Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ପ୍ରତିଶ୍ରୁତିରୁ ବାସ୍ତବତା ବହୁ ଦୂର: ଉତ୍ତରପ୍ରଦେଶର ବାର୍ଷିକ ବଜେଟ୍‌ଠୁ ମହଙ୍ଗା ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନୀ ପ୍ରତିଶ୍ରୁତି

1/11/2021 at 5:49 PM

ଲକ୍ଷ୍ନୌ ୦୧/୧୧: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ହୋଇଛନ୍ତି। ରବିବାର ପ୍ରିୟଙ୍କା ଗୋରଖପୁରର ଚମ୍ପାଦେବୀ ପାର୍କରେ ପ୍ରତିଜ୍ଞା ରାଲିକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ୮ଟି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ହିସାବ କହୁଛି ଲୋକଙ୍କ ସାମ୍ନାରେ ସେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ପୂରଣ କରିବା ମୁସ୍କିଲ।  

ପ୍ରିୟଙ୍କାଙ୍କ ପ୍ରତିଶ୍ରୁତି

-୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ସରକାରୀ ଚାକିରି

– ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ମୋବାଇଲ ଏବଂ ଗ୍ରାଜୁଏସନ୍‌ ପାସ କରିଥିବା ଛାତ୍ରୀଙ୍କୁ ସ୍କୁଟି

– ୟୁପି କୃଷକଙ୍କ ଚାଷ ଋଣ ମାଫ୍‌

-ଗହମ-ଧାନର ଏମଏସପି ୨୫୦୦ ଟଙ୍କା ଏବଂ ଆଖୁର ଏମଏସପି ୪୦୦ ଟଙ୍କା

– ରାଜ୍ୟର ସବୁ ଗରିବ ପରିବାରକୁ ୨୫୦୦୦ ଟଙ୍କା

– ବିଜୁଳୀ ବିଲ୍‌ ଅଧା

– କରୋନା କାଳରେ ବିଜୁଳୀ ବିଲ୍‌ ଛାଡ଼

– ରାଜ୍ୟର ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ୍‌

– ଏହା ବ୍ୟତୀତ କଂଗ୍ରେସ ସରକାର ଆସିଲେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା

ଏମିତି ସବୁ ପ୍ରତିଶ୍ରୁତି ଦେଇ କଂଗ୍ରେସ ଲୋକମାନଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ ଜୋରଦାର କରିଛି। କିନ୍ତୁ ଏହାକୁ ନେଇ ଯେଉଁ ଗଣିତ ସାମ୍ନାରେ ଅଛି ସେଥିରେ କିଛି ତାଳମେଳ ନାହିଁ। ୨୦୨୧-୨୨ରେ ଉତ୍ତରପ୍ରଦେଶ ସରକାରଙ୍କ ବାର୍ଷିକ ବଜେଟ ସାଢ଼େ ୫ ଲକ୍ଷ କୋଟି ଟଙ୍କା ଥିଲା। ସେପଟେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିଶ୍ରୁତି ପୂରଣ ପାଇଁ ଖର୍ଚ୍ଚ ଉପରେ ନଜର ପକାଇଲେ…

୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଚାକିରି- ଯଦି ଜଣେ ସରକାରୀ କର୍ମଚାରୀଙ୍କୁ ୨୫ ହଜାର ଟଙ୍କା ବେତନ ମିଳେ ତେବେ ବାର୍ଷିକ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ଇଣ୍ଟର ପାସ ଛାତ୍ରୀଙ୍କୁ ମୋବାଇଲ୍‌- ଚଳିତବର୍ଷ ୧୧,୧୭,୭୮୦ ଛାତ୍ରୀ ଦ୍ବାଦସ ପାସ କରିଛନ୍ତି। ଯଦି ଗୋଟିଏ ମୋବାଇଲର ଦାମ ଅତିକମ୍‌​‌ରେ ୧୦ ହଜାର ଟଙ୍କା ହୁଏ ତେବେ ୧୧୧୮ କୋଟି ଟଙ୍କା ଖର୍ଚ୍ଚ ହେବ।

ଗହମ-ଧାନ ଏବଂ ଆଖୁର ଏମଏସପି- ତଥ୍ୟ କହୁଛି ୨୦୨୧-୨୨ରେ ୬୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କ୍ରୟ ହୋଇଛି। ଏହାକୁ ନେଇ ୧୭୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଖୁ କଥା କହିଲେ, ୨୦୨୧ରେ ୧୦୨୭.୫୦ ଟନ୍‌ ପାଇଁ ୪୧,୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସବୁ ଗରିବ ପରିବାରଙ୍କୁ ୨୫୦୦୦ ଟଙ୍କା- ଉତ୍ତରପ୍ରଦେଶରେ ପାଖାପାଖି ଏକ କୋଟି ଗରିବ ପରିବାର ଅଛନ୍ତି। ଗୋଟିଏ ପରିବାରକୁ ୨୫୦୦୦ ଟଙ୍କା ଦେଲେ ମୋଟ ୨୫୦୦୦ କୋଟି ଟଙ୍କାର ଖର୍ଚ୍ଚ ଆସିବ।

ଏହି ଡାଟା କେବଳ ପ୍ରିୟଙ୍କା ଗାନ୍ଧୀଙ୍କ ୫ ପ୍ରତିଶ୍ରୁତିକୁ ନେଇ କରାଯାଇଛି। ଏହି ସବୁ ପାଇଁ ମୋଟ ଖର୍ଚ୍ଚ ସାଢ଼େ ୬ ଲକ୍ଷ କୋଟି ଆସିବ। କିନ୍ତୁ ୟୁପି ସରକାରଙ୍କ ବାର୍ଷିକ ବଜେଟ୍‌ ସାଢ଼େ ପାଞ୍ଚ ଲକ୍ଷ କୋଟି ଟଙ୍କା ।  

   Related Posts