେ ଦାଏର କରିଥିବା ମାମଲାରେ ସେ ଦର୍ଶାଇଛନ୍ତି ଯେ, ତାଙ୍କର ୨ ଫିଙ୍ଗର୍‌ ରେପ୍‌ ଟେଷ୍ଟ୍‌ କରାଯାଇଛି । ଯାହାକି ସୁପ୍ରିମ୍‌ କୋର୍ଟ ବ୍ୟାନ୍‌ କରିଥିଲେ । ମହିଳା ପୋଲିସ୍‌ ସେପ୍ଟେମ୍ୱର ମାସ ୨୬ ତାରଖରେ ଲେଫ୍ଟନାଣ୍ଟ୍‌ ଅମିତେଶ ହରମୁଖ ନମକ ଏହି ଅଭିଯୁକ୍ତ ବାୟୁସେନା ଅଧିକାରୀଙ୍କୁ ଗରିଫ କରିଥିଲା ।

ମହିଳା ଅଫିସର୍‌ ଅଭିଯୋଗ କରିଛନ୍ତି ଯେ, ସେପ୍ଟେମ୍ୱର ୧୦ ତାରିଖରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏଥି ପାଇଁ ସେ ପେନ୍ କ୍ଲିୟର ଖାଇଥିଲେ । ପରେ ସେ ବିଳମ୍ୱିତ ରାତ୍ରିରେ ସାଙ୍ଗ ମାନଙ୍କ ସହିତ ୨ ଗ୍ଲାସ୍‌ ମଦ ଡ୍ରିଙ୍କ୍ କରିଥିଲେ । ସେଥିରୁ ଅଭିଯୁକ୍ତ ଅଫିସର୍‌ ଜଣକ ତାଙ୍କୁ ଏକ ଗ୍ଲାସ୍‌ ମଦ ପିଇବାକୁ ଦେଇଥିଲେ । ଏଥିରେ ସେ ଅଚେତ୍‌ ହୋଇପଡ଼ିଥିଲେ । ରୁମ୍‌ରେ ସେ ଶୋଇଥିବା ଅବସ୍ଥାରେ ଏହି ଯୁବ ଅଫିସର ତାଙ୍କ ରୁମ୍‌ ଭିତରକୁ ପ୍ରବେଶ କରିଥିଲେ ଏବଂ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.