ରାୟବରେଲୀରେ କଂଗ୍ରେସ ମହାସଚିବ: ହନୁମାନ ମନ୍ଦିରରେ ଦର୍ଶନ କରି ନେଲେ ଆଶୀର୍ବାଦ

Published By : Prameya-News7 Bureau | September 12, 2021 IST

ରାୟବରେଲୀ ୧୨/୦୯ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରସ୍ତୁତି ପାଇଁ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଓ ଆନ୍ଧ୍ର ପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ରବିବାର ଦିନ ଦୁଇ ଦିନିଆ ଗସ୍ତରେ ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ପଦାଧିକାରୀଙ୍କ ସହ ବୈଠକ କରିବେ। ରାୟବରେଲୀ ରାସ୍ତାରେ ଲକ୍ଷ୍ନୌ-ରାୟବରେଲୀ ସୀମାରେ ପ୍ରିୟଙ୍କା ଗାନ୍ଧୀ ଚୁରବା ହନୁମାନ ମନ୍ଦିରରେ ଦର୍ଶନ କରି ପୂଜାରୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ହନୁମାନ ମନ୍ଦିର ନିକଟରେ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ଜଣାଇଥିଲେ।    

{"id":510238,"sizeSlug":"full","linkDestination":"none"}

ପ୍ରିୟଙ୍କା କାର୍ଯ୍ୟକର୍ତ୍ତାଙ୍କକହିଛନ୍ତି ଯେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସିଲାଣି। ସେଥିପାଇଁ କାର୍ଯ୍ୟକର୍ତ୍ତାନକୁଦିନ ରାତି କାମ କରିବାକୁ ପଡିବ। ଟିକେଟ ଆବଣ୍ଟନକୁ ନେଇ ସେ କହିଛନ୍ତି ପ୍ରାର୍ଥୀଙ୍କ ନାଁ ଧାର୍ଯ୍ୟ କରିବା ପ୍ରକ୍ରିୟାରେ ସଂଗଠନ ପଦାଧିକାରୀ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସଂଗଠନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ କହିଛନ୍ତି।

{"id":510237,"sizeSlug":"full","linkDestination":"none"}

ପ୍ରିୟଙ୍କା ଗାନ୍ଧୀ ସାଧାରଣତଃ ଅଧିକାଂଶ ସମୟ ଦିଲ୍ଲୀରେ ରୁହନ୍ତି। ନିର୍ବାଚନ ପ୍ରସ୍ତୁତି ପାଇଁ ସମୟ ସମୟରେ ଉତ୍ତର ପ୍ରଦେଶ ଗସ୍ତ କରିଥାନ୍ତି। ଫଳରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମଧ୍ୟ ଭାବୁଛନ୍ତି ଯେ ମହାସଚିବ ଯଦି ଲକ୍ଷ୍ନୌରେ ଅଧିକ ସମୟ ଵିତାନ୍ତି ତାହେଲେ ନିର୍ବାଚନ ପ୍ରସ୍ତୁତି ଆହୁରି ଭଲ ଭାବେ ହୋଇପାରନ୍ତା। ତେବେ ପ୍ରିୟଙ୍କା ଗାନ୍ଧୀ ୟୁପି ନିର୍ବାଚନ ପ୍ରସ୍ତୁତିରେ ଲାଗି ଯାଇଛନ୍ତି। କଂଗ୍ରେସ ବର୍ତ୍ତମାନ ପ୍ରତିଜ୍ଞା ଯାତ୍ରା କରି ପ୍ରତିଶୃତି ପୁରା କରିବାକୁ ଜନତାଙ୍କ ପାଖକୁ ଯିବାକୁ ଯୋଜନା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.