ପୁଣି ପ୍ରିୟଙ୍କା ନିକ୍ଙ୍କ ଲିପ୍ ଲକ୍ ଭିଡିଓ ଭାଇରାଲ…ଟ୍ରେଣ୍ଡ ପାଲଟିଛନ୍ତି #PriyankaNick
7/01/2020 at 12:19 PM

ମୁମ୍ବାଇ୭|୧: ବଲିଉଡ ତଥା ହଲିଉଡର ସବୁଠୁ ଚର୍ଚ୍ଚିତ ଓ ରୋମାଣ୍ଟିକ୍ ଯୋଡି ହେଉଛନ୍ତି ପ୍ରିୟଙ୍କା ଓ ନିକ୍। ୨୦୧୮ ମସିହା ଡିସେମ୍ବର ମାସରେ ପ୍ରିୟଙ୍କା ଓ ନିକ୍ଙ୍କ ବିବାହ ହୋଇଥିଲା। ଉଭୟଙ୍କ ବିବାହକୁ ଗୋଟେ ବର୍ଷ ପୁରିଲାଣି। ଉଭୟଙ୍କ ଫଟୋ ଓ ଭିଡିଓ ଦେଖିଲେ ଜଣା ପଡେ ଯେ, ଦୁହେଁ ପରସ୍ପରଙ୍କ ସହ ବହୁତ ଖୁସି ଅଛନ୍ତି।

ଏବେ ପାଖାପାଖି ସବୁ ପାର୍ଟିରେ ପ୍ରିୟଙ୍କାଙ୍କୁ ନିଜ ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ଦେଖିବାକୁ ମିଳୁଛି । ନିକଟରେ ମଧ୍ୟ ଗୋଲ୍ଡେନ୍ ଗ୍ଲୋବ ଆୱାର୍ଡ ସେରିମନିରେ ପ୍ରିୟଙ୍କା ଓ ନିକ୍ ଏକା ସହ ନଜର ଆସିଥିଲେ। ଗୋଲ୍ଡେନ୍ ଗ୍ଲୋବ୍ ୨୦୨୦ ଆୱାର୍ଡ ସେରିମନି ଆମେରିକା ସ୍ଥିତ ଲସ ଏଞ୍ଜେଲିସ୍ ସହରର ବେୱର୍ଲି ହିଲ୍ଟନ୍ ହୋଟେଲରେ ହୋଇଥିଲା। ସେଠାରେ ଉଭୟ ଏକାଠି ପହଞ୍ଚିବା ମାତ୍ରେ ସମସ୍ତଙ୍କ ଆକର୍ଷଣ ସେମାନଙ୍କ ଆଡକୁ ହି ଥିଲା।

ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ସେଠାରେ ଏମିତି ଏକ ଘଟଣା ହୋଇଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭାଇରାଲ ହୋଇଥିବା ଭିଡିଓ ଖୁବ ରୋମାଣ୍ଟିକ୍ ହୋଇଛି। ଭିଡିଓରେ ନିକ୍ ଓ ପ୍ରିୟଙ୍କାଙ୍କୁ କିସ୍ କରିବାକୁ କୁହାଯାଇଛି। ପରେ ପ୍ରିୟଙ୍କା ସ୍ବାମୀ ନିକ୍ଙ୍କୁ କିସ୍ କରିଥିଲେ।

କିସ୍ କରିବା ପରେ ନିକ୍ଙ୍କ ଓଠରେ ପ୍ରିୟଙ୍କାଙ୍କ ଲିପ୍ଷ୍ଟିକ୍ ଲାଗିଯାଇଥିଲା। ଏଥିପାଇଁ ପ୍ରିୟଙ୍କା ନିକ୍ଙ୍କ ଓଠକୁ ପୋଛି ସଫା କରିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓଟି ଖୁବ ସୁଇଟ୍ ହୋଇଛି ବୋଲି ଦର୍ଶକ କହିଛନ୍ତି। ଏହି ଇଭେଣ୍ଟକୁ ପ୍ରିୟଙ୍କା ଏକ ଗୋଲାପି ରଂଗର ଗାଉନ୍ ପିନ୍ଧି ଆସିଥିଲେ। ଅପରପକ୍ଷରେ ନିକ୍ ଏକ କଳା ରଂଗର ସୁଟ୍ ପିନ୍ଧି ଆସିଥିବାର ଦେଖିବାକୁ ମିଳିଥିଲା।