Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉତ୍ତର ପ୍ରଦେଶରେ ପ୍ରିୟଙ୍କାଙ୍କ ପ୍ରଥମ ରୋଡ ଶୋ’ : କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ଦୁଲୁକିଲା ଲକ୍ଷ୍ନୌ, ବିଜେଡି ବିଜେପି କହିଲେ ପଡିବନି ପ୍ରଭାବ

ଲକ୍ଷ୍ନୌ ୧୧|୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କଂଗ୍ରେସର ମେଗା ରୋଡ୍ ସୋ । ଉଭୟ ଇଷ୍ଟର୍ଣ୍ଣ ଓ ୱେଷ୍ଟର୍ଣ୍ଣ ୟୁପି କମାଣ୍ଡର ପ୍ରିୟଙ୍କା ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଥାଟବାଟ ଧରି ଦେଶର ସବୁଠୁ ବଡ଼ ରାଜ୍ୟର ଛାତି ଉପରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ କପ୍ତାନ ରାହୁଲ ଗାନ୍ଧି । ଆଜିର ରୋଡ୍ ଶୋ ସହ ପ୍ରିୟଙ୍କା ତାଙ୍କର ଦମ୍ ଦେଖାଇଥିବା ବେଳେ ପୂରା ଦେଶର ପଲିଟିକାଲ୍ ଫୋକସ୍ ମଧ୍ୟ ତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି ।

ଦୁଲୁକୁଛି ୟୁପି, କମ୍ପୁଛି ଲକ୍ଷ୍ନୌ । ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସର ପାୱାର ଶୋ ।ଲକ୍ଷ୍ନୌର ଅମାଉଷି ବିମାନ ବନ୍ଦରରୁ ନେହେରୁ ଭବନ…ବାଜା ସାଙ୍ଗକୁ ନାରାବାଜି… ପୁଣି ଛାଏଁ ଛାଏଁ ପୁଷ୍ପବୃଷ୍ଟି…କଂଗ୍ରେସର ୟୁପି ଇଷ୍ଟର୍ଣ୍ଣ ଓ ୱେଷ୍ଟର୍ଣ୍ଣ ଏରିଆ କମାଣ୍ଡରଙ୍କ ଏ ହେଉଛି ଗ୍ରାଉଣ୍ଡ ଜିରୋରେ ଏଣ୍ଟ୍ରିର ଦୃଶ୍ୟ । କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ବାଗତରେ ଉଛୁଳୁଛି ରାଜରାସ୍ତା । ସାଙ୍ଗରେ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ୧୫ କିଲୋମିଟର ଶୋଭାଯାତ୍ର୍ରା କରି ଏକରକମ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରିୟଙ୍କା । ଦଳ ଭିତରେ ଭରପୂର ଜୋଶ୍ । ଗୋଲାପି ରଙ୍ଗର ପୋଷାକ ପିନ୍ଧି ପ୍ରିୟଙ୍କା ସେନା ବି ତୟାର୍ ।

 ଦେଶର ସର୍ବାଧିକ ଲୋକସଭା ଆସନ ଥିବା ଉତ୍ତର-ପ୍ରଦେଶରୁ ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଜୋର ଲଗାଇଛି ରାହୁଲ ସେନା । ଭଉଣୀ ପ୍ରିୟଙ୍କା ବି ୟୁପିରେ କରିବେ ଲିଡ୍‌ । ତେଣୁ ପ୍ରୟିଙ୍କାଙ୍କ ଉପରେ ରାହୁଲଙ୍କ ଅନେକ ଭରସା । ସେପଟେ ବିଜେପି କହିଛି ପ୍ରିୟଙ୍କାଙ୍କ ଏଣ୍ଟ୍ରି ୟୁପିରେ କୌଣସି ପ୍ରଭାବ ପକାଇବା ନାହିଁ ।  ଓଡ଼ିଶାରେ ବି ପ୍ରିୟଙ୍କାଙ୍କ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛି ବିଜେଡି ।

ୟୁପିରେ ଗୋଟିଏ ପଟେ କଂଗ୍ରେସ, ଅନ୍ୟ ପଟେ ବିଜେପି । ସେହିପରି ଏସପି-ବିଏସପି ମେଣ୍ଟ ମଧ୍ୟ ୧୯ ଖେଳକୁ ବେଶ ରୋଚକ କରିବ ।  

270 Views

   ସମ୍ବନ୍ଧିତ ଖବର