Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅର୍ଥମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ: ସଙ୍କଟରେ ଦେଶର ଅର୍ଥ ବ୍ୟବସ୍ଥା ହେଲେ ସତ ମାନିବା ପାଇଁ ମୋଦି ନାରାଜ୍…

2/09/2019 at 3:10 PM

ନୂଆଦିଲ୍ଲୀ୨|୯: ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ତିନି ଦିନରେ ତିନୋଟି ଅଲଗା ଅଲଗା ଟ୍ବିଟକରି ମନ୍ତବ୍ୟ ଦେଇଛନ୍ତି।  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟକରି ପ୍ରିୟଙ୍କା କହିଛନ୍ତି, ଦେଶର ଆର୍ଥିକ ଅବସ୍ଥା ସଙ୍କଟ ଆଡ଼କୁ ଗତି କରୁଛି ତେଣୁ ଅର୍ଥମନ୍ତ୍ରୀ ରାଜନୀତି କରିବା ଉଚିତ୍‌ ନୁହେଁ । ରାଜନୀତିର ଉର୍ଦ୍ଧ୍ବରେ ରହି ସେ ଲୋକଙ୍କୁ  ସତ କଥା କହିବା ଉଚିତ୍ ବୋଲି ପ୍ରିୟଙ୍କା ଟ୍ବିଟକରି ଲେଖିଛନ୍ତି। ଗତ ଅଗଷ୍ଟ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଥିଲେ ପ୍ରିୟଙ୍କା। ସେ କହିଥିଲେ, ଜିଡିପି ସ୍ପଷ୍ଟ କରୁଛି ଯେ  ପ୍ରଧାନମନ୍ତ୍ରୀଙ୍କ  ବିକାଶ କିପରି ମନ୍ଥର ଗତିରେ ଚାଲିଛି। ଦେଶର ଆର୍ଥିକ ସ୍ଥିତି ଉପରେ କେନ୍ଦ୍ର ସରକାର ଦୃଷ୍ଟ ଦେଉ ନାହାନ୍ତି ବରଂ ଭାଷଣ ମାରି ଆଚ୍ଛେ ଦିନ୍ ସଂପର୍କରେ ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି।

ନିର୍ମଳା ସୀତାରମଣ କହିଛନ୍ତି ଯେ, ଭାରତର ଅର୍ଥ ବ୍ୟବସ୍ଥାକୁ ନେଇ ଯାହା ମନରେ ଅନ୍ତୋଷ ରହିଛି ସେମାନେ ତାଙ୍କ ପାଖକୁ ଆସୁଛନ୍ତି। ପୂର୍ବତନ ପ୍ରଧାମମନ୍ତ୍ରୀ ଡକ୍ଟର ମନମୋହନ ସିଂହ ମଧ୍ୟ ଦେଶର ଆର୍ଥିକ ବ୍ୟବସ୍ଥାକୁ ନେଇ ଖୁସି ନାହାନ୍ତି ବୋଲି ନିର୍ମଳା କହିଛନ୍ତି।

ନିର୍ମଳାଙ୍କ  ପ୍ରତିକ୍ରିୟା ଉପରେ ପ୍ରିୟଙ୍କା ଟ୍ବିଟକରି ଲେଖିଛନ୍ତି,  ସରକାର ସ୍ବୀକାର କରନ୍ତୁ ଦେଶର ଆର୍ଥିକ ସ୍ଥିତି ମାନ୍ଦା ଅଛି?  ସେ ଆହୁରି ମଧ୍ୟ ଲେଖିଛନ୍ତି, ରାଜନୀତିର ଉର୍ଦ୍ଧ୍ବରେ ରହି ଅର୍ଥମନ୍ତ୍ରୀ ଦେଶର ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ସଂପର୍କରେ ସାଧାରଣ ଜନତାଙ୍କୁ କୁହନ୍ତୁ ବୋଲି ସେ ଦାବି କରିଥିଲେ। ଦେଶର ଅର୍ଥ ବ୍ୟବସ୍ଥାର ମୂଳଦୁଆ ଭୁଶୁଡ଼ି ପଡ଼ିଲାଣି ଏକ କଥାକୁ ମୋଦି ସ୍ବୀକାର କରିବା ପାଇ ନାରାଜ ବୋଲି ପ୍ରିୟଙ୍କା କହିଛନ୍ତି।

   Related Posts