ମୋଦି ବନାମ ପ୍ରିୟଙ୍କା : ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିବେ ପ୍ରିୟଙ୍କା !

Published By : Prameya-News7 Bureau | April 13, 2019 IST

ବାରଣାସୀ ୧୩/୪ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ି ପାରନ୍ତି | ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ନିଜେ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବା ପାଇଁ ରାଜି ହୋଇଛନ୍ତି | କିନ୍ତୁ ପ୍ରିୟଙ୍କାଙ୍କ ନିର୍ଣ୍ଣୟ ସମ୍ପୂର୍ଣ ନିର୍ଣ୍ଣୟ ନୁହେଁ | ଶେଷ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ନେବେ |

{"id":103174}


ମହାସଚିବ ହେବାପରେ ପ୍ରିୟଙ୍କା ଲଗାତାର ବିଭିନ୍ନ ଅଂଚଳ ପ୍ରଚାର କରୁଛନ୍ତି | ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳ ମହାମେଣ୍ଟ କରି କଂଗ୍ରେସ ପାଇଁ ଉତ୍ତର ପ୍ରଦେଶରେ କେବଳ ୨ଟି ଆସନ ଛାଡିଥିଲା | କଂଗ୍ରେସ ମଧ୍ୟ ନିଜ ଚାଲ ଦେଖାଇଛି |


ପ୍ରିୟଙ୍କା ପ୍ରୟାଗରାଜ ଠାରୁ ବାରଣାସୀ ପ୍ରଚାର ଯାତ୍ରା କରିଛନ୍ତି | ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ମଧ୍ୟ ଦର୍ଶନ କରିଛନ୍ତି | ସହିଦଙ୍କ ପରିବାରଲୋକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ | ଏହାପରେ ପ୍ରଶ୍ନ ଉଠିଥିଲା ପ୍ରିୟଙ୍କା ବାରଣାସୀରୁ ନିର୍ବାଚନ ଲଢ଼ିବେ କି ? ସୂତ୍ର ଅନୁଯାୟୀ, ଗତ ନିର୍ବାଚନ ବେଳେ ମୋଦିଙ୍କ ବିପକ୍ଷରେ ଆପ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଥିଲା | ୨୦୧୪ ନିର୍ବାଚନ ବେଳେ ମୋଦିଙ୍କ ସପକ୍ଷରେ ଥିଲା ନିର୍ବାଚନୀ ମାହୋଲ | ମୋଦି ନିଜର ନିକଟତମ ପ୍ରତିଦ୍ବନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ୩୭୧୭୮୪ ଭୋଟରେ ବିଜୟୀ ହୋଇଥିଲେ | ମୋଦିଙ୍କୁ ସମୁଦାୟ ୫୮୧୦୨୨ ଭୋଟ ମିଳିଥିବାବେଳେ କେଜ୍ରିୱାଲଙ୍କୁ ୨୦୯୧୩୮ ଭୋଟ ମିଳିଥିଲା | କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ୭୫୬୨୪ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ |

{"id":103175}


ପ୍ରିୟଙ୍କାଙ୍କ ନିକଟବର୍ତ୍ତୀ କହିଛନ୍ତି ଯେ, ଏବେ ଦେଶରେ ଆଉ ମୋଦି ଲହର ନାହିଁ | ସେଥିପାଇଁ ଯଦି ପ୍ରିୟଙ୍କାଙ୍କ ଭଳି ମଜବୁତ ମୁହଁ ବାରଣାସୀ ନିର୍ବାଚନ ମୈଦାନକୁ ଓହ୍ଲାନ୍ତି ତାହେଲେ ବାରଣାସୀରେ କଂଗ୍ରେସ ଜିତିବା ସୁନିଶ୍ଚିତ | କିନ୍ତୁ ସେଥିପାଇଁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସକୁ ସହଯୋଗ କରିବା ଦରକାର |
ନିଜେ ପ୍ରିୟଙ୍କା ମଧ୍ୟ ଏହି ପ୍ରସଙ୍ଗ ଉପରେ ଗମ୍ଭୀର ଭାବେ ଚିନ୍ତା କରୁଛନ୍ତି | ରାଏବରେଲୀ କାର୍ଯ୍ୟକର୍ତ୍ତା କୌଣସି ଆସନରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରିୟଙ୍କାଙ୍କ ନିକଟରେ ଦାବି କଲେ ପ୍ରିୟଙ୍କା ହସି ହସି ଜବ ଦେଉଛନ୍ତି, 'ବାରଣାସୀରୁ ଲଢ଼ିବି କି ?'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.