ସାଉଥ୍ ସୁପରଷ୍ଟାର ବିଜୟ ସେତୁପତିଙ୍କୁ ଲାତ ମାରିଲେ ମିଳିବ ପୁରସ୍କାର, ଗୋଟିଏ କିକ୍ ପାଇଁ ୧୦୦୧ ଟଙ୍କା : ହିନ୍ଦୁ ସମର୍ଥକ ଗୋଷ୍ଠୀର ଘୋଷଣା

Published By : Prameya-News7 Bureau | November 08, 2021 IST

ନୂଆଦିଲ୍ଲୀ ୦୮/୧୧: ଦକ୍ଷିଣ ଭାରତର ଜଣାଶୁଣା ଅଭିନେତା ବିଜୟ ସେତୁପତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଜାତୀୟ ପୁରସ୍କାର ସହିତ ଫେରୁଥିବା ବିଜୟ ଏବଂ ତାଙ୍କ ଦଳ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ପରେ ବିଜୟ ଏହାକୁ ଏକ ଛୋଟ ବିବାଦ ବୋଲି କହି ଖାରଜ କରିଥିଲେ। କିନ୍ତୁ ହିନ୍ଦୁ ସମର୍ଥକ ଦଳର ନେତା ଅର୍ଜୁନ ସମ୍ପତ ଟ୍ୱିଟରରେ ଭିଡିଓର ସ୍କ୍ରିନସଟ ସେୟାର କରି କହିଛନ୍ତି, ବିଜୟ ସେତୁପତିଙ୍କୁ ଯିଏ ଲାତ ମାରିବ ତାଙ୍କୁ ୧୦୦୧ଟଙ୍କା ପୁରସ୍କାର ଦିଆଯିବ।

wp:html /wp:html

ଇନ୍ଦୁ ମକ୍କଲ କାଚିଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିବା ଏକ ଟୁଇଟରେ କୁହାଯାଇଛି ଯେ ଅର୍ଜୁନ ସମ୍ପତ, ଥିଭର ଆୟାଙ୍କୁ ଅପମାନିତ କରିଥିବା ବିଜୟ ସେତୁପତିଙ୍କୁ ଲାତ ପାଇଁ ୧୦୦୧ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଟୁଇଟରେ ଲେଖାଯାଇଛି ଯେ ସେତୁପତି ଯେ ପର୍ଯ୍ୟନ୍ତ ନିଜ ଭୁଲ ପାଇଁ କ୍ଷମା ନମାଗିଛି ସେ ପର୍ଯ୍ୟନ୍ତ, ତାକୁ କିକ୍ ମାରିବା ବ୍ୟକ୍ତିକୁ ପ୍ରତ୍ୟେକ କିକ୍ ପାଇଁ ୧୦୦୧ ଟଙ୍କା ପୁରସ୍କାର ଦିଆଯିବ। ଅର୍ଜୁନ ସମ୍ପତ କହିଛନ୍ତି ଯେ ସେତୁପତିକୁ କିକ୍ ମାରିଥିବା ମହା ଗାନ୍ଧୀଙ୍କ ସହ କଥା ହୋଇଥିଲେ। ମହା ଗାନ୍ଧୀ କହିଛନ୍ତି ଯେ ସେତୁପତି ଅଶ୍ଳୀଳ ବ୍ୟଙ୍ଗ କରିଥିଲେ ଯାହା ଦ୍ୱାରା ବିବାଦ ଲାଗି ରହିଛି।

ସୂଚନା ଅନୁଯାୟୀ, ମହା ଗାନ୍ଧୀ ଜାତୀୟ ପୁରସ୍କାର ପାଇଁ ବିଜୟଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଥିଲେ। କିନ୍ତୁ ବିଜୟ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ ଯେ ଏହା ଆଦୌ କୌଣସି ରାଷ୍ଟ୍ର ନୁହେଁ। ସେ ପୁଣି ଥଟ୍ଟା ଭାବରେ କହିଥିଲେ ଯେ ଦୁନିଆର ଏକମାତ୍ର ଭଗବାନ ହେଉଛନ୍ତି ଯୀଶୁ। ଏହାଦ୍ୱାରା ବିବାଦ ସୃଷ୍ଟି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.