ପ୍ରିୟଙ୍କା ଗାନ୍ଧୀଙ୍କୁ ଜୋରଦାର ଝଟକା, କଂଗ୍ରେସ ଛାଡିଲେ ନିଜ ପରାମର୍ଶଦାତା

Published By : Prameya-News7 Bureau | October 19, 2021 IST

ନୂଆଦିଲ୍ଲୀ ୧୯।୧୦: ମିଶନ ୨୦୨୨ ପାଇଁ 'ଲଡକି ହୁଁ ଲଢ ସକତି ହୁଁ' ନୂତନ ନାରା ଦେବାର କିଛି ଘଣ୍ଟା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଲାଗିଲା ଜୋରଦାର ଝଟକା। ପ୍ରିୟଙ୍କା ଗାନ୍ଧୀଙ୍କ ପରାମର୍ଶଦାତା ହରେନ୍ଦ୍ର ମଲିକ ପାର୍ଟିର ସଦସ୍ୟତା ସହ ସବୁ ପଦରୁ ଇସ୍ତଫା ଦେଇଛନ୍ତି। ହରେନ୍ଦ୍ରଙ୍କ ସହିତ ପୂର୍ବତନ ବିଧାୟକ ପଙ୍କଜ ମଲିକ ମଧ୍ୟ ପାର୍ଟି ଛାଡିଛନ୍ତି। ପଙ୍କଜ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ଉପ ସଭାପତି ଥିଲେ। ଦୁଇ ନେତା କାହିଁକି କଂଗ୍ରେସ ଛାଡିଲେ ତାର କାରଣ ଜଣା ପଡିନାହିଁ।

ହରେନ୍ଦ୍ର ମଲିକ୍ କହିଛନ୍ତି, ଏ ପର୍ଯ୍ୟନ୍ତ ସେ କଂଗ୍ରେସ ସଦସ୍ୟ ଭାବେ କାମ କରୁଥିଲେ। ଏସିସିଆଇ କାର୍ଯ୍ୟକମିଟିର ସଦସ୍ୟ ହେବା ସହିତ ପ୍ରିୟଙ୍କା ଗାନ୍ଧୀଙ୍କ ପରାମର୍ଶଦାତା ଥିଲେ। ଏପରିକି ନିର୍ବାଚନ ଅଭିଯାନ କମିଟିର ସଦସ୍ୟ ମଧ୍ୟ ଥିଲେ। ଏବେ ମୁଁ ସମସ୍ତ ପଦ ସହିତ କଂଗ୍ରେସର ସଦସ୍ୟତାରୁ ମଧ୍ୟ  ଇସ୍ତଫା ଦେଇଛି। ଇସ୍ତଫା ପତ୍ର ପ୍ରିୟଙ୍କା ଗାନ୍ଧୀଙ୍କୁ ପଠାଇ ଦେଇଥିବା ସେ କହିଛନ୍ତି।

ପାର୍ଟି ଛାଡିବାର କାରଣ ଉପରେ ହରେନ୍ଦ୍ର ମଲିକ୍ କହିଛନ୍ତି, ସେ ୧୮ ବର୍ଷ ଧରି କଂଗ୍ରେସରେ ଥିଲେ। ମୁଁ ଜଣେ ରାଜନୈତିକ ବ୍ୟକ୍ତି ଏବଂ ଆଗକୁ ମଧ୍ୟ ରାଜନୀତି କରି ଚାଲିବି। ନିଜର ପରବର୍ତ୍ତୀ ପଦକ୍ଷେପ ବିଷୟରେ ସେ କହିଛନ୍ତି, ମୋର ବିଜେପିରେ ମିଶିବାର ପ୍ରଶ୍ନ ଉଠୁ ନାହିଁ। କାରଣ ଆମର ଏବଂ ବିଜେପିର ବିଚାରଧାରା ମଧ୍ୟରେ ବହୁତ ଫରକ ରହିଛି।

ପଙ୍କଜ ମଲିକ ପ୍ରିୟଙ୍କା ଗାନ୍ଧୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି, ଏଆଇସିସି ୟୁପି ଉପାଧ୍ୟକ୍ଷ ଓ ପାର୍ଟି ପକ୍ଷରୁ ମିଳିଥିବା ଅନ୍ୟ ସମସ୍ତ ଦାୟିତ୍ଵରୁ ଇସ୍ତଫା ଦେଉଛି। ଏଥିସହ କଂଗ୍ରେସର ପ୍ରାଥମିକତା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଉଛି।

ସୂଚନାଯୋଗ୍ୟ, ପ୍ରିୟଙ୍କା ମଙ୍ଗଳବାର ଦିନ ହିଁ ମିଶନ ୨୦୨୨ ପାଇଁ ମାଷ୍ଟର ଷ୍ଟ୍ରୋକ୍ ମାରିବା ସହ ନୂତନ ନାରା ଦେଇଥିଲେ। 'ଲଡକି ହୁଁ ଲଢ ସକତି ହୁଁ' ନାରା ଦେଇ ଆଗାମୀ ବିଧାନସଭାରେ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବାକୁ ଘୋଷଣା କରିଛନ୍ତି। ଏମିତି ଏକ ସ୍ମରଣୀୟ ଦିନରେ ଏହି ଧରଣର ଇସ୍ତଫା ପାର୍ଟିର ଆଶାକୁ ଝଟକା ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.