ପିଙ୍କ ସିଟିରେ ଦେଶୀ ଗାର୍ଲ ପ୍ରିୟଙ୍କା ନିକଙ୍କ ବାହାଘର ସମ୍ପନ୍ନ

Published By : Prameya-News7 Bureau | December 03, 2018 IST

ଯୋଧପୁର ୩/୧୨ : ବଲିଉଡରେ ଏବେ ଚାଲିଛି ଓ୍ବେଡିଂ ସିଜିନ୍। ଦୀପବୀରଙ୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନିକ୍ୟାଙ୍କା। ଦେଢ ବର୍ଷର ଡେଟିଂ ପରେ ଆମେରିକାନ୍ ଆକ୍ଟର ଓ ସିଙ୍ଗର ନିକ୍ ଜୋନାସଙ୍କ ସହ ବିବାହ କରିଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ତିନିଦିନିଆ ବିବାହ ସମାରୋହରେ ପ୍ରିୟଙ୍କା ପ୍ରଥମେ ଖ୍ରୀଷ୍ଟିଆନ୍ ଓ ପରେ ହିନ୍ଦୁ ରୀତିନୀତିରେ ହୋଇଛନ୍ତି ନିକ୍ଙ୍କ ଜୀବନ ସଂଗୀନି।… ପିଙ୍କ ସିଟିରେ ଦେଶୀ ଗାର୍ଲ ପ୍ରିୟଙ୍କାଙ୍କ ବାହାଘର। ଆମେରିକାନ୍ ଆକ୍ଟର ଓ ସିଙ୍ଗର ନିକ୍ ଜୋନାସଙ୍କ ଜୀବନ ସଂଗୀନି ହୋଇଛନ୍ତି ପ୍ରିୟଙ୍କା। ଜୋଧପୁରରେ ରୟାଲ ଷ୍ଟାଇଲରେ ହୋଇଛି ବିବାହ ଉତ୍ସବ।ଦୁହ୍ଲେ ରାଜା ନିକ୍ ଜୋନାସ୍ ଖ୍ରୀଷ୍ଟିଆନ୍, ଆଉ ସେଥିପାଇଁ ପ୍ରଥମେ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁସାରେ ହୋଇଥିଲା ବିବାହ। ଧଳା ସୁଟ୍ରେ ନିକ୍ ଆଉ ଧଳା ରଙ୍ଗର ଗାଉନ୍ ପିନ୍ଧିଥିଲେ ପ୍ରିୟଙ୍କା ଚୋପ୍ରା। ଜୟପୁର ଉମୈଦ ଭବନକୁ ସ୍ବତନ୍ତ୍ର ଭାବେ ସଜାଯାଇଥିଲା। ଥିମ୍ ସାଙ୍ଗକୁ ଡ୍ରେସ୍, ଡେକୋରେସନ୍, ମ୍ୟୁଜିକ୍ ଆଉ ଖାଇବା ସବୁଥିଲା ଖାସ୍। ବିବାହ ସମାରୋହରେ ଅତିଥୀଙ୍କୁ ପ୍ରାୟ ୧୫୦ ପ୍ରକାରର ବ୍ୟଂଜନ ପରସା ଯାଇଥିଲା। ବିବାହ ସମାରୋହରେ ଅମ୍ବାନୀ ପରିବାର ସମେତ ବହୁ ହଲିଉଡ ଓ ବଲିଉଡ ସେଲିବ୍ରିଟ୍ ଯୋଗ ଦେଇଥିଲେ। ସଂଗୀତରୁ ମେହେନ୍ଦି ସବୁ ଉତ୍ସବରେ ଥିଲା ଖାସ୍ ବ୍ୟବସ୍ଥା। ପ୍ରିୟଙ୍କାଙ୍କ ନାଁର ମେହେନ୍ଦି ଲଗାଇଥିଲେ ନିକ୍। ଏପରିକି ବିବାହ ସମାରୋହ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ବି ହେଇଥିଲା। ଆଜି ହିନ୍ଦୁ ରୀତିନୀତିରେ ବିବାହ କରୁଛନ୍ତି ନିକ୍ୟାଙ୍କା।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.