Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

‘ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକଙ୍କ ସହ କାମ କରିବେ ଦେଶୀ ଗର୍ଲ ପ୍ରିୟଙ୍କା

13/10/2019 at 2:21 PM

ମୁମ୍ବାଇ୧୩|୧୦: ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ଅଭିନୟ କରି ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା । ନିକଟରେ ଏହି ଫିଲ୍ମ ରିଲିଜ୍‌ ହୋଇଛି। ପ୍ରଥମ ଦିନରେ ଏହି ଫିଲ୍ମ ଭଲ ଆୟ କରିଥିଲା। ଦର୍ଶକଙ୍କୁ ଏହି ଫିଲ୍ମ ଭଲ ଲାଗିଛି । ଏମିତିରେ ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି। କେବେ ଫିଲ୍ମ, କେବେ ଭ୍ୟାକେଶନ ତ କେବେ ବ୍ୟକ୍ତିଗତ ଜୀବନ ନେଇ ସେ ଚର୍ଚ୍ଚାରେ ଥାନ୍ତି। ବଲିଉଡ ପରେ ଏବେ ବିଦେଶରେ ସେ ନିଜ ଜଲୱା ଦେଖାଉଛନ୍ତି। ପ୍ରିୟଙ୍କା ଏବେ ଆମେରିକାରେ ନିଜ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।
 ସୂଚନାଯୋଗ୍ୟ ଯେ, ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଫିଲ୍ମ ପରେ ପ୍ରିୟଙ୍କା ପୁଣି ଥରେ ଏକ ବଡ଼ ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବେ। ବ୍ଲକ୍‌ବଷ୍ଟର ଫିଲ୍ମ ‘ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକ ରୁସୋ ବ୍ରଦର୍ସ (ଆନ୍ଥୋନି ରୁସୋ ଓ ଜୋ ରୁସୋ)ଙ୍କ ସହ କାମ କରିବାକୁ ଯାଉଛନ୍ତି ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା।ବିବାହ ପରେ ପ୍ରିୟଙ୍କା ଅଧିକାଂଶ ସମୟ ଆମେରିକାରେ ବିତାଉଛନ୍ତି। ତେବେ ଆନ୍ଥୋନି ରୁସୋ ଓ ଜୋ ରୁସୋଙ୍କ ସହ କାମ କରିବା ନେଇ ପ୍ରିୟଙ୍କା ନିଜେ ଏକ ସାକ୍ଷାତକାରରେ କହିଛନ୍ତି।

ତେଣୁ ଆଗାମୀ ସମୟରେ ପ୍ରିୟଙ୍କା ଏକ ଆକ୍ସନ ଥ୍ରୀଲର୍‌ ଫିଲ୍ମରେ କାମ କରିବେ। ‘ଆଭେଞ୍ଜର୍: ଏଣ୍ଡଗେମ୍’ର ପ୍ରମୋସନ୍‌ ପାଇଁ ରୁସୋ ବ୍ରଦର୍ସ ଭାରତ ଆସିଥିବା ବେଳେ ପ୍ରିୟଙ୍କାଙ୍କ ବିଷୟରେ କିଛି ଖାସ କଥା କହିଥିଲେ। ପ୍ରିୟଙ୍କା ଏବେ ଜଣେ ଗ୍ଲୋବାଲ ଷ୍ଟାର ବୋଲି ସେମାନେ କହିଥିଲେ। ଏହି କାରଣ ଯୋଗୁଁ ସେମାନେ ପ୍ରିୟଙ୍କାଙ୍କ ସହ କାମ କରିବାକୁ ଖୁବ ଉତ୍ସାହିତ।

   Related Posts