CBSE 2021 ୧୦ମ ଦ୍ୱାଦଶ ପରୀକ୍ଷା ବାତିଲ ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

Published By : Prameya-News7 Bureau | April 11, 2021 IST

ନୂଆଦିଲ୍ଲୀ ୧୧।୪: ଦେଶରେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ତୀବ୍ର ହେବାରେ ଲାଗିଛି। ଦୈନିକ ଲକ୍ଷାଧିକ ଲୋକେ ସଂକ୍ରମିତ ହେବା ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଦ ହଜେଇ ଦେଇଛି। ଗତବର୍ଷ କରୋନା ସଂକ୍ରମଣ କାଳକୁ ବଳେଇ ଯାଇଛି ଏବେର ପରିସ୍ଥିତି। ଏଥିରେ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଅଭିଭାବକ ଚିନ୍ତାରେ ପଡିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଉଦବେଗକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ୱାଡ୍ରା ରବିବାର କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି।

wp:embed {"url":"https://twitter.com/priyankagandhi/status/1381178001170132992","type":"rich","providerNameSlug":"twitter","responsive":true,"className":""}
https://twitter.com/priyankagandhi/status/1381178001170132992
/wp:embed

ପ୍ରିୟଙ୍କା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ପତ୍ରକୁ ସେୟାର କରି ଆଗାମୀ ବୋର୍ଡ ପରୀକ୍ଷାକୁ ନେଇ ଅଭିଭାବକଙ୍କ ଚିନ୍ତା କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ଉଦ୍ୟମ କରିଛନ୍ତି। ଅଭିଭାବକଙ୍କ ଚିନ୍ତାକୁ ୱାଜିବ ବୋଲି କହିଛନ୍ତି ପ୍ରିୟଙ୍କା। ସେ ଏହି ପତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଲେଖିଛନ୍ତି। ଏଥିରେ କରୋନାକାଳରେ ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଚିନ୍ତାର ଥିବା ସୂଚିତ କରିଛନ୍ତି। ମହାମାରୀର ଭୟ କେବଳ ଛାତ୍ରଛାତ୍ରୀ ଅଥବା ସେମାନଙ୍କ ଅଭିଭାବକଙ୍କୁ ନୁହେଁ ପରୀକ୍ଷା ପରିଚାଳନା କରିବାକୁ ଥିବା ଶିଖକ, ନିରୀକ୍ଷକ ଓ ସେମାନଙ୍କ ପରିବାରଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି।

{"id":436819,"width":838,"height":454,"sizeSlug":"large","linkDestination":"none"}

ମହାମାରୀ ଉଗ୍ର ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ବସାଇ କୌଣସି ପରୀକ୍ଷା କେନ୍ଦ୍ରକୁ କୋଭିଡ ହଟ୍‌ସ୍ପଟ୍‌ କରିବାରେ ସରକାର ଓ ସିବିଏସଇ ଦାୟିହେବେ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି। ଏଣୁ ଉପୁଜିଥିବା ପରିସ୍ଥିତିକୁ ଆକଳନ କରି ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା ବାତିଲ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ସାରା ଦେଶରେ ଏପ୍ରିଲ ୪ ତାରିଖରୁ ବୋର୍ଡ ପରୀକ୍ଷା ଆୟୋଜନ ଲାଗି ସିବିଏସଇ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.