Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପ୍ରିୟଙ୍କାଙ୍କ ଆଉ ଏକ ବଡ ପ୍ରତିଶୃତି: ସରକାର ଗଠନ ହେଲେ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଦେବେ ୧୦ ହଜାର ଟଙ୍କା ମାନଦେୟ

10/11/2021 at 2:58 PM

ଲକ୍ଷ୍ନୌ ୧୦/୧୧ : ତିନି ଦଶକ ହେଲା ଉତ୍ତର ପ୍ରଦେଶ ଶାସନ କ୍ଷମତାରୁ ଦୂରରେ ଥିବା କଂଗ୍ରେସ ପାଇଁ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶୃତି ଦେଉଛନ୍ତି। କଂଗ୍ରେସକୁ ପୁଣି କ୍ଷମତାକୁ ଆଣିବାକୁ ପ୍ରିୟଙ୍କା ଖୁବ ପରିଶ୍ରମ କରୁଛନ୍ତି। ଏହି କ୍ରମରେ ବର୍ତ୍ତମାନ ପ୍ରିୟଙ୍କା ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କୁ ଫୋକସ କରିଛନ୍ତି। ସେ କହିଛନ୍ତି ୨୦୨୨ ରେ କଂଗ୍ରେସ ସରକାର ଗଠନ ହେଲେ ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କୁ ମାସିକ ୧୦ ହଜାର ଟଙ୍କା ଦରମା ମିଳିବ।

ଶାହାଜାହାନପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ଆଶା କର୍ମୀଙ୍କୁ ପୋଲିସ ଅଟକାଇଦେବା ପରେ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ୟୁପି ସରକାର ଦ୍ୱାରା ଆଶା ଭଉଣୀଙ୍କ ପ୍ରତି କରାଯାଇଥିବା ଅପମାନ ସେମାନେ କରିଥିବା କାର୍ଯ୍ୟର ଅପମାନ। ଆଶା ଭଉଣୀମାନେ କରୋନା ଓ ଅନ୍ୟ ମଉକାରେ ନିଜ କର୍ତ୍ତବ୍ୟ କରିଛନ୍ତି। ମାନଦେୟ ସେମାନଙ୍କ ଅଧିକାର। ସେମାନଙ୍କ କଥା ଶୁଣିବା ସରକାରଙ୍କ କର୍ତ୍ତବ୍ୟ। ଆଶା ଭଉଣୀମାନେ ସମ୍ମାନର ଅଧିକାରୀ ଏବଂ ଏଥିରେ ସେ ସେମାନଙ୍କ ସାଙ୍ଗରେ ଅଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଥିଲେ ଯେ ଯଦି ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ଟିକେଟ ମହିଳାଙ୍କୁ ଦେବ। ଏହାପରେ ସେ ଦ୍ୱାଦଶ ଓ ସ୍ନାତକ ପାସ ଯୁବତୀଙ୍କ ପାଇଁ ମଧ୍ୟ ଘୋଷଣା କରିଥିଲେ। ସେ କହିଥିଲେ, ଯଦି କଂଗ୍ରେସ ସରକାର ଗଠନ ହୁଏ ତାହେଲେ ଇଣ୍ଟର ପାସ ଯୁବତୀଙ୍କୁ ସ୍ମାର୍ଟଫୋନ ଓ ସ୍ନାତକ ପାସ ଯୁବତୀଙ୍କୁ ଇଲେକ୍ଟ୍ରିକ ସ୍କୁଟି ଦିଆଯିବ।

ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ପ୍ରତିଶୁତି ଦ୍ୱାରା ଉତ୍ତର ପ୍ରଦେଶରେ କଂଗ୍ରେସର ଚେର ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ସେ ଜନତାଙ୍କୁ ନାନା ପ୍ରତିଶୃତି ଦେଉଛନ୍ତି। ସେ ଯୁବ ମହିଳା ଭୋଟରଙ୍କୁ ମଧ୍ୟ ହାତେଇବାକୁ ପୁରା ଚେଷ୍ଟା କରୁଛନ୍ତି। ପ୍ରିୟଙ୍କାଙ୍କ ଏହି ପ୍ରତିଶୃତିର ଜନତାଙ୍କ ଉପରେ କେତେ ପ୍ରଭାବ ପଡିବ ତାହା ସମୟ କହିବ।

   Related Posts