Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଯୋଗୀଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଶ୍ନ- କେଉଁ ଲ୍ୟାବରେ ଦିନକୁ କେତେ ହେଉଛି କରୋନା ଟେଷ୍ଟ ?

25/04/2020 at 4:34 PM

ନୂଆଦିଲ୍ଲୀ, ୨୫।୦୪:  କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କରୋନା ଭାଇରସ୍ ମୁକାବିଲା ଦିଗରେ ସରକାରୀ ଉଦ୍ୟମକୁ ଅଧିକ ପାରଦର୍ଶି ରଖିବାକୁ ଉତ୍ତରର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ କରୋନା ପରୀକ୍ଷଣକୁ ନେଇ ଲୋକେ ବହୁତ ଚିନ୍ତିତ। କରୋନା ମୁକାବିଲାରେ ପାରଦର୍ଶିତା ସବୁଠୁ ବଡ ଜିନିଷ । ସର୍ବ ସମାଜ ଓ ସରକାର ମିଶି ଏହି ମହାମାରୀକୁ ପରାଜିତ କରି ପାରିବେ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି। ଏହା ସହିତ ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରଙ୍କୁ କରୋନା ଟେଷ୍ଟିଂକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି।

ପ୍ରିୟଙ୍କା ଗାନ୍ଧୀ ଶନିବାର ୟୁପିର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରସ୍ତାବ ଦେଇ କହିଛନ୍ତି ଯେ, ଏହା ଜରୁରୀ ଯେ ସରକାରୀଙ୍କ କରୋନା ସମ୍ବନ୍ଧିତ ପଦକ୍ଷେପ ବିଷୟରେ ଲୋକ ସବୁ ଜାଣନ୍ତୁ । ଏମିତି ହେଲେ ଲୋକଙ୍କ ପାଖରେ ସୂଚନା ରହିବ ଏବଂ ଭୟର ମାହୋଲ ମଧ୍ୟ ରହିବ ନାହିଁ । ପ୍ରିୟଙ୍କା କହିଛନ୍ତି ଗତ ଦୁଇ ଦିନ ହେବ ରାଜ୍ୟ ସରକାର କରୋନା ଯାଞ୍ଚ ସମ୍ବନ୍ଧରେ କୌଣସି ସୂଚନା ଦେଉ ନାହାନ୍ତି । ଏଥିରେ ଲୋକଙ୍କ ପରୀକ୍ଷଣକୁ ନେଇ ଚିନ୍ତା ବଢିଛି । ତେଣୁ କରୋନା ପରୀକ୍ଷଣକୁ ନେଇ ସରକାରଙ୍କୁ ପୂରା ପାରଦର୍ଶିତା ହେବା ଉଚିତ୍ । ତଥ୍ୟ ଓ ସତ୍ୟତାକୁ ଲୁଚାଇବା ଘାତକ ହୋଇପାରେ, ତେଣୁ ରାଜ୍ୟ ସରକାରଙ୍କୁ ଏହା ଶୀଘ୍ର ବୁଝିନେବା ଉଚିତ୍ ।

ଏହା ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ରାଜ୍ୟର କେଉଁ ଲ୍ୟାବରେ କେତେ ପରୀକ୍ଷଣ ହେଉଛି ? କେଜିଏମୟୁ ସହିତ ଅନ୍ୟ ପରୀକ୍ଷଣ ଲ୍ୟାବରେ ପ୍ରତିଦିନ କେତେ ଯାଞ୍ଚ କ୍ଷମତା ରହିଛି ? ଦିନକୁ କେଉଁ ଲ୍ୟାବରୁ କେତେ ଟେଷ୍ଟ ହେଉଛି ? ଏହି ସବୁ ତଥ୍ୟ ମଧ୍ୟ ଜନତାଙ୍କ ସାମ୍ନାରେ ରଖାଯିବା ମହତ୍ୱପୂର୍ଣ୍ଣ । ଅନ୍ୟପଟେ ପ୍ରିୟଙ୍କା କ୍ୱାରେଣ୍ଟାଇନ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ଗାଇଡଲାଇନ ଅନୁସରଣ କରାଯିବା ମଧ୍ୟ ଜରୁରୀ ଅଟେ ।

ସେ କହିଛନ୍ତି କ୍ୱାରେଣ୍ଟାଇନ କେନ୍ଦ୍ରରେ ଭୋଜନ ଓ ଖାଦ୍ୟର ଉପଲବ୍ଧତା, ସ୍ୱାସ୍ଥ୍ୟକର୍ମୀ ଦ୍ୱାରା ପ୍ରତିଦିନ ଯାଞ୍ଚ ତଥା କେନ୍ଦ୍ରର ସ୍ୱଚ୍ଛତାର ରିପୋର୍ଟ ଜାରି ହେବା ଉଚିତ୍ । ଏହା ସହ କ୍ୱାରେଣ୍ଟାଇନର ଅବଧି ପୂରା ହେବା ପରେ ଘରକୁ ଫେରୁଥିବା ବ୍ୟକ୍ତିଙ୍କ ପୁନର୍ବାର ଯାଞ୍ଚ  କରାଯିବ ଯୋଜନାକୁ ସ୍ପଷ୍ଟ କରାଯାଉ ।

   Related Posts