Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୋଭିଡ ଦ୍ୱିତୀୟ ଲହରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କ ଉପଦେଶ, ନିଜ ଲାଗି ସୁରମ୍ୟ ଆବାସ ବଦଳେ ଲୋକଙ୍କ ଜୀବନ ବଞ୍ଚାଅ

4/05/2021 at 5:16 PM

ନୂଆଦିଲ୍ଲୀ ୪।୫: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ୧୩ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ପ୍ରକଳ୍ପରେ ପ୍ରଧାନମନ୍ତ୍ରୀଙ୍କ ଲାଗି ସୁରମ୍ୟ ପ୍ରସାଦାର ମଧ୍ୟ ପରିକଳ୍ପନା ରହିଛି। ଦେଶରେ କୋଭିଡ ଦ୍ୱିତୀୟ ଲହର ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ହସ୍ପିଟାଲ ବେଡ୍‌, ଅକ୍ସିଜେନ ଏବଂ ଔଷଧ ମିଳୁ ନଥିବାରୁ ଅନେକ ନିରିହ ଜୀବନ ଚାଲିଯାଉଛି। ଏଣୁ ବିପୁଳ ଅର୍ଥ ବିଳାଶ ବ୍ୟସନ ବଦଳେ ପ୍ରଧାନମନ୍ତ୍ରୀ ଲୋକଙ୍କ ଜୀବନ ବଞ୍ଚାଇବାରେ ବ୍ୟୟ କରନ୍ତୁ ବୋଲି ପ୍ରିୟଙ୍କା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ ସରକାରଙ୍କ ଏପରି ବ୍ୟୟ ଜନତାଙ୍କୁ ଭିନ୍ନ ବାର୍ତ୍ତା ଦେଉଛି। ଏଥିରୁ ସରକାରଙ୍କ ପ୍ରାଥମିକତା କିଛି ଅନ୍ୟ ବିଷୟ ପ୍ରତି ଥିବା ପ୍ରମାଣିତ ହେଉଥିବା ସେ ଉଲ୍ଲେଖ କରିଛନ୍ତି। ସୂଚନା ଯୋଗ୍ୟଯେ ସେଣ୍ଟ୍ରାଲ ଭିଷ୍ଟା ଅନ୍ତର୍ଗତ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସ ଡିସେମ୍ବର ୨୦୨୨ ସୁଧା ସମ୍ପୂର୍ଣ୍ଣ ନିର୍ମିତ ହୋଇଯିବ ବୋଲି ସିପିଡବ୍ଲୁଡି ବିଶେଷଜ୍ଞ କମିଟିକୁ ସୂଚିତ କରିଛନ୍ତି। ବିଶେଷଜ୍ଞ କମିଟି ମଧ୍ୟ ପ୍ରକଳ୍ପ ଲାଗି ନିଜର ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହି ପ୍ରକଳ୍ପର ନିର୍ମାଣ ସିପିଡବ୍ଲୁଡି କରୁଛନ୍ତି। ପ୍ରକଳ୍ପର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ୨୦୨୨ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି ସିପିଡବ୍ଲୁଡି ବିଶେଷଜ୍ଞ ମୂଲ୍ୟାଙ୍କନ କମିଟିକୁ ଜଣାଇଛନ୍ତି। ଏଥିପାଇଁ ନିର୍ମାଣ ବ୍ୟୟ ବାବଦେ ୧୩ ହଜାର ୪୨୦ କୋଟି ଟଙ୍କା ବ୍ୟୟ ହେବ। ତେବେ ଦେଶରେ ମହାମାରୀ ବିନାଶ ଚଳାଇଥିବା ବେଳେ କେନ୍ଦ୍ର ସରକାର ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମହାମାରୀ କାଳରେ ବିପୁଳ ବ୍ୟୟକୁ କଂଗ୍ରେସ ବାରମ୍ବାର ବିରୋଧ କରୁଥିଲେ ବି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

   Related Posts