ଭାରତର ସବୁଠୁ ନାମୀ ଓ ଦାମୀ ସ୍କୁଲରେ ପଢ଼ୁଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ : ଫିସ୍ ୯ଲକ୍ଷରୁ ଆରମ୍ଭ

Published By : Prameya-News7 Bureau | January 25, 2019 IST

ୟୁପି ୨୫/୧: କଂଗ୍ରେସ ପାର୍ଟି ୨୦୧୯ ଲୋକସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ସକ୍ରୀୟ ରାଜନୀତିକୁ ଆଣିଛି । ତେବେ ଆସନ୍ତୁ ଜାଣିବା ସେହି ସ୍କୁଲ୍ ବିଷୟରେ ଯେଉଁଠାରେ ତାଙ୍କ ପୁଅ ପଢ଼ିଥାନ୍ତି।

{"id":77937}

ଡେହରାଡୁନରେ ଥିବା ଭାରତର ସବୁଠୁ ନାମୀ ସ୍କୁଲ ଦ ଡୁନ୍ ସ୍କୁଲରେ ପ୍ରିୟଙ୍କାଙ୍କ ପୁଅ ଅଧ୍ୟୟନ କରୁଛନ୍ତି। ୨୦୧୨ରେ ପ୍ରିୟଙ୍କା ନିଜ ପୁଅ ରିହାନଙ୍କ ଆଡମିସନ୍ ଡୁନ୍ ସ୍କୁଲରେ କରିଥିଲେ। ପ୍ରିୟଙ୍କାଙ୍କ ଦୁଇ ଛୁଆ ଡେହରାଡୁନରେ ପାଠ ପଢ଼ୁଛନ୍ତି। ମିରାୟା ମଧ୍ୟ ଡେହରାଡୁନର ବେଲଡମ୍ ଗାର୍ଲସ୍ ସ୍କୁଲରେ ପଢ଼ୁଛନ୍ତି।

{"id":77938}

୭୦ଏକରର ଜମିରେ ହୋଇଥିବା ଏହି ସ୍କୁଲ୍ ଦେଶର ସବୁଠୁ ଦାମୀ ସ୍କୁଲ୍ ମଧ୍ୟରୁ ଗୋଟିଏ। ଏହି ସ୍କୁଲର ଫିସ୍ ପାଖାପାଖି ୭ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ।

{"id":77939}

ସତୀଶ ରଞ୍ଜନ ଦାସ ଏହି ସ୍କୁଲକୁ ସ୍ଥାପନ କରିଥିଲେ। ସେ ଭାରତର ସ୍ବାଧୀନତା ସଂଗ୍ରାମୀ ଚିତ୍ତରଞ୍ଜନ ଦାସ ଏବଂ ଭାରତର ମୁଖ୍ୟ ବିଚାରପତି ସୁଧି ରଞ୍ଜନ ଦାସଙ୍କ ଭାଇ ଥିଲେ।

{"id":77942}

ଏହି ସ୍କୁଲ୍ ଗାନ୍ଧୀଙ୍କ ପରିବାର ହିସାବରେ ମଧ୍ୟ ଜଣାଯାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀ  ତାଙ୍କ ଭାଇ ସଂଜୟ ଗାନ୍ଧୀ ମଧ୍ୟ ଏଠାରେ ପାଠ ପଢ଼ିଥିଲେ। ସଞ୍ଜୟ ଗାନ୍ଧୀଙ୍କ ବିଶୃଙ୍ଖଳ ଆଚରଣ ପାଇଁ ତାଙ୍କୁ ନୋଟିସ୍ ଦିଆଯାଇଥିଲା।

{"id":77943}

ପରେ ରାହୁଲ ଗାନ୍ଧୀ ମଧ୍ୟ ଏହି ସ୍କୁଲରେ ଆଡମିସନ୍ କରିଥିଲେ। କିନ୍ତୁ ସୁରକ୍ଷା ପାଇଁ ୧୯୮୧ରୁ ୧୯୮୩ ପର୍ଯ୍ୟନ୍ତ ରାହୁଲ ତାଙ୍କ ପାଠପଢ଼ା ଘରୁ କରିଥିଲେ।

{"id":77944}

ପ୍ରିୟଙ୍କାଙ୍କ ସ୍କୁଲିଙ୍ଗ୍ ଦିଲ୍ଲୀର ମଡର୍ଣ୍ଣ ପବ୍ଲିକ୍ ସ୍କୁଲରେ ହୋଇଥିଲା। ସେ ଦିଲ୍ଲୀ ୟୁନିର୍ଭସିଟିର ଯିଶସ୍ ଏଣ୍ଡ ମ୍ୟାରୀ ସ୍କୁଲରୁ ସାଇକୋଲୋଜିର ଡିଗ୍ରୀ ହାସଲ କରିଥିଲେ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.