Wednesday, April 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ୍ ସୋ

ଲକ୍ଷ୍ନୌ ୧୧|୨: ଆଜି ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ୍ ସୋ । କଂଗ୍ରେସ ମହାସଚିବ ପ୍ରିୟଙ୍କା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଭାବରେ ଆଜି ଲକ୍ଷ୍ନୌ କାର୍ଯ୍ୟାଳୟ ଯାଉଛନ୍ତି । ଏୟାରପୋର୍ଟରୁ ପ୍ରଦେଶ କଂଗ୍ରେସ ଭବନ, ୧୨କିଲୋମିଟର ରାଲିରେ ଯିବେ ପ୍ରିୟଙ୍କା । ଏୟାରପୋର୍ଟରୁ ଆରମ୍ଭ ହେବ ରୋଡ୍  ସୋ । ତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ୟୁପିର ଅନ୍ୟତମ ପ୍ରବାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିବେ । ବିଭିନ୍ନ ସ୍ଥାନରେ ପ୍ରିୟଙ୍କାର ରୋଡ୍ ସୋ ଅଟକିବ । ପ୍ରାୟ ଶହେଟି ସ୍ଥାନରେ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।

କଂଗ୍ରେସ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀଙ୍କ ଏଣ୍ଟ୍ରି ପରେ ନେତା ଏବଂ କର୍ମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ସାରା ଲକ୍ଷ୍ନୋରେ ପ୍ରିୟଙ୍କାଙ୍କ ହୋଡିଂ ଏବଂ ବ୍ୟାନର ଲାଗିଛି । ପ୍ରିୟଙ୍କାଙ୍କୁ ମାଆ ଦୁର୍ଗା ଭାବରେ ବ୍ୟାନରରେ ଦେଖିବାକୁ ମିଳିଛି ।  ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ଅତି ଦୁର୍ବଳ ଥିବା ବେଳେ ଦଳକୁ ଜିତାଇବା ସବୁଠୁ ବଡ ଚାଲେଞ୍ଜ । ସଂଗଠନକୁ ମଜବିତ କରିବା ପ୍ରିୟଙ୍କାଙ୍କ  ଆଗରେ ବଡ ଚାଲେଞ୍ଜ । ତେବେ ସାଧାରଣ ନିର୍ବାତନ ମୁଣ୍ଡ ଉପରେ ଥିବା ବେଳେ ହାତରେ ସମୟ କମ ।

ଏଣେ ଅନେକ ବର୍ଷ ଧରି କ୍ଷମତାଠୁ ଦୂରରେ ରହିବା ଫଳରେ ତୃଣମୂଳ ସ୍ତରରେ ସଂଗଠନ ବେଶ ଦୁର୍ବଳ ହୋଇ ପଡିଛି । ପ୍ରିୟଙ୍କା କଂଗ୍ରେସର ବଡ ଚେହେରା କିନ୍ତୁ ସ୍ବାମୀ ରବର୍ଟ ଭଦ୍ରାଙ୍କ ଉପରେ ଲାଗିଥବା ଅଭିଯୋଗ ତାଙ୍କ ଆଗରେ ବାଧା ହୋଇ ଠିଆ ହୋଇଛି । ପ୍ରିୟଙ୍କାଙ୍କୁ ଏହି ଅଭିଯୋଗର ଜବାବ ଦେବାକୁ ପଡିବ । ଲକ୍ଷ୍ନୌରେ ରୋଡ ସୋ ଆଗରୁ ରାହୁଲ ଟୁଇଟ୍ କରିଛନ୍ତି ।

176 Views

   ସମ୍ବନ୍ଧିତ ଖବର