Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

ପ୍ରିୟଙ୍କା ଗାନ୍ଧୀଙ୍କ ଦୁଇ ଦିନିଆ ଆସାମ ଗସ୍ତ: କାମାକ୍ଷା ମନ୍ଦିରରେ ପୂଜା ପରେ କଲେ ଝୁମର ଡ୍ୟାନ୍ସ

1/03/2021 at 3:06 PM

ଗୁଆହାଟୀ ୦୧/୦୩ : ସୋମବାର ଦିନ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗୁଆହାଟୀ କାମାକ୍ଷା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। କାମାକ୍ଷା ମନ୍ଦିରରେ ପୂଜା କରିବା ସହ ଦୁଇ ଦିନିଆ ଆସାମ ଗସ୍ତ ଆରମ୍ଭ କରିଛନ୍ତି। ଆସାମରେ ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ୬ ତାରିଖରେ ତିନିଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରିୟଙ୍କା ପ୍ରଥମେ ଜୁଲକବାରି ଅଞ୍ଚଳକୁ ଯାଇଥିଲେ। ସେଠାରେ କଂଗ୍ରେସ ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ନୀଳାଚଳ ହିଲ୍ସ ସ୍ଥିତ ଶକ୍ତିପୀଠ ଯାଇଥିଲେ। 

ପ୍ରିୟଙ୍କା ଲାଲ ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି। ଲାଲ ରଙ୍ଗ ଶକ୍ତିର ପ୍ରତୀକ ବୋଲି କୁହାଯାଏ। କଂଗ୍ରେସ ନେତା କହିଛନ୍ତି ଯେ ସେ ବହୁତ ଦିନ ହେଲା କାମାକ୍ଷା ମନ୍ଦିର ଦର୍ଶନ ପାଇଁ ଆସିବାକୁ ଚାହୁଁଥିଲେ। ବହୁତ ଦିନ ପରେ ତାଙ୍କ ଇଚ୍ଛା ପୂରଣ ହୋଇଛି। ସେ କହିଛନ୍ତି ଯେ ସେ ନିଜ ପରିବାରଠୁ ଅଧିକ ଆସାମବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।

ଆସାମ ନିର୍ବାଚନ ସମ୍ପର୍କରେ ପ୍ରଶ୍ନ କରିବାରୁ ପ୍ରିୟଙ୍କା କହିଥିଲେ ଯେ ରାଜନୀତି ସମ୍ପର୍କରେ ସେ ପରେ କଥା ହେବେ। ସେ କହିଥିଲେ ଯେ ସେ ଭଗବାନ ଦର୍ଶନ ଓ ଆଶୀର୍ବାଦ ପାଇଁ ମନ୍ଦିର ଆସିଛନ୍ତି।

ଏହା ପୂର୍ବରୁ ପ୍ରିୟଙ୍କା ନିଜ ଫେସବୁକ ପେଜରେ ନିଜର ଦୁଇ ଦିନିଆ ଆସାମ ଗସ୍ତ କାମାକ୍ଷା ମନ୍ଦିର ଦର୍ଶନରୁ ଆରମ୍ଭ କରିବେ ବୋଲି ସୂଚନା ଦେଇଥିଲେ। ସେ ଲେଖିଥିଲେ ଯେ କାମାକ୍ଷା ଦେବୀଙ୍କ ଦର୍ଶନ କରି ସେ ଦୁଇ ଦିନିଆ ଆସାମ ଗସ୍ତ ଆରମ୍ଭ କରିବେ। ଆସାମରେ କଂଗ୍ରେସ କାର୍ଯ୍ୟକର୍ତ୍ତୀ ଓ ଜନତାଙ୍କ ସହ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିବେ ବୋଲି କହିଥିଲେ।

ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରିପୁନ ବୋରା ପ୍ରିୟଙ୍କାଙ୍କ ଦୁଇ ଦିନିଆ ଆସାମ ଗସ୍ତ ପାଇଁ ସେ ବହୁତ ଉତ୍ସାହିତ। ପ୍ରିୟଙ୍କାଙ୍କ ଆସାମ ଯାତ୍ରା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଶାର କିରଣ ଜାଗ୍ରତ କରିବ ବୋଲି ସେ କହିଛନ୍ତି।

କାମାକ୍ଷା ମନ୍ଦିର ଦର୍ଶନ ପରେ ପ୍ରିୟଙ୍କା ଲଖିମପୁର ବାହାରି ଯାଇଥିଲେ। ସେଠାରେ ସେ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ଏବଂ ଯୁବକଙ୍କ ବେକାରୀ ସମସ୍ୟା ବିରୋଧରେ ଆନ୍ଦୋଳନ ଆରମ୍ଭ କରିବେ ବୋଲି କହିଛନ୍ତି।

   Related Posts