Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

କିଛି ବୁଝିପାରୁନଥିଲା ୩ବର୍ଷର ଶିଶୁ, ତା ଚାରିପାଖରେ ଭୋ ଭୋ କାନ୍ଦୁଥିଲେ ସମସ୍ତେ…

7/07/2021 at 2:27 PM

ଭୁବନେଶ୍ବର ୭।୭: କଲେଜ ପଢିବା ବେଳରୁ ପ୍ରିୟଙ୍କା ଏବଂ ଜଗନ୍ନାଥଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା । ପ୍ରିୟଙ୍କାଙ୍କ ବିବାହ ପରେ ଉଭୟେ ଦୂରେଇ ଯାଇଥିଲେ । ଜଗନ୍ନାଥ ବେଙ୍ଗାଲୁରୁ ପଳାଇଯାଇଥିଲେ । ଗତବର୍ଷ ଲକ୍‌ଡାଉନ୍‌ ବେଳେ ଘରକୁ ଫେରିଥିଲେ ଜଗନ୍ନାଥ । ପୁଣି ଥରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟେ ଘଣ୍ଟା ଘଣ୍ଟା ଧରି କଥା ବି ହେଉଥିଲେ । ଏମିତି କିଛିଦିନ ଚାଲିବା ପରେ ପୁଣି ସମ୍ପର୍କରେ ଫାଟ ସୃଷ୍ଟି ହେଲା । ସଂପର୍କରେ ତିକ୍ତତା ଯୋଗୁଁ ଉଭୟଙ୍କ ମଧ୍ୟରେ ଝଗଡା ବି ଆରମ୍ଭ ହୋଇଥିଲା । ଶେଷରେ ସବୁ ସୀମା ଲଙ୍ଘିଥିଲେ ଜଗନ୍ନାଥ । ପ୍ରଥମେ ପ୍ରିୟଙ୍କାଙ୍କ ପୁଅକୁ ମାରିବା ପରେ ତାଙ୍କୁ ମାରି ନିଜେ ଆତ୍ମହତ୍ୟା କରିବାର ପ୍ଲାନ୍ ଥିଲା ଜଗନ୍ନାଥଙ୍କର । ହେଲେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ଜଗନ୍ନାଥ । ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ମେଡିକାଲରେ ।

ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ ମହିଳା ପ୍ରିୟଙ୍କାଙ୍କୁ ବୀଭତ୍ସ ହତ୍ୟା ପଛର ଗୁମର ଧୀରେ ଧୀରେ ଖୋଲିବାରେ ଲଗିଛି । ପ୍ରେମିକ ତଥା ହତ୍ୟାକାରୀ ଜଗନ୍ନାଥ ପ୍ରଧାନର ‘ହ୍ବାଟସ୍‌ ଅପ୍‌ ଚାର୍ଟ’ ଏୟାରଫିଲ୍ଡ ଥାନା ପୋଲିସ ହାତରେ ଲାଗିଥିଲା । ଏହାବାଦ ଜଗନ୍ନାଥର ପରିବାର ଲୋକ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଥିଲେ । ଯେଉଁଥିରୁ ପ୍ରେମ ସମ୍ପର୍କରେ ତିକ୍ତତା ଯୋଗୁଁ ଜଗନ୍ନାଥ ଏମିତି କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛି । ଜଗନ୍ନାଥଙ୍କ ମା’ ବି କହିଥିଲେ ଜଗନ୍ନାଥଙ୍କର ପ୍ରିୟଙ୍କାଙ୍କ ସହ ପ୍ରେମ ସଂପର୍କ ଥିଲା ।

ସେପଟେ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଥିଲେ ଯେ, ଉଭୟ ଜଗନ୍ନାଥ ଓ ପ୍ରିୟଙ୍କାଙ୍କ ବିବାହ ପୂର୍ବରୁ ପରସ୍ପରକୁ ଜାଣିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଥିଲା । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ଯୋଜନାବଦ୍ଧ ଭାବେ ଘଟଣା ଘଟାଇଛି । ତା’ର ପ୍ରଥମ ଟାର୍ଗେଟ୍‌ ଥିଲା ମୃତ ମହିଳାଙ୍କ ୩ ବର୍ଷର ପୁଅ । ତା’ପରେ ସେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥା’ନ୍ତା । ଡିସିପି ଆହୁରି କହିଥିଲେ ଯେ, ପ୍ରିୟଙ୍କାଙ୍କ ଘରେ ଅଭିଯୁକ୍ତ ଜୋର୍‌ ଜବରଦସ୍ତ ପଶିବାର କୌଣସି ପ୍ରମାଣ ମିଳିନାହିଁ । ପୋଲିସ ତଦନ୍ତକୁ ବଢ଼ାଇ ସ୍ବାମୀ ରାକେଶଙ୍କ ସହ ଘର ମାଲିକ ଓ ରାକେଶଙ୍କ ସହକର୍ମୀଙ୍କ ବୟାନ ରେକର୍ଡ କରାଇଛି ।

ଅନ୍ୟପଟେ ଅଭିଯୁକ୍ତ ଜଗନ୍ନାଥର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ୱାର୍ଡରେ ଚିକିତ୍ସା ଚାଲିଛି । ତେବେ ଜଗନ୍ନାଥଙ୍କ ଅବସ୍ଥା ପୁରା ସୁଧୁରିନଥିବାରୁ ହସ୍ପିଟାଲ ଯାଇଥିବା ପୋଲିସ ଟିମ୍‌ ତାକୁ ଜେରା ନ କରି ଫେରି ଆସିଛି । ସୁସ୍ଥ ହେବା ପରେ ପୋଲିସ ନିଜ ହେପାଜତକୁ ନେଇ ପଚରାଉଚରା କରିବ । ସେପଟେ ପ୍ରିୟଙ୍କାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସ୍ବାମୀ ରାକେଶ ଓ ଶ୍ବଶୁରଙ୍କ ସହ ପ୍ରିୟଙ୍କାଙ୍କ ଭାଇ କ୍ୟାପିଟାଲ ହସ୍ପିଟାଲରୁ ମୃତଦେହ ନେଇଛନ୍ତି । ତାଙ୍କ ଗାଁରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

   Related Posts