Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଶଂସା କଲେ ବିଜେପି ସାଂସଦ, କହିଲେ- ‘ସେ ଜଣେ ଭଲ ନେତ୍ରୀ କିନ୍ତୁ’…

18/09/2021 at 1:16 PM

ନୂଆଦିଲ୍ଲୀ, ୧୮।୦୯ : ବିଜେପି ନେତ୍ରୀଙ୍କ ମୁହଁରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଶଂସା । ଶନିବାର ଉତ୍ତରପ୍ରଦେଶ ପ୍ରୟାଗରାଜରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ରୀତା ବହୁଗୁଣା ଯୋଶୀ ପ୍ରିୟଙ୍କାଙ୍କୁ ପ୍ରଶଂସା କରିଛନ୍ତି । ପ୍ରିୟଙ୍କାଙ୍କୁ ସେ ଜଣେ ଦକ୍ଷ ନେତ୍ରୀ ବୋଲି କହିଛନ୍ତି ।

ରୀତା କହିଛନ୍ତି ଯେ, ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ ହୋଇଥିଲା । ୨୦୧୭ ଯାଏଁ ସମାଜବାଦୀ ପାର୍ଟି ରାଜ୍ୟରେ କେନ୍ଦ୍ରର ଯୋଜନାକୁ ଲାଗୁ କରୁନଥିଲା । କିନ୍ତୁ ୨୦୧୭ରେ ଆଦିତ୍ୟନାଥ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ସ୍ଥିତି ବଦଳିଛି ।

ସେ ଆହୁରି କହିଛନ୍ତି ଯେ, ସେ ଦୀର୍ଘଦିନ ଧରି କଂଗ୍ରେସରେ ରହିଥିଲେ । କଂଗ୍ରେସର କାର୍ଯ୍ୟଶୈଳୀ ବାବଦରେ ସେ ଜାଣନ୍ତି । ସେମାନଙ୍କ ନେତୃତ୍ୱ ବହୁତ ଦୁର୍ବଳ । ପ୍ରିୟଙ୍କା ଗାନ୍ଧୀ ଭଲ ନେତ୍ରୀ । କିନ୍ତୁ ଦଳରେ ତାଙ୍କର ପ୍ରଭାବ ସେତେଟା ନାହିଁ । ୟୁପିର ବିକାଶ ପାଇଁ ସେ କିଛି ଫୋକସ କରୁନାହାଁନ୍ତି । ଲୋକଙ୍କ ସହ ନମିଶିଲେ ନେତୃତ୍ୱ ଯିଏ ବି ନେଲେ କିଛି ପ୍ରଭାବ ପଡି ନଥାଏ ।

ଏତତ୍ ବ୍ୟତୀତ, ବିଜେପି ସବକା ସାଥ୍, ସବକା ବିକାଶରେ ବିଶ୍ୱାସ କରେ । କାର୍ଯ୍ୟଧାରାକୁ ନେଇ ଯୋଗୀ କିମ୍ବା ମୋଦୀଙ୍କୁ ଅଡୁଆରେ ପକାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

   Related Posts