ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କୁ ଧରାଇଲେ ମିଳିବା ପୁରସ୍କାର

Published By : Prameya-News7 Bureau | December 15, 2019 IST

ଆଠଗଡ଼ ୧୫।୧୨: ବନବିଭାଗର ବଜ୍ରକାପ୍ତା ଚୋରାଚାଳାଣ ନେଇ ଆଠଗଡ ବନାଞ୍ଚଳ ପକ୍ଷରୁ ପୁରସ୍କାର ଘୋଷଣା । ଆଠଗଡ ଅଞ୍ଚଳରେ ବଜ୍ରକାପ୍ତା ଧରିବା ଓ ସନ୍ଧାନ ଦେଲେ ୧୦ହଜାର ଟଙ୍କା ପୁରସ୍କାର ରାଶି ଦେବା ପାଇଁ ଆଠଗଡ ବନାଞ୍ଚଳ ଅଧିକାରୀ ଘୋଷଣା କରିଛନ୍ତି । ପୁରସ୍କାର ରାଶି ଘୋଷଣା ନେଇ ପୋଷ୍ଟର ମରାଯିବା ସହ ସୋସିଆଲ ମିଡିଆରେ ଏହି ପୋଷ୍ଟର  ଭାଇରାଲ ହେଉଛି ।

{"id":197990,"width":571,"height":442,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଆଠଗଡ ବନଖଣ୍ଡରେ ବଜ୍ରକାପ୍ତା ଚୋରାଚାଲାଣ ନେଇ ଚର୍ଚ୍ଚା ଜୋର ଧରିଦିବା ବେଳେ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ୩ ଟି ଫେଜରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ବଜ୍ରକାପ୍ତା ଚାଲାଣର ଲିଙ୍କ୍ ରାଜ୍ୟ ବାହାରକୁ ତଥା ଅନ୍ତର୍ଜାତୀୟ ଲିଙ୍କ୍ ଥିବା କହୁଥିବା ବେଳେ ଗିରଫ ହୋଇଥିବା ୧୨ ଜଣଙ୍କ ଠାରୁ  ଗୋଟିଏ ବି ବଜ୍ରକାପ୍ତା ଉଦ୍ଧାର କରାଯାଇନାହିଁ । ଏହାର ତଦନ୍ତ ଭାର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ କୁ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.