ବିବାହର ୬ ମାସ ପରେ ନିକ୍‌ଙ୍କ ବଡ ଖୁଲାସା, ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିବେ ପ୍ରିୟଙ୍କା

Published By : Prameya-News7 Bureau | June 10, 2019 IST

ମୁମ୍ବାଇ୧୦|୬: ନିକ୍‌ ଓ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ୬ ମାସ ପୂରିଗଲାଣି। ଗତ ବର୍ଷ ଡିସେମ୍ବର ମାସରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ଓ ହଲିଉଡ ଅଭିନେତା ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କା ଚୋପଡା ଓ ନିକ୍‌ ଯୋନାସଙ୍କ ବିବାହ ଲୋକେସନରୁ ଆରମ୍ଭ କରି ଅତିଥିଙ୍କ ଲିଷ୍ଟ ଯାଏଁ ସବୁ କିଛି ଚର୍ଚ୍ଚାରେ ଥିଲା। ବିବାହ ପରେ ଉଭୟଙ୍କର ଅନେକ ଫଟୋ ବରାବର ଭାଇରାଲ ହେବାରେ ଲାଗିଛି। ବିବାହ ପରଠୁ ଆଜିପର୍ଯ୍ୟନ୍ତ ଉଭୟ ଖୁବ୍‌ ବୁଲାବୁଲି କରୁଛନ୍ତି।

{"id":121673}

ତେବେ ଏମିତି ଏକ କଥା ପ୍ରକାଶ ହୋଇଛି ଯାହା ପ୍ରିୟଙ୍କା ଓ ନିକ୍‌ଙ୍କ ଫ୍ୟାନ୍‌ ଜାଣିଲେ ତାଙ୍କ ହୃଦୟ ଭାଙ୍ଗିଯିବ। ଏକ ସାକ୍ଷାତକାରରେ ନିକ୍‌ କହିଛନ୍ତି ଯେ, ଚାଷ ପ୍ରତି ଉଭୟ ବହୁ ଆକର୍ଷିତ। ତେଣୁ ଏଥିପାଇଁ ପ୍ରିୟଙ୍କାଙ୍କର ଗ୍ଲାମର ଦୁନିଆ ଛାଡ଼ିବାର ସମ୍ଭାବନା ଅଛି। ଏହି ବିଷୟରେ ନିକ୍‌ ଓ ପ୍ରିୟଙ୍କା ଆଲୋଚନା କରିବା ପରେ ପ୍ରିୟଙ୍କାଙ୍କୁ ମଧ୍ୟ ନିକ୍‌ଙ୍କର ଏହି କଥା ଭଲ ଲାଗିଥିଲା।

{"id":121674}

ଗ୍ଲାମର ଦୁନିଆ ଛାଡ଼ିବା ପ୍ରିୟଙ୍କାଙ୍କ ପାଇଁ ସହଜ ନୁହଁ ବୋଲି ନିକ୍‌ କହିଛନ୍ତି । କାରଣ ଦର୍ଶକ ତାଙ୍କୁ ପରଦାରେ ଦେଖିବା ବେଶ ପସନ୍ଦ କରନ୍ତି। ଚାଷ କରିଲେ ପ୍ରିୟଙ୍କାଙ୍କ ଜୀବନରେ ଅନେକ ପରିବର୍ତ୍ତନ ମଧ୍ୟ ଆସିପାରେ ବୋଲି ନିକ୍‌ କହିଥିଲେ।ସେ କହିଛନ୍ତି ଯେ, ପ୍ରିୟଙ୍କାଙ୍କୁ ସ୍ତ୍ରୀ ଭାବେ ପାଇ ନିକ୍‌ ବହୁ ଭାଗ୍ୟଶାଳୀ । ଉଭୟଙ୍କ ମଧ୍ୟରେ ୧୦ ବର୍ଷର ବ୍ୟବଧାନ ଥାଇ ମଧ୍ୟ ତାଙ୍କ ସଂପର୍କରେ କୌଣସି ବାଧା ଆସିନାହିଁ।

{"id":121676}

ପ୍ରିୟଙ୍କା ଏକ ସାକ୍ଷାତକାରରେ କହିଥିଲେ ଯେ, ନିଜ ବିବାହିତ ଜୀବନରେ ସେ ବହୁତ ଖୁସି ଅଛନ୍ତି। ନିକ୍‌ଙ୍କୁ ନିଜ ଜୀବନ ସାଥୀ ଭାବେ ପାଇ ସେ ମଧ୍ୟ ବେଶ ଖୁସି। ପ୍ରିୟଙ୍କା କହିଥିଲେ ଯେ ବୟସରେ ସେ ତାଙ୍କ ସ୍ବାମୀଙ୍କଠୁ ବଡ କିନ୍ତୁ ବାସ୍ତବରେ ପ୍ରିୟଙ୍କାଠୁ ନିକଙ୍କ ବୁଝିବା ଶକ୍ତି ଅଧିକ ଓ ତାଙ୍କ ସ୍ବାମୀଙ୍କ ଆଗରେ ସେ ନିଜକୁ ଛୋଟ ଛୁଆ ଭାବନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.