Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

୨ ଘଣ୍ଟା ମୌନ ବ୍ରତ ପରେ ଯୋଗୀ ସରକାର ବିରୁଦ୍ଧରେ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ : କହିଲେ, ‘ଲୋକତନ୍ତ୍ର ଲୋପ ପାଇବାରେ ଲାଗିଛି, ନାରୀଙ୍କୁ ଅସମ୍ମାନ ବଢିଛି…’

16/07/2021 at 7:12 PM

ଲକ୍ଷ୍ନୌ ୧୬/୦୭ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ୩ ଦିନିଆ ଉତ୍ତର ପ୍ର​‌ଦେଶ ଗସ୍ତରେ ଅଛନ୍ତି । ଶୁକ୍ରବାର ଲକ୍ଷ୍ନୌରେ ପହଞ୍ଚିବା ପରେ ଯୋଗୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି, ଉତ୍ତର ପ୍ରଦେଶରେ ସମ୍ବିଧାନକୁ ନଷ୍ଟ କରାଯାଉଛି ଏବଂ ଲୋକତନ୍ତ୍ରର ଧଜିଆ ଉଡାଯାଉଛି । ୟୁପି ସରକାର ଉପରେ ଏପରି ଗର୍ଜିବା ପୂର୍ବରୁ ଆଇନ ବ୍ୟବସ୍ଥାକୁ ନେଇ ଗାନ୍ଧୀ ମୂର୍ତ୍ତି ନିକଟରେ ୨ ଘଣ୍ଟା ମୌନ ବ୍ରତରେ ବସିଥିଲେ ।

ପ୍ରିୟଙ୍କା କହିଛନ୍ତି, ଯୋଗୀ ସରକାର କରୋନା ମହାମାରୀ ସମୟରେ କିଭଳି କାମ କରିଛନ୍ତି ତାହାର ରିପୋର୍ଟ କାର୍ଡ ଯୋଗୀଙ୍କ ନିକଟକୁ ପଠାଯାଇଛି । ଏହା ବାଦ ସେ କହିଛନ୍ତି, ଉତ୍ତର ପ୍ରଦେଶରେ ଯଦି ଭାବେ ବିକାଶ ହୋଇଛି ତେବେ କେଉଁଭଳି ଭାବେ ବିକାଶ ହୋଇଛି ତାହା ଜନସାଧାରଣଙ୍କ ନିକଟରେ ତଥ୍ୟ ରଖନ୍ତୁ ।

କରୋନାର ଦ୍ବିତୀୟ ଲହର ଜାରି ରହିଥିବା ବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିଥିଲେ ଯୋଗୀ ସରକାର । ତେବେ ଏହା ଦ୍ବାରା କେତେ ଲୋକ ସଂକ୍ରମିତ ହୋଇଛନ୍ତି ଏଥି ପାଇଁ କିଏ ଦାୟୀ ? ଏହା କିଭଳି ବ୍ୟବସ୍ଥା ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ କେତେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି କିନ୍ତୁ ଯୋଗୀ ସରକାର ନିର୍ବାଚନ କରାଇଛନ୍ତି । ଏଥିପାଇଁ କିଏ ଦାୟୀ ?

ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ୩ ଦିନିଆ ୟୁପି ଗସ୍ତ କରିଛନ୍ତି କଂଗ୍ରେସ ମହାସଚିବ । ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରି ପ୍ରିୟଙ୍କା କହିଛନ୍ତି, ‘ରାଜ୍ୟରେ ଅପହରଣ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ସମୟରେ ବ୍ୟାପକ ହିଂସା ଘଟିଥିଲା । ମହିଳା ପ୍ରତିଦ୍ବନ୍ଦୀମାନଙ୍କୁ ଅସମ୍ମାନ କରାଯାଇଛି । ସାରା ରାଜ୍ୟରେ ଶାସକ ଦଳର ଚାଟୁକାରିତା କରୁଥିଲା ପ୍ରଶାସନ । କରୋନା କଟକଣା ସମୟରେ ରାଜ୍ୟରେ ବ୍ୟବସ୍ଥା ଏକରକମ ଶେଷ ହୋଇଯାଇଛି କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରମାଣପତ୍ର ଦେଉଛନ୍ତି ।’

   Related Posts