Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ମିଶିବେ ଗାନ୍ଧି ପରିବାର ! ବରୁଣଙ୍କୁ ସାଙ୍ଗରେ ନେବାକୁ ଅଣ୍ଟାଭିଡିଲେ ପ୍ରିୟଙ୍କା, BJP ପାଇଁ ନୂଆ ଚାଲେଞ୍ଜ

29/10/2021 at 7:59 PM

ନୂଆଦିଲ୍ଲୀ ୨୯।୧୦ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦେଶରେ ଏକ ବଡ଼ ରାଜନୈତିକ ହଟଚମଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଦୀର୍ଘ ଦଶନ୍ଧୀ ପରେ ଗାନ୍ଧି ପରିବାର ପୁଣି ଥରେ ଏକାଠୀ ହେବେ। ଉତ୍ତରପ୍ରଦେଶ କୁରୁକ୍ଷେତ୍ରରେ ଆଉଏକ ନିର୍ଣ୍ଣାୟକ ଲଢେଇ ପାଇଁ ଏବେ ବଳ ଗୋଟଉଛି କଂଗ୍ରେସ, ଯାହାର ମଙ୍ଗ ଧରିଛନ୍ତି ପ୍ରିୟଙ୍କା। ସବୁଠାରୁ ବଡ଼ ଖବର ଭାଇ ବରୁଣଙ୍କୁ ସାଙ୍ଗରେ ନେବାକୁ ଭଉଣୀ ପ୍ରିୟଙ୍କା ଅଣ୍ଟା ଭିଡିଛନ୍ତି। ଏଣୁ ବିଜେପି ଲାଗି ନିଜ ଦଳରେ ଏବେ ବରୁଣ ଗାନ୍ଧି ନୂଆ ଚାଲେଞ୍ଜ ଭାବେ ଉଭା ହୋଇଛନ୍ତି।

ଉତ୍ତରପ୍ରଦେଶ ବିଧାନସଭା ଲାଗି ଏବେ ଢେର ସମୟ ବାକି। ତେବେ ରାଜ୍ୟରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରାଙ୍କ ସକ୍ରିୟତା ବଢ଼ି ଚାଲିବା ରାଜ୍ୟ ତଥା କେନ୍ଦ୍ର ବିଜେପି ଲାଗି ଚିନ୍ତାର କାରଣ ହେଲେଣି। ସେପଟେ ସାରା ଦେଶରେ ରାହୁଲ ଗାନ୍ଧି ବିଜେପି ବିରୋଧରେ ଅନେକ ସମୟରୁ ମୋର୍ଚ୍ଚା ଖୋଲି ରଖିଥିବା ବେଳେ ଇନ୍ଦିରା ଗାନ୍ଧି ପରିବାରର ତୃତୀୟ ସଦସ୍ୟ ବରୁଣ ଗାନ୍ଧି ବେଶ ସୁନିୟୋଜିତ ଢଙ୍ଗରେ ନିଜ ପାର୍ଟିର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଅଘୋଷିତ ମୋର୍ଚ୍ଚା ଖୋଲିବସିବା ନୂଆ ସଂକଟ ସୃଷ୍ଟି କରିଛି।

ଭାରତୀୟ ଗ୍ରାମୀଣ ଅର୍ଥନୀତିକୁ ନେଇ ଗବେଷଣାତ୍ମକ ପୁସ୍ତକ ଲାଗି ଜଣାଶୁଣା ବରୁଣ ଗାନ୍ଧି ଖେତ ଓ ଚାଷୀଙ୍କ ପ୍ରସଙ୍ଗରେ ଲଗାତାର ପାର୍ଟିର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ ଟାର୍ଗେଟ୍ କରୁଛନ୍ତି। ଯାହା ଗତ ବର୍ଷମାନଙ୍କରେ ଗାନ୍ଧି ପରିବାରକୁ ପୁଣି ଏକ କରିବା ଲାଗି ଚାହୁଁଥିବା ପାର୍ଟି ସୂତ୍ରଧରଙ୍କୁ ନୂଆ ଉତ୍ସାହ ଦେଇଛି। ରାହୁଲ, ପ୍ରିୟଙ୍କା ଓ ବରୁଣଙ୍କୁ ନେଇ ବିଜେପି ସହ ମୁହାଁମୁହିଁ ଟକ୍କର ନେବାକୁ ସୂତ୍ରଧର ଏବେ  ଯୋଜନା ବୁଣୁଛନ୍ତି। 

ଏବେ ବରୁଣଙ୍କ ଲାଗି ସୋସିଆଲ ମିଡିଆ ଓ ଟେଲିଭିଜନ ଚାନେଲରେ କଂଗ୍ରେସ ନେତାଙ୍କ ପ୍ରଶଂସାକୁ  ଏହାର ବଡ଼ ସଂକେତ ବୋଲି କୁହାଯାଇପାରେ।  କିଛି ଦିନ ପୂର୍ବରୁ ଗାନ୍ଧି ପରିବାରର ନିକଟତମ କୁହାଯାଉଥିବା କଂଗ୍ରେସ ମୁଖପାତ୍ର ପବନ ଖେଡା ଟେଲିଭିଜନ ଚର୍ଚ୍ଚାରେ ବିଜେପି ମୁଖପାତ୍ରଙ୍କ ଜବାବରେ ବରୁଣଙ୍କ ବିବେକ ଅଛି ଯାହା ଦଳର ନେତାଙ୍କ ଠାରେ ନାହିଁ ବୋଲି କହିଥିଲେ। ସେହିପରି ଅନ୍ୟଜଣେ କଂଗ୍ରେସ ମୁଖପାତ୍ର ଟ୍ୱିଟରରେ ବରୁଣ ଗାନ୍ଧିଙ୍କ ବକ୍ତବ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ବାସ୍ତବରେ ମୋଦି ଓ ଶାହଙ୍କୁ କୌଣସି ଗାନ୍ଧି ବରଦାସ୍ତ ନୁହନ୍ତି, ସେ ଚାହେ ପାର୍ଟିର ହୁଅନ୍ତୁ କି ବିରୋଧି ଦଳର ବୋଲି ଉଲ୍ଲେଖ କରିଥିଲେ। ପ୍ରିୟଙ୍କା ଭଦ୍ରାଙ୍କ ପରାମର୍ଶଦାତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ତ ନିୟମିତ ବରୁଣଙ୍କୁ ବାହ ବାହ କରିଚାଲିଛନ୍ତି। କଥା ଏବେ କେବଳ ଏତିକିରେ ଅଟକି ନାହିଁ। କଂଗ୍ରେସ ନେତାମାନେ ଖୋଲାଖୋଲି ବରୁଣ ଗାନ୍ଧିଙ୍କୁ ଫୋନ କରି ତାଙ୍କ ବିଚାର ଲାଗି ଧନ୍ୟବାଦ ମଧ୍ୟ ଜଣାଉଥିବାର ଜଣାପଡିଛି।

ପଞ୍ଜାବ, ଉତ୍ତରପ୍ରଦେଶ କଥା ହେଉ ଅଥବା ରାଜସ୍ଥାନ ଓ ଛତିଶଗଡ କଂଗ୍ରେସ ଅସନ୍ତୋଷ ଦଳୀୟ ଶୃଙ୍ଖଳା ରକ୍ଷାରେ ରାହୁଲ ଓ ପ୍ରିୟଙ୍କାଙ୍କ ପଦକ୍ଷେପ ପାର୍ଟିରେ ସେମାନଙ୍କ ଗୁରୁତ୍ୱ ବୃଦ୍ଧି କରିଥିବା ବେଳେ କୃଷକ ପ୍ରସଙ୍ଗରେ ବରୁଣ ମଧ୍ୟ ବେଳକୁ ବେଳ ଲୋକପ୍ରୀୟ ହେବାରେ ଲାଗିଲେଣି। ଏଥିରୁ ରାଜନୈତିକ ଅଲିନ୍ଦରେ ୩ ଗାନ୍ଧିଙ୍କୁ ନେଇ ଏମାନେ ଏକାଠି ଆସିବେକି ବୋଲି ଚର୍ଚ୍ଚା ହେବାବି ସ୍ୱଭାବିକ। ଯଦି ଏପରି କିଛି ହୁଏ ତେବେ ମୋଦି ଓ ଶାହଙ୍କ ଶକ୍ତିରେ ସମ୍ପନ୍ନ ତଥା ଜେ.ପି.ନଡ୍ଡାଙ୍କ ନେତୃତ୍ୱର ବିଜେପିକୁ ଗାନ୍ଧି ପରିବାର ବିରୋଧରେ ପୁଣି ଏକ ରାଜନୈତିକ ଲଢେଇ ଲଢିବାକୁ ପଡିବ ତାହା ନିଶ୍ଚିତ।

ତେବେ ପ୍ରସଙ୍ଗରେ ଅଚାନକ କୌଣସି ନିଷ୍କର୍ଷରେ ପହଞ୍ଚିବା ତରବରିଆ ହେବ। ହେଲେ ରାଜନୈତିକ ଆଖଡାର ମହାରାଥୀମାନେ କିନ୍ତୁ ଏବେ ସବୁ ଚିନ୍ତା ଛାଡି ଗାନ୍ଧି ପରିବାରକୁ ଏକ କରିବାରେ ଲାଗିପଡିଥିବାର ସୂଚନା ମିଳୁଛି। ନିକଟତମ ପାରିବାରିକ ସୂତ୍ରରୁ ମିଳୁଥିବା ସୂଚନାରୁ ପ୍ରିୟଙ୍କା ଗାନ୍ଧି ଅନେକ ଦିନରୁ ସାନଭାଇ ବରୁଣଙ୍କ ଘର ଫେରିବା ରାସ୍ତାକୁ ଚାହିଁ ରହିଛନ୍ତି। ବରୁଣ ପୁଣି କଂଗ୍ରେସକୁ ଫେରି କେବଳ ପରିବାରକୁ ନୁହେଁ  ବିଜେପି ବିରୋଧରେ ବିରୋଧୀଙ୍କ ଆଧାରକୁ ବି ମଜଭୁତ କରନ୍ତୁ ବୋଲି ପ୍ରିୟଙ୍କା ଚାହୁଁଥିବା ପାରିବାରିକ ସୂତ୍ର କହୁଛନ୍ତି।

ବରୁଣ ଗାନ୍ଧି କେନ୍ଦ୍ର ଓ ୟୁପି ବିଜେପି ସରକାରଙ୍କ ବିରୋଧରେ ଲଗାତାର କଠୋର ହେବାରେ ଲାଗିଛନ୍ତି। ରାଜ୍ୟରେ ଆଖୁର ସହାୟକ ମୂଲ୍ୟ ଅନୁନ୍ୟ ୪୦୦ ଟଙ୍କା ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପତ୍ର ଲେଖିବା ସହ ବରୁଣ ଚାଷୀଙ୍କ ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ। ତେବେ ଯୋଗୀ କ୍ୱିଣ୍ଟଲ ପିଛା ଆଖୁ ଦର ୨୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ। ଏଥିରେ ବରୁଣ ଯୋଗୀଙ୍କୁ ପୁଣି ଏକ ପତ୍ର ଲେଖି ନିଷ୍ପତ୍ତି ଲାଗି ଧନ୍ୟବାଦ ଜ୍ଞାପନ କରିବା ସହ ଅତିରିକ୍ତ ୫୦ ଟଙ୍କା ବୋନସ ଲାଗି ନିବେଦନ କରିଥିଲେ। ତେବେ ଲକ୍ଷ୍ମୀପୁର ଖେରି କାଣ୍ଡରେ ବରୁଣ ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅର ଖସିବା ରାସ୍ତା ହିଁ ବନ୍ଦ କରିଦେଇଥିଲେ। ଘଟଣାର ତାଜା ଭିଡିଓଟିକୁ ପ୍ରଥମେ ବରୁଣ ଗାନ୍ଧି ହିଁ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ।

ଏହି ଭିଡିଓଟି ଆଶିଷଙ୍କ ସପକ୍ଷରେ ଶାସକ ଦଳଙ୍କ କେବଳ ମୁହଁ ବନ୍ଦ କରିନଥିଲା ତାଙ୍କୁ ପୋଲିସରେ ହାଜର ହେବାକୁ ବାଧ୍ୟ ବି କରିଥିଲା। ଏହାର କିଛି ଦିନ ପରେ କୃଷକ ଆନ୍ଦୋଳନ ସମର୍ଥନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁରୁଣା ଭାଷଣର ଏକ ଭିଡିଓ କ୍ଲିପ୍‌ ପୋଷ୍ଟ କରିବା ସହ ଜଣେ ହୃଦୟବାନ ନେତାଙ୍କ ବଡ଼ ଭାଷଣ ଉଲ୍ଲେଖ କରିବା ବିଜେପି ଓ ମୋଦି ସରକାରଙ୍କୁ ଅସହଜ କରିଥିଲା। ଖାସ ଏଥିଲାଗି ବରୁଣ ଓ ତାଙ୍କ ମା ମେନକା ଗାନ୍ଧୀଙ୍କୁ ଜାତୀୟ କାର୍ଯ୍ୟକାରିଣୀରୁ ବାଦ ଦେଇ ବିଜେପି ନିଜର ଜବାବ ରଖିଥିଲା।  ହେଲେ ଏଥିରେ ବରୁଣ ଅଥବା ମେନକାଙ୍କ ଦଳରେ ସମ୍ମାନ ହାନୀ ହେବା ବଦଳେ ଅନ୍ୟ ଦଳରେ ଏବେ ଆଦର ଓ ସମ୍ମାନ ବଢିବାରେ ଲାଗିଛି। ଏପରିକି ବିଜେପିର ଏକ ସହଯୋଗୀ ଦଳର ନେତା ବରୁଣଙ୍କ ସହ କଥା ହୋଇ ତାଙ୍କୁ ଭେଟିବାର ଇଛା ବ୍ୟକ୍ତ ମଧ୍ୟ କରିଛନ୍ତି।

ଏବେ ଦେଶର ରାଜନୀତିରେ ବରୁଣ ନିଜ ଲାଗି ଏକ ସ୍ଥାନ ମଧ୍ୟ ସୃଷ୍ଟି କରିସାରିଲେଣି। ପଶ୍ଚିମବଙ୍ଗରେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ହୁଅନ୍ତୁ କି ଉତ୍ତର ପ୍ରଦେଶରେ ସପା ନେତା ଅଖିଳେଶ ଯାଦବ, ମହାରାଷ୍ଟ୍ରରେ ଉଦ୍ଧବ ଠାକରେ, ବିହାରରେ ଚିରାଗ ପାଶ୍ୱାନଙ୍କ ସମେତ ବିଭିନ୍ନ ବିପକ୍ଷ ତାଙ୍କ କଡରେ ଛିଡା ହେବାରେ ଲାଗିଲେଣି। ଏଣୁ ବରୁଣଙ୍କ ଗୃହପ୍ରତ୍ୟାବର୍ତ୍ତନ କେବଳ ଗାନ୍ଧି ପରିବାର ନୁହେଁ ବୁଡି ଯାଉଥିବା କଂଗ୍ରେସ ଲାଗି ମଧ୍ୟ ସହାୟକ ହେବ ବୋଲି ପ୍ରିୟଙ୍କା ଆକଳନ କରିସାରିଲେଣି।    

   Related Posts