ହନୁମାନ ଜୟନ୍ତୀ ଅବସରରେ ଅମିତାଭ ବଚ୍ଚନଙ୍କ ମା’ଙ୍କୁ କାହିଁକି ମନେ ପକାଇଲେ ପ୍ରିୟଙ୍କା ଗାନ୍ଧୀ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୮।୪: ସାରା ଦେଶରେ ଅପ୍ରେଲ ୮ତାରିଖରେ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ । ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କର ପୁରୁଣା ଦିନକୁ ମନେ ପକାଇଛନ୍ତି । ପ୍ରିୟଙ୍କା ଏହି ଶୁଭ ଦିନରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମା’ ତେଜି ବଚ୍ଚନଙ୍କୁ ମନେ ପକାଇଛନ୍ତି । ତାଙ୍କ ନାଁରେ ସୋସିଆଲ ମିଡିଆରେ ଏକ ସୁନ୍ଦର ମେସେଜ ପ୍ରିୟଙ୍କା ସେୟାର କରିଛନ୍ତି ।

{"id":250968,"sizeSlug":"large"}

ସ୍ବର୍ଗତ ତେଜି ବଚ୍ଚନଙ୍କ ସ୍ମୃତିରେ ପ୍ରିୟଙ୍କା ଟ୍ବିଟ୍ କରି ଲେଖିଛନ୍ତି ଯେ, “ଶ୍ରୀମତୀ ତେଜି ବଚ୍ଚନ ଜଣେ ବଡ ହନୁମାନ ଭକ୍ତ ଥିଲେ । ପ୍ରାୟତଃ ମୋତେ ଦିଲ୍ଲୀର ହନୁମାନ ମନ୍ଦିରକୁ ନେଇ ମୋ ପାଇଁ କାଚ ଚୁଡି କିଣି ଦେଉଥିଲେ ଏବଂ ହନୁମାନଜୀଙ୍କ କାହାଣୀ ଶୁଣାଉଥିଲେ । ତାଙ୍କଠାରୁ ମୁଁ ହନୁମାନ ଚାଳିସାର ଅନେକ ପଦ ଶିଖିଛି । ଆଜି ସେ ଆଉ ନାହାଁନ୍ତି, କିନ୍ତୁ ତାଙ୍କ ଭକ୍ତିର ପ୍ରତୀକ ହୃଦୟରେ ଅଛି ।”

{"id":250969,"sizeSlug":"large"}

ପୂର୍ବରୁ ଅମିତାଭ ବଚ୍ଚନଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କ ଜୟନ୍ତୀ ଅବସରରେ ପ୍ରିୟଙ୍କା ତାଙ୍କ ପାଇଁ ସ୍ବତନ୍ତ୍ର ମେସେଜ ଲେଖିଥିଲେ । ସେ ହରିବଂଶ ରାୟ ବଚ୍ଚନଙ୍କ ଫଟୋ ସହ ଲେଖିଥିଲେ, “ହରିବଂଶ ରାୟ ଜୀଙ୍କୁ ମୁଁ ଅଙ୍କଲ ବଚ୍ଚନ ନାଁରେ ଜାଣିଥିଲି, ଆଲ୍ଲାହବାଦର ଜଣେ ମହାନ୍ ପୁତ୍ର ଥିଲେ । ଏକ ସମୟ ଥିଲା ଯେତେବେଳେ ମୋ ବାପାଙ୍କ ମୃତ୍ୟୁ ପରେ ବଚ୍ଚନଜୀଙ୍କ ଲେଖାସବୁ ବହୁ ସମୟ ଧରି ପଢୁଥିଲି । ତାଙ୍କ ଦ୍ବାରା ଲିଖିତ ଶବ୍ଦ ମୋ ମନକୁ ଶାନ୍ତି ମିଳୁଥିଲା । ଏଥିପାଇଁ ସାରା ଜୀବନ ମୁଁ ତାଙ୍କ ପ୍ରତି କୃତଜ୍ଞ ।”

{"align":"center","id":250974,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗାନ୍ଧୀ ପରିବାର ଏବଂ ବଚ୍ଚନ ପରିବାରର ସଂପର୍କ ବର୍ଷ ବର୍ଷ ଧରି ଚର୍ଚ୍ଚାରେ ରହିଆସିଛି । ଅମିତାଭ ବଚ୍ଚନ ମଧ୍ୟ ଗାନ୍ଧୀ ପରିବାରର ଅତି ନିକଟତର ଥିଲେ । ମାତ୍ର ଧିରେ ଧିରେ ସଂପର୍କ ମଳିନ ପଡିଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.