Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କେବେ ଭାରତରେ ଆତଙ୍କ ସୃଷ୍ଟି କରିଥିବା ଖାଲିସ୍ତାନୀ ଏବେ କାନାଡା ଲାଗି ପାଲଟିଛନ୍ତି ବିପଦ : ରିପୋର୍ଟ

10/09/2020 at 7:00 PM

ଓଟାୱା : ପାକିସ୍ତାନ ପୁଣି ଥରେ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଆରମ୍ଭ କରିଦେଇଛି। କାନାଡାର ପ୍ରମୁଖ ଥିଙ୍କ ଟ୍ୟାଙ୍କ ମ୍ୟାକଡୋନାଲ୍ଡ ଲୌରିୟର ଇନିଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁସାରେ ପାକିସ୍ତାନର ଦାନଧର୍ମରେ ଚଳୁଥିବା ଏହି ଆତଙ୍କବାଦ ସଙ୍ଗଠନ ଏବେ କାନାଡା ଜାତୀୟ ସୁରକ୍ଷା ପ୍ରତି ବିପଦ ପାଲଟିଯାଇଛି।

ରିପୋର୍ଟରେ ଖାଲିସ୍ତାନକୁ ଏକ ପାକିସ୍ତାନ ପ୍ରୋଜେକ୍ଟ ବୋଲି କୁହାଯାଇଥିବା ବେଳେ କାନାଡରେ ଠକ ଓ ରାଜନୈତିକ ଜାଲିଆତ୍ ଲୋକେ ଏହାକୁ ଜୀବିତ ରଖିଛନ୍ତି ।  ସାମ୍ବାଦିକ ଟେରୀ ମିଲେକ୍ସି ତାଙ୍କ ରିପୋର୍ଟ ଖାଲିସ୍ତାନ ଏ ପ୍ରୋଜେକ୍ଟ ଅଫ ପାକିସ୍ତାନରେ ଆନ୍ଦୋଳନକୁ କାନାଡା ଓ ଭାରତ ଲାଗି ବିପଦଜନ ଉଲ୍ଲେଖ କରିଛନ୍ତି। ଟେରୀ ରିପୋର୍ଟରେ ଏହି ଆତଙ୍କବାଦୀମାନେ ୯/୧୧ ପୂର୍ବରୁ ବିଶ୍ୱର ପ୍ରଥମ ଆତଙ୍କବଦୀ ବିସ୍ଫୋରଣ କରିଥିଲେ । ଏମାନେ ଏକ ଯାତ୍ରୀବାହୀ ବିମାନରେ ବୋମା ବିସ୍ଫୋରଣ କରିଥିଲେ। ଯାହା ବିମାନ ଯାତ୍ରା ଇତିହାସରେ ସବୁଠାରୁ ବଡ ଆତଙ୍କବାଦୀ କାଣ୍ଡ ହୋଇ ରହିଯାଇଛି ବୋଲି  ଉଲ୍ଲେଖ କରିଛନ୍ତି।

ତେବେ ଯାହାବି ହେଉ ବାସ୍ତବତା ହେଉଛି କାନାଡାରେ ବସବାସ କରୁଥିବା ଏହି ଶିଖ୍‌ମାନେ କିନ୍ତୁ ସେମାନଙ୍କ ଗୃହରାଜ୍ୟ ପଞ୍ଜାବକୁ ଆଉ କେବେବି ଫେରିପାରିବେ ନାହିଁ। ତେବେ ଏମାନଙ୍କୁ ପାକିସ୍ତାନର ସହାୟତା ଏବେ କାନାଡା ଲାଗି ବିପଦର କାରଣ ପାଲଟିଛି। ଭାରତର ପଞ୍ଜାବରେ ଆଉ ପ୍ରାୟତଃ ଖାଲିସ୍ତାନୀ ସମର୍ଥକ ନାହାନ୍ତି। ଏଣୁ ପାକିସ୍ତାନର ସହଯୋଗ କାନାଡା ଲାଗି ଏପରି ପରିସ୍ଥିତି ସୃଷ୍ଟି କରିଥିବା ଟେରୀ ଉଲ୍ଲେଖ କରିଛନ୍ତି।

ରିପୋର୍ଟ ଅନୁସାରେ ଖାଲିସ୍ତାନ ଆତଙ୍କବାଦୀ ନଭେମ୍ବର ୨୦୨୦ରେ ସ୍ୱତନ୍ତ୍ର ଖାଲିସ୍ତାନ ଲାଗି ଜନମତ ସଂଗ୍ରହ (ରେଫରେଣ୍ଡମ) କରିବାକୁ ଚାହାନ୍ତି। ଏହି ତାରିଖ ଯେତିକି ପାଖଉଛି ସାରା ବିଶ୍ୱରେ ଶିଖ୍‌ ସମୂଦାୟ ମଧ୍ୟରେ ସନ୍ଦେହ ଘନିଭୂତ ହେବାରେ ଲାଗିଛି। କାନାଡା ସରକାର ଦେଶରେ ଏଭଳି କିଛି କରାଇ ଦେବୁନି ବୋଲି କହୁଛନ୍ତି। ଏହା ସତ୍ତ୍ୱେ ଯଦି ସେମାନେ ଏପରି କିଛି କରନ୍ତି ତେବେ ଅତିବାଦୀ ବିଚାରଧାରାକୁ ପ୍ରୋତ୍ସାହନ ମିଳିବ ବୋଲି ଟେରୀ ସତର୍କ କରାଇ ଦେଇଛନ୍ତି।

ଜନମତ ସଂଗ୍ରହ ଦ୍ୱାରା କାନାଡର ଶିଖ ଯୁବକଙ୍କୁ ମୌଳବାଦ ସହ ସମ୍ପୃକ୍ତ କରାଯାଇପାରେ। ଫଳରେ ଏମାନଙ୍କ ବୈଠକ, ସମ୍ମିଳନୀ ଆଦି ସଂକଟ ସୃଷ୍ଟି କରିବ। କାନାଡାର ନେତାମାନେ ମଧ୍ୟ ଏବେ ଖାଲିସ୍ତାନକୁ ନେଇ ଉଦବେଗ ପ୍ରକାଶ କଲେଣି। ଟେରୀଙ୍କ ଏହି ରିପୋର୍ଟ ବିଶ୍ୱର ଦୁଇ ଗଣତନ୍ତ୍ରରେ ପାକ୍ ସମର୍ଥିତ ଆତଙ୍କବାଦଗୋଷ୍ଠୀ କିପରି ପାଦ ପ୍ରସାରୁଛନ୍ତି ତାହାର ଏକ ଉଦାହରଣ ବୋଲି କହିଛନ୍ତି ବ୍ରିଟିଶ କଲମ୍ବିଆ ପ୍ରିମିୟର ଉଜ୍ଜ୍ୱଲ ଦୋସାଂଝ । 

   Related Posts