Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

କୋରାପୁଟ ଆସିବେ ପ୍ରିୟଙ୍କା ଗାନ୍ଧି

29/01/2019 at 10:33 AM

କୋରାପୁଟ ୨୯|୧:  ଓଡିଶା ଆସିପାରନ୍ତି ପ୍ରିୟଙ୍କା । ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ କୋରାପୁଟ ଆସିବା ପାଇଁ କଂଗ୍ରେସର ମୁଖ୍ୟ ସଚେତକ ତଥା ବିଧାୟକ ତାରାପ୍ରସାଦ ବାହିନୀପତି ନିମନ୍ତ୍ରଣ କରିଛନ୍ତି । ଏପରିକି ଏ ବାବଦରେ ସେ ରାହୁଲ ଗାନ୍ଧିଙ୍କ ସହ ଗତ ୨୫ ତାରିଖ ଗସ୍ତ ସମୟରେ ଆଲୋଚନା କରିଥିବା କହିଛନ୍ତି । ପୁଣି ବିଧିବଦ୍ଧ ଭାବେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଚିଠି ମଧ୍ୟ ଦେଇଛନ୍ତି । ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ କହିଛନ୍ତି, ପ୍ରିୟଙ୍କାଙ୍କ ଆସିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନାହିଁ । ମାତ୍ର ତାଙ୍କୁ ଆସିବା ପାଇଁ ଅନୁରୋଧ କରାଯାଇଛି ।  ଏପରିକି ରାହୁଲଙ୍କ ଗସ୍ତ ସମୟରେ ପ୍ରଭାରୀ ଜିତେନ୍ଦ୍ର ମଧ୍ୟ ପ୍ରିୟଙ୍କା ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଥିଲେ ।  ଅପରପକ୍ଷେ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପୁଣି ରାହୁଲ ଓଡ଼ିଶା ଆସିବେ ବୋଲି ନିରଞ୍ଜନ କହିଛନ୍ତି । ତେବେ କେଉଁ ତାରିଖରେ ଆସିବେ ତାହା ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇନଥିବା ସୂଚନା ଦେଇଛନ୍ତି । ରାହୁଲ ଏଥର ଆସିଲେ ପଶ୍ଚିମ କିମ୍ବା  ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟକ୍ରମ କରାଯିବ ବୋଲି ନିରଞ୍ଜନ କହିଛନ୍ତି ।

   Related Posts