Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’

21/06/2021 at 12:53 PM

ନୂଆଦିଲ୍ଲୀ, ୨୧/୦୬ : ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏବେଠୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଲାଣି । ଶାସକ ବିଜେପି ସମେତ କଂଗ୍ରେସ, ବିଏସପି, ଏସପି ସମସ୍ତେ ନିଜ ନିଜର ରଣନୀତି ପ୍ରସ୍ତୁତ କଲେଣି । ଏହାମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦଳର ମୋର୍ଚ୍ଚା ସମ୍ଭାଳିଛନ୍ତି । ପ୍ରିୟଙ୍କା ରାଜ୍ୟର ପ୍ରାୟ ୫୦ ନେତାଙ୍କୁ ନିଜେ ଫୋନ୍ କରି ନିର୍ବାଚନ ପାଇଁ ସଜବାଜ ହେବାକୁ କହିଛନ୍ତି । ଏହାସହ ରାଜ୍ୟରେ ୨୦୦ରୁ ଅଧିକ ଆସନ ପାଇଁ ଦଳର ପ୍ରାର୍ଥୀ ଚୁଡାନ୍ତ କରିବାକୁ ମଧ୍ୟ ପ୍ରିୟଙ୍କା କହିଛନ୍ତି ।

ଚଳିତ ମାସର ପ୍ରଥମ ସପ୍ତାହରେ ପ୍ରିୟଙ୍କା ପ୍ରାୟ ୫୦ ନେତାଙ୍କୁ ଫୋନ୍ କରି ୨୦୨୨ ନିର୍ବାଚନ ଲଢିବାକୁ କହିଛନ୍ତି । ଏହାସହ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ, ଟିକେଟ୍ କନଫର୍ମ ବୋଲି ପ୍ରିୟଙ୍କା କହିଛନ୍ତି । ଏହାସହ ୨୦୧୭ରେ ବିଜୟୀ ହୋଇଥିବା ୭ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କୁ ନିର୍ବାଚନ ଲଢିବାକୁ ଗ୍ରୀନ୍ ସିଗନାଲ୍ ମିଳିଛି । ନିଜ ନିଜ ଅଞ୍ଚଳ ଉପରେ ଫୋକସ୍ କରିବାକୁ ପ୍ରିୟଙ୍କା ପରାମର୍ଶ ଦେଇଛନ୍ତି ।

ରାଜ୍ୟ କଂଗ୍ରେସ ଉପ ସଭାପତି ବିରେନ୍ଦ୍ର ଚୌଧରୀ କହିଛନ୍ତି ଯେ, ନିର୍ବାଚନ ଲଢିବା ପାଇଁ ପ୍ରିୟଙ୍କା ମୌଖିକ ଭାବେ କହିସାରିଛନ୍ତି । ପୂର୍ବଥର କମ୍ ସମୟ ମିଳିଥିଲା । ଏବେ ଅଧିକ ସମୟ ରହିଛି । ଏହାଦ୍ୱାରା ନିଜ ନିଜ ଅଞ୍ଚଳ ପ୍ରଚାର କରିବା ସହ ରଣନୀତି ପ୍ରସ୍ତୁତି ପାଇଁ ସମୟ ମିଳିବ ।

ସୂଚନାଯୋଗ୍ୟ, କଂଗ୍ରେସ ୪୦୩ ଆସନରେ ପ୍ରାର୍ଥୀ ଚୟନ ପାଇଁ ଲାଗି ପଡିଛି । ୫୦ ନେତାଙ୍କୁ ନିଜେ ପ୍ରିୟଙ୍କା ଫୋନ୍ କରି ଟିକେଟ୍ କମଫର୍ମ କରିଛନ୍ତି । ଏହି ସବୁ ଆସନରେ ଦଳକୁ ୨୦୧୭ରେ ୫୦ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ଅନ୍ୟ ୩୫୦ ଆସନରେ ପ୍ରାର୍ଥୀ ଚୟନ ପାଇଁ ବୈଠକ ଅନୁଷ୍ଠିତହେବ । ଏହା ଅତିଶୀଘ୍ର ଶେଷ ହେବ ବୋଲି କୁହାଯାଉଛି ।  

   Related Posts